Posted inଜାତୀୟ

ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା, ପୃଥକ କଲେ ମଙ୍କିପକ୍ସ ଭୂତାଣୁ…

ପୁଣେ,୨୮।୭ : କରୋନା ପରେ, ବର୍ତ୍ତମାନ ଭାରତୀୟ ବୈଜ୍ଞାନିକମାନେ ମଙ୍କିପକ୍ସ କ୍ଷେତ୍ରରେ ବେଶ୍‌ ସଫଳତା ହାସଲ କରିଛନ୍ତି। ପୁଣେ ଭିତ୍ତିକ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି  (ଏନଆଇଭି)ର ଏକ ଟିମ ମଙ୍କିପକ୍ସ ଭୂତାଣୁକୁ ସଂକ୍ରମିତଙ୍କଠାରୁ ପରୀକ୍ଷା ପାଇଁ ନିଆଯାଇଥିବା ନମୁନାରୁ ପୃଥକ କରିଛନ୍ତି। ଜୀବନ୍ତ ଭୂତାଣୁ ବାହାର କରିବା ପାଇଁ ବୈଜ୍ଞାନିକମାନଙ୍କର ଏକ ଦଳ ଗଠନ କରାଯାଇଥିଲା, ଯାହା ଜୁଲାଇ ୧୪ରୁ ଦିନରାତି ଲ୍ୟାବରେ ଏହି ଭୂତାଣୁ ଖୋଜିବା ପାଇଁ ନିୟୋଜିତ ହୋଇଥିଲା। ୧୧ ଦିନ ପରେ, ଏନଆଇଭି ଆନୁଷ୍ଠାନିକ ଭାବରେ ଏହାକୁ ନିଶ୍ଚିତ କରି କହିଛି ଯେ ଆକ୍ରାନ୍ତଙ୍କ ନମୁନାରୁ ମଙ୍କିପକ୍ସ ଭୂତାଣୁ ପୃଥକ କରିବାରେ ଦଳ ସଫଳ ହୋଇଛି।

ଏହାର ଅର୍ଥ ହେଉଛି ବର୍ତ୍ତମାନ ଏହି ଭୂତାଣୁ ସାହାଯ୍ୟରେ ବୈଜ୍ଞାନିକମାନେ ଶୀଘ୍ର ସଂକ୍ରମଣ ଚିହ୍ନଟ କରିବା ପାଇଁ ଏକ ଟେଷ୍ଟ କିଟ ବିକଶିତ କରି ପାରିବେ। ଏହା ସହିତ, ସିରିଆର ମୂଷାମାନଙ୍କରେ ଜୀବନ୍ତ ଭୂତାଣୁ ବ୍ୟବହାର କରି ଏହା ଏହାର ଗମ୍ଭୀରତା ଏବଂ ଚିକିତ୍ସା ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାର କରିବାରେ ସକ୍ଷମ ହେବେ। ଏହା ବ୍ୟତୀତ ଆଣ୍ଟି-ମଙ୍କିପକ୍ସ ଟିକା ମଧ୍ୟ ଆବିଷ୍କୃତ ହୋଇପାରିବ । ବୈଜ୍ଞାନିକମାନେ ଏହାକୁ ଭାରତ ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି।

ଏନଆଇଭିର ବରିଷ୍ଠ ବୈଜ୍ଞାନିକ ଡାକ୍ତର ପ୍ରୟାଗ ଯାଦବ କହିଛନ୍ତି ଏହା ଏକ ବଡ଼ ସଫଳତା। ଯେତେବେଳେ ୨୦୨୦ରେ କରୋନା ମହାମାରୀ ଆରମ୍ଭ ହୋଇଥିଲା, ସେହି ସମୟ ମଧ୍ୟରେ ଆମେ ପ୍ରଥମେ କରୋନା ଭୂତାଣୁକୁ ପୃଥକ କରିଥିଲୁ । ଏହା ପରେ ଟେଷ୍ଟ କିଟ ତିଆରି କରାଯାଇଥିଲା ଏବଂ କୋଭାକ୍ସିନ ଟିକା ମଧ୍ୟ ଆବିଷ୍କୃତ ହୋଇଥିଲା। ଏଥର ମଙ୍କିପକ୍ସ ଭୂତାଣୁକୁ ଅଲଗା କରାଯାଇଛି। ଏହାର ପରୀକ୍ଷା କିଟ, ଚିକିତ୍ସା ଏବଂ ଟିକା ଇତ୍ୟାଦି ବିଷୟରେ ଅଧିକ ଅଧ୍ୟୟନ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏନଆଇଭିର ବରିଷ୍ଠ ବୈଜ୍ଞାନିକ ପ୍ରୟାଗ ଯାଦବ କହିଛନ୍ତି, ମଙ୍କିପକ୍ସ ଭୂତାଣୁକୁ ପୃଥକ କରିବା ପରେ ବର୍ତ୍ତମାନ ଏହାର ଅନ୍ୟ କପି ମଧ୍ୟ ପ୍ରସ୍ତୁତ କରାଯାଉଛି। ପୁଣେର ବିଏସଏଲ୍‌-୩ ସ୍ତରୀୟ ଲ୍ୟାବରେ ଏହି କାମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri