Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ

ବାମ୍ବୋଲିମ,୧୦।୧୨(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମୁମ୍ବାଇ ସିଟି ଏଫ୍‌ସି ତା’ର ପତିଆରା ଜାରି ରଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୧ ଗୋଲରେ ଚେନ୍ନାଇନ ଏଫ୍‌ସିକୁ ପରାସ୍ତ କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ନିଜର ଦକ୍ଷତା ଅନୁରୂପ ଖେଳି ମୁମ୍ବାଇ ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଏହି ବିଜୟ ସହ ମୁମ୍ବାଇ ପଏଣ୍ଟ ତାଲିକାରେ ତା’ର ଶୀର୍ଷସ୍ଥାନକୁ ଆହୁରି ଦୃଢ଼ କରିଛି। ଏପର୍ଯ୍ୟନ୍ତ ମୁମ୍ବାଇ ୫ଟି ମ୍ୟାଚ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ହାସଲ କରି ତାଲିକାର ୧ ନମ୍ବର ସ୍ଥାନରେ ରହିଛି। ଅନ୍ୟପଟେ ଚେନ୍ନାଇନ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।
ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇନ ପ୍ରଥମାର୍ଦ୍ଧରେ ଗୋଲ ଦେଇ ପ୍ରଥମେ ଅଗ୍ରଣୀ ହାସଲ କରିଥିଲା। ୪୦ତମ ମିନିଟ୍‌ରେ ସ୍ଲୋଭାକିଆ ଫୁଟବଲର ଜାକୁବ୍‌ ସିଲଭରଷ୍ଟର ମୁମ୍ବାଇର ୪ଜଣ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ ସିଧାସଳଖ ନେଟ୍‌କୁ ମାରି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାର ଠିକ୍‌ ୯ ମିନିଟ୍‌ ପରେ ସ୍ପେନ୍‌ ସେଣ୍ଟ୍ରାଲ ମିଡ୍‌ଫିଲ୍ଡର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଏହାପରେ ମୁମ୍ବାଇ ତରଫରୁ ଇଂଲଣ୍ଡ ଷ୍ଟ୍ରାଇକର ଆଡାମ ଲେ ଫୋଣ୍ଡ୍ରେ ୭୫ତମ ମିନିଟ୍‌ରେ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଚେନ୍ନାଇନ ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲା। ଶେଷରେ ମୁମ୍ବାଇ ବାଜି ମାରିଥିଲା। ଇଞ୍ଜୁରି ଟାଇମ ବାବଦରେ ୬ ମିନିଟ୍‌ ଖେଳ ହୋଇଥିଲା।
ସାରା ମ୍ୟାଚରେ ମୁମ୍ବାଇ ପ୍ରଭାବ ବିସ୍ତାର କରି ଖେଳିଥିଲା। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମୁମ୍ବାଇ ଆଗରେ ରହିଥିଲା। ଯଦିଓ ମୁମ୍ବାଇ ଖେଳାଳିମାନେ ଅପେକ୍ଷାକୃତ ଅଧିକ ଫାଉଲ ମାରିଥିଲେ। ୟେଲୋ କାର୍ଡରେ ମଧ୍ୟ ମୁମ୍ବାଇ ଆଗୁଆ ଥିଲା। ମୁମ୍ବାଇ ଏବେ ତା’ର ପରବର୍ତ୍ତୀ ମ୍ୟାଚରେ ସୋମବାର ୧୪ ତାରିଖରେ ଜାମ୍‌ଶେଦପୁର ଏଫ୍‌ସିକୁ ଭେଟିବ। ସେହିପରି ଚେନ୍ନାଇନ ତା’ର ପରବର୍ତ୍ତୀ ମ୍ୟାଚରେ ରବିବାର ୧୩ ତାରିଖରେ ନର୍ଥଇଷ୍ଟ ୟୁନାଟେଡକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଦେଶରେ ଛୁଟି ଘୋଷଣା କଲେ ରାଷ୍ଟ୍ରପତି, କାହିଁକି ଜାଣନ୍ତୁ…

ଆସୁନସିଅନ,୩୦ା୬: ଫିଫା ବିଶ୍ୱକପ୍‌ର ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଜର୍ମାନୀକୁ ପରାସ୍ତ କରି ପାରାଗୁଏ ବିପର୍ଯ୍ୟୟ ଘଟାଇବା ପରେ ଦେଶରେ ଛୁଟି ଘୋଷଣା କରାଯାଇଛି। ଆଧୁନିକ ବିଶ୍ୱକପ୍‌ ଇତିହାସରେ…

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri