ବିଚ୍‌ ରାସ୍ତାରେ ଉଲଗ୍ନ କଲେ, ଉଠ୍‌ବସ କରାଇଲେ

ଉଦଳା,୯ା୧୨(ଡି.ଏନ.ଏ.)- ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼। ତାହା ପୁଣି ରାଜ୍ୟ ରାଜପଥରେ ଶତାଧିକ ଲୋକଙ୍କ ସମ୍ମୁଖରେ। ଉଦଳା ଥାନା ପୋଲିସ୍‌ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଥିଲା। ଆଇନକୁ ହାତକୁ ନେଇ ଜଣେ ଯୁବକଙ୍କୁ ଉଲଗ୍ନ କରି କାନ ଧରାଇ ଉଠ୍‌ବସ କରାଯିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ସେ ନିଲମ୍ବନ କରିଛନ୍ତି। ନିଲମ୍ବିତ ଦୁଇ ପୋଲିସ କର୍ମଚାରୀ ହେଲେ ସି.ଏସ.ଆଇ. ବିଜୟ କୁମାର ମୁର୍ମୁ ଓ ଡ୍ରାଇଭର ଚନ୍ଦ୍ରକାନ୍ତ ପଣ୍ଡା। ମାଡ଼ ମାରିଥିବା ଯୁବକ ଉଦୟ କରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ ଏକ ମାମଲା(ନଂ.୩୧୨/୨୦) ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ଜଣେ ଯୁବକ ବାଲେଶ୍ୱରର ଏକ କମ୍ପାନୀରେ କାର୍ଯ୍ୟ କରନ୍ତି। ମଙ୍ଗଳବାର ସେ କୌଣସି କାମରେ ଉଦଳା ଆସିଥିବା ବେଳେ ତାଙ୍କର ଜଣେ ଝିଅ ସାଙ୍ଗଙ୍କୁ ଦେଖା କରିଥିଲେ ା ସମ୍ପୃକ୍ତା ଝିଅଙ୍କୁ ଉଦଳା ଅଞ୍ଚଳର ଉଦୟ କର ଦୀର୍ଘ ଦିନ ହେବ ହଇରାଣ ହରକତ କରି ଆସୁଥିଲେ ା ମଙ୍ଗଳବାର ବାଣପୁର ଅଞ୍ଚଳର ଯୁବକ ଜଣକ ଝିଅ ସାଙ୍ଗଙ୍କ ସହ ଏକ ଫଟୋ ଉଠାଇ ଉଦୟ କରଙ୍କ ମୋବାଇଲକୁ ପଠାଇଥିଲେ। ସନ୍ଧ୍ୟାରେ ବାଣପୁର ଅଞ୍ଚଳର ଯୁବକ ଉଦଳା ହାଇସ୍କୁଲ ଛକ ନିକଟରେ ଥିବା ଏକ ଚା ଦୋକାନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଉଦୟ ସେଠାରେ ପହଞ୍ଚି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାଣପୁର ଅଞ୍ଚଳର ଯୁବକ ସେଠାରୁ ଖସି ପଳାଇଯାଇ ନିକଟସ୍ଥ ଏକ ଲଜ୍‌ରେ ରହିଥିଲେ। ପରେ ସେ ବାଲେଶ୍ୱର ବାହାରି ଯିବାକୁ ଚେଷ୍ଟା କରୁଥିଲା ବେଳେ ଉଦୟ ସେଠାରେ ପହଞ୍ଚି ତାଙ୍କୁ ରାଜ୍ୟ ରାଜପଥକୁ ଘୋଷାରି ଆଣିଥିଲେ। ରାସ୍ତା ମଝିରେ ଉଲଗ୍ନ କରି କାନ ଧରି ଉଠ୍‌ବସ କରାଇଥିଲେ ା ଏହି ସମୟରେ ଉଦଳା ପୋଲିସ ସେଠାରେ ପହଞ୍ଚିଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରି ନ ଥିଲା। ଦୀର୍ଘ ସମୟ ଏପରି ଚାଲିବା ପରେ ଶେଷରେ ବାଧ୍ୟ ହୋଇ ପୋଲିସ ବାଣପୁର ଅଞ୍ଚଳର ଯୁବକଙ୍କୁ ଥାନାକୁ ନେଇଯାଇଥିଲା। ପରେ ମାଡ଼ ମାରିଥିବା ଉଦୟ ମଧ୍ୟ ଥାନାରେ ପହଞ୍ଚିଥିଲେ। ରାତି ୧୦ଟାରେ ଉଭୟ ପକ୍ଷଙ୍କ ମଧ୍ୟରେ ଘଟଣାର ସମାଧାନ ହେବାରୁ ପୋଲିସ ବାଣପୁର ଅଞ୍ଚଳର ଯୁବକଙ୍କୁ ଛାଡ଼ି ଦେଇଥିଲା।
ଏନେଇ ମାଡ଼ ଖାଇଥିବା ଯୁବକଙ୍କୁ ପଚାରିବାରୁ ସେ କୌଣସି ଭୁଲ୍‌ କରି ନ ଥିବାବେଳେ ହଠାତ୍‌ ତାଙ୍କୁ ଉଲଗ୍ନ କରି ଉଠ୍‌ବସ କରାଇବା ଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଉଦଳା ଥାନା ଆଇଆଇସି ମୁକ୍ତିକାନ୍ତ କୁଲୁଙ୍କୁ ପଚାରିବାରୁ ମୁଁ ବ୍ୟସ୍ତ ଅଛି, ଉକ୍ତ ଘଟଣା ବାବଦରେ କିଛି କହିପାରିବି ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?