Posted inଖେଳ

ମା, ସ୍ତ୍ରୀଙ୍କୁ ହତ୍ୟାକରି ଭାରତୀୟ ଶଟ୍‌ପୁଟ୍‌ ପଦକ ବିଜେତା ଆମେରିକାରେ ଗିରଫ

ଓ୍ବାଶିଂଟନ,୨୭।୮ (ପି.ଟି.): ପୂର୍ବତନ ଭାରତୀୟ ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଇକ୍‌ବାଲ ସିଂ ଆମେରିକାରେ ଗିରଫ ହୋଇଛନ୍ତି। ନିଜ ମା’ ଓ ସ୍ତ୍ରୀଙ୍କୁ ହତ୍ୟାକରିବାର ଅଭିଯୋଗରେ ସେ ଗିରଫ ହୋଇଛନ୍ତି ବୋଲି କେତେକ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି।
ପେନ୍‌ସିଲଭାନିଆର ଡେଲାଓ୍ବାର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକ୍‌ବାଲ ରବିବାର ନିଜ ଅପରାଧ କଥା ସ୍ବୀକାର କରିଥିଲେ। ନ୍ୟୁଟାଉନ୍‌ ଟାଉନ୍‌ଶିପ୍‌ରେ ପୋଲସ ପହଞ୍ଚି ତାଙ୍କୁ ଗରିଫ କରିଥିଲା। ଗିରଫ ହେବା ବେହେଳ ଇକବାଲ୍‌ଙ୍କ ଦେହରେ ରକ୍ତର ଛିଟା ଲାଗିଥିଲା ଓ ତାଙ୍କ ଦେହରେ ଆଘାତ ମଧ୍ୟ ଦେଖିବାକୁ ମିଳିଥିଲା। ଘର ଭିତରରେ ଦୁଇ ମହିଳାଙ୍କ ମୃତଦେହ ପଡିଥିଲା। ସୋମବାର ତାଙ୍କ ବିରୋଧରେ ଫାଷ୍ଟ ଆଣ୍ଡ ଥାର୍ଡ ଡିଗ୍ରୀ ମର୍ଡର ଚାର୍ଜ ଲାଗିଥିଲା। ଜାମିନି ଆବେଦନ ଖାରଜ ହେବା ପରେ ତାଙ୍କୁ ପୋଲିସ୍‌ କଷ୍ଟଡିରେ ରଖାଯାଇଛି।
ଏହି ପୂର୍ବତନ ଶଟ୍‌ପୁଟର କୁଏତ୍‌ରେ ଅନୁଷ୍ଠିତ ୧୯୮୩ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ସଫଳତା ରହିଥିଲା ଓ ଏହା ପରେ ଆମେରିକା ଚାଲିଯାଇଥିଲେ। ସେଠାରେ ସେ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ରକଉଡ୍‌ ରୋଡ୍‌ସ୍ଥିତ ବାସଭବନରେ ତାଙ୍କ ମା’ ନସିବ କୌର ପ୍ରଥମ ମହଲାରେ ମରି ପଡିଥିବାର ପୋଲିସ ଦେଖିଥିଲା। ତାଙ୍କ ତଣ୍ଟି କଟାଯାଇଥିଲା। ସେହିପରି ସ୍ତ୍ରୀ ଯସପାଲ କୌର ପାହାଚ ଉପରେ ପଡିଥିବାର ଦେଖାଯାଇଥିଲା ଓ ତାଙ୍କ ଅବସ୍ଥା ମଧ୍ୟ ସମାନ ଥିଲା ପୋଲିସ ସତ୍ୟପାଠରୁ ସ୍ପଷ୍ଟ ହୋଇଛି।
ତେବେ ହତ୍ୟାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ। ହତ୍ୟା ସମ୍ପର୍କରେ ଇକ୍‌ବାଲ ପ୍ରଥମେ ପୁଅଙ୍କୁ ଜଣାଇଥିଲେ। ‘ମୁଁ ତୁମ ମା ଓ ଜେଜେମାଙ୍କୁ ହତ୍ୟା କରିଛି। ମୋତେ ଗିରଫ କରିବାକୁ ପୋଲିସକୁ କଲ୍‌ କର’ ବୋଲି ସେ ନିଜ ପୁଅକୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ସେ ନିଜ ଝିଅକୁ ଫୋନ୍‌ କରି ସମାନ କଥା କହିଥିଲେ। ତେବେ ଇକ୍‌ବାଲ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ। ନ୍ୟୁ ଟାଉନ୍‌ ସ୍କୋୟାରରେ ସେ ଚାଲିବା ଓ ଧ୍ୟାନ କରୁଥିବାର ବହୁବାର ଲକ୍ଷ୍ୟ କରାଯାଇଛି। ହତ୍ୟା ପୂର୍ବଦିନ ସେ ଅଲଗା ମନେ ହେଉଥିଲେ। ଧ୍ୟାନ କରିବା ବେଳେ ସେ ବିଚଳିତ ମନେହେଉଥିଲେ ବୋଲି ତାଙ୍କ ପଡୋଶୀ ସୁଏ ଡେଭିସନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri