ବିଚ୍‌ ରାସ୍ତାରେ ଉଲଗ୍ନ କଲେ, ଉଠ୍‌ବସ କରାଇଲେ

ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲା। ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି କାନ ଧରାଇ ଉଠ୍‌ବସ କରାଯିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ସେ ନିଲମ୍ବନ କରିଛନ୍ତି। ନିଲମ୍ବିତ ଦୁଇ ପୋଲିସ କର୍ମଚାରୀ ହେଲେ ସି.ଏସ.ଆଇ. ବିଜୟ କୁମାର ମୁର୍ମୁ ଓ ଡ୍ରାଇଭର ଚନ୍ଦ୍ରକାନ୍ତ ପଣ୍ଡା। ମାଡ଼ ମାରିଥିବା ଯୁବକ ଉଦୟ କରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ ଏକ ମାମଲା(ନଂ.୩୧୨/୨୦) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଜଣେ ଯୁବକ ବାଲେଶ୍ୱରର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି। ମଙ୍ଗଳବାର ସେ କୌଣସି କାମରେ ଉଦଳା ଆସିଥିବା ବେଳେ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଦେଖା କରିଥିଲେ ା ସମ୍ପୃକ୍ତା ଝିଅଙ୍କୁ ଉଦଳା ଅଞ୍ଚଳର ଉଦୟ କର ଦୀର୍ଘ ଦିନ ହେବ ହଇରାଣ ହରକତ କରି ଆସୁଥିଲେ ା ମଙ୍ଗଳବାର ବାଣପୁର ଅଞ୍ଚଳର ଯୁବକ ଜଣକ ଝିଅ ସାଙ୍ଗଙ୍କ ସହ ଏକ ଫଟୋ ଉଠାଇ ଉଦୟ କରଙ୍କ ମୋବାଇଲକୁ ପଠାଇଥିଲେ। ସନ୍ଧ୍ୟାରେ ବାଣପୁର ଅଞ୍ଚଳର ଯୁବକ ଉଦଳା ହାଇସ୍କୁଲ ଛକ ନିକଟରେ ଥିବା ଏକ ଚା ଦୋକାନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଉଦୟ ସେଠାରେ ପହଞ୍ଚି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାଣପୁର ଅଞ୍ଚଳର ଯୁବକ ସେଠାରୁ ଖସି ପଳାଇଯାଇ ନିକଟସ୍ଥ ଏକ ଲଜ୍‌ରେ ରହିଥିଲେ। ପରେ ସେ ବାଲେଶ୍ୱର ବାହାରି ଯିବାକୁ ଚେଷ୍ଟା କରୁଥିଲା ବେଳେ ଉଦୟ ସେଠାରେ ପହଞ୍ଚି ତାଙ୍କୁ ରାଜ୍ୟ ରାଜପଥକୁ ଘୋଷାରି ଆଣିଥିଲେ। ରାସ୍ତା ମଝିରେ ଉଲଗ୍ନ କରି କାନ ଧରି ଉଠ୍‌ବସ କରାଇଥିଲେ ା ଏହି ସମୟରେ ଉଦଳା ପୋଲିସ ସେଠାରେ ପହଞ୍ଚିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରି ନ ଥିଲା। ଦୀର୍ଘ ସମୟ ଏପରି ଚାଲିବା ପରେ ଶେଷରେ ବାଧ୍ୟ ହୋଇ ପୋଲିସ ବାଣପୁର ଅଞ୍ଚଳର ଯୁବକଙ୍କୁ ଥାନାକୁ ନେଇଯାଇଥିଲା। ପରେ ମାଡ଼ ମାରିଥିବା ଉଦୟ ମଧ୍ୟ ଥାନାରେ ପହଞ୍ଚିଥିଲେ। ରାତି ୧୦ଟାରେ ଉଭୟ ପକ୍ଷଙ୍କ ମଧ୍ୟରେ ଘଟଣାର ସମାଧାନ ହେବାରୁ ପୋଲିସ ବାଣପୁର ଅଞ୍ଚଳର ଯୁବକଙ୍କୁ ଛାଡ଼ି ଦେଇଥିଲା।
ଏନେଇ ମାଡ଼ ଖାଇଥିବା ଯୁବକଙ୍କୁ ପଚାରିବାରୁ ସେ କୌଣସି ଭୁଲ୍‌ କରି ନ ଥିବାବେଳେ ହଠାତ୍‌ ତାଙ୍କୁ ଉଲଗ୍ନ କରି ଉଠ୍‌ବସ କରାଇବା ଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଉଦଳା ଥାନା ଆଇଆଇସି ମୁକ୍ତିକାନ୍ତ କୁଲୁଙ୍କୁ ପଚାରିବାରୁ ମୁଁ ବ୍ୟସ୍ତ ଅଛି, ଉକ୍ତ ଘଟଣା ବାବଦରେ କିଛି କହିପାରିବି ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପଡ଼ିଆରେ ସମାଜର ସାଂସ୍କୃତିକ ସମାରୋହ

କଟକ ଅଫିସ, ୨୩ା୧: ‘ସମାଜ’ର ସାଂସ୍କୃତିକ ସମାରୋହ ଦ୍ୱିତୀୟ ସନ୍ଧ୍ୟା ବୁଧବାର ଉପର ବାଲିଯାତ୍ରା ପଡ଼ିିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି...

ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ...

୨୫ରୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଭୁବନେଶ୍ବର, ୧୮ା୭(ସୁନିତ୍‌ ମିଶ୍ର):ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାକୁ...

୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି...

ରାଜ୍ୟରେ ଖାଲି ପଡ଼ିଛି ୬୦% ଇଞ୍ଜିନିୟରିଂ ସିଟ୍‌

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜ୍ୟରେ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ଇଞ୍ଜିନିୟରିଂ କଲେଜ। ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ କମୁଛି।...

ବନ୍ୟାଜଳ ଘେରରେ କଣାସ ଅଞ୍ଚଳବାସୀ

କଣାସ,୧୭ା୮(ସ୍ବ.ପ୍ର.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରୁ ମୁଣ୍ଡରେ ବନ୍ୟାଜଳ ସମେତ ଲଗାଣ ବର୍ଷା ଯୋଗୁ ପୁରୀ...

ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ଓଡ଼ିଶା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ସାମିଲ ହେବ ଓଡ଼ିଶା। ଖୁବ୍‌ଶୀଘ୍ର ରାଜ୍ୟର ଗୋଟିଏ କିମ୍ବା ଦୁଇଟିି ପର୍ଯ୍ୟଟନସ୍ଥଳୀକୁ ମିଳିବ ଆଦର୍ଶ ପର୍ଯ୍ୟଟନସ୍ଥଳୀର ମାନ୍ୟତା। ନୂଆଦିଲ୍ଲୀରେ ଅନୁଷ୍ଠିତ...

କଂଗ୍ରେସର ରୋଡ୍‌ ଶୋ: ଷ୍ଟାର ପ୍ରଚାରକ ସାମିଲ

ଝାରସୁଗୁଡ଼ା ଅଫିସ,୨୪ା୫: ବ୍ରଜରାଜନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। କଂଗ୍ରେସର ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥୀ...

Advertisement
Archives

Model This Week