ଫେରି ଚାହଁନାହିଁ

ଥରେ ଜଣେ ବୃଦ୍ଧଙ୍କ ସହ ଯୁବକଟିଏ ଯାତ୍ରା କରୁଥିଲେ। ଏହି ସମୟରେ ବୃଦ୍ଧ ଜଣକ ସହଯାତ୍ରୀ ଯୁବକଙ୍କୁ ତାଙ୍କ ଝିଅକୁ ବିବାହ ଦେବା ଲାଗି ପ୍ରତିଶ୍ରୁତି ଦେଲେ। କିଛି ଦିନ ପରେ ସେହି ଯୁବକ ବିବାହ ଆଶାରେ ବୃଦ୍ଧ ବ୍ୟକ୍ତିଙ୍କ ଗାଁରେ ପହଞ୍ଚି ପୂର୍ବ ପ୍ରତିଶ୍ରୁତି ସମ୍ପର୍କରେ କହିଲେ। କିନ୍ତୁ ବୃଦ୍ଧ ଜଣକ ସେଭଳି କିଛି ପ୍ରତିଶ୍ରୁତି ଦେଇ ନ ଥିବା କହି ତାଙ୍କ ଝିଅକୁ ବିବାହ ଦେବା ପାଇଁ ମନା କରିଦେଲେ। କେବଳ ଏତିକି ନୁହେଁ, ବୁଢ଼ାଟି ଏଭଳି ପ୍ରତିଶ୍ରୁତି ଦେଇଥିବାର ପ୍ରମାଣ ଦେବା ପାଇଁ ଜଣେ ସାକ୍ଷୀ ଆଣିବା ଲାଗି ଯୁବକଙ୍କୁ କହିଲେ। ଯୁବକଙ୍କର ମନେପଡ଼ିଗଲା ଏକ କୃଷ୍ଣ ମନ୍ଦିର କଥା, ଯେଉଁଠି ବୃଦ୍ଧ ଜଣଙ୍କ ତାଙ୍କ ଝିଅକୁ ବିବାହ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ସଙ୍ଗେ ସଙ୍ଗେ ଯୁବକଟି ମନ୍ଦିରକୁ ଯାଇ ତାଙ୍କ ସହ ଆସି ସାକ୍ଷୀ ଦେବା ସକାଶେ କୃଷ୍ଣଙ୍କୁ ବିନମ୍ରତାର ସହ ନିବେଦନ କଲେ। କୃଷ୍ଣ ଯୁବକଙ୍କ କଥା ଶୁଣିଲେ ଓ ଆସିବାକୁ ରାଜିହେଲେ, କିନ୍ତୁ ଏକ ସର୍ତ୍ତ ରଖିଲେ। ଯୁବକଙ୍କୁ କହିଲେ- ମୁଁ ତୁମ ପଛେ ପଛେ ଯିବି ଓ ମୁଁ ଯାଉଛି କି ନାହିଁ ତାହା ନିଶ୍ଚିତ ହେବା ଲାଗି କେବେ ବି ଫେରି ଚାହିଁବ ନାହିଁ। କେବଳ ବିଶ୍ୱାସ ରଖିବ ଯେ, ମୁଁ ତୁମ ପଛରେ ଅଛି। କୃଷ୍ଣଙ୍କ ସର୍ତ୍ତରେ ରାଜି ହେଲେ ଯୁବକ ଓ ଚାଲିଲେ। ତାଙ୍କ ପଛେ ପଛେ କୃଷ୍ଣ ମଧ୍ୟ ଚାଲିଲେ। ସେମାନେ କାଦୁଅରେ ଚାଲିବା ସମୟରେ କୃଷ୍ଣଙ୍କ ନୂପୁର ବା ଘୁଙ୍ଗୁର ଶବ୍ଦ ଆଉ ଶୁଭିଲା ନାହଁି। ଏହା ମଧ୍ୟ ହେବା ସ୍ବାଭାବିକ । କିନ୍ତୁ ଯୁବକ ଜଣଙ୍କ କୃଷ୍ଣଙ୍କ ନୂପୁର ଶବ୍ଦ ଶୁଣି ନ ପାରି ଭୟରେ ପଛକୁ ଚାହଁିଦେଲେ। ଫଳରେ କୃଷ୍ଣ ସାଙ୍ଗେ ସାଙ୍ଗେ ପଥର ପାଲଟିଗଲେ। ଏହା ହେଉଛି ଓଡ଼ିଶାର ସାକ୍ଷୀଗୋପାଳ ମନ୍ଦିରର କାହାଣୀ।
ଭାରତରେ ଏକ ସାଧାରଣ ଉକ୍ତି ରହିଛି- ପଛକୁ କେବେ ଫେରି ଚାହଁନାହିଁ। ଯେବେ ବି ଆମେ ଫେରିଚାହଁୁ ଭଗବାନ୍‌ ସେତେବେଳେ ଆଉ ଆମ ସହ ନ ଯାଇ ଗୋଟିଏ ଜାଗାରେ ରହିଯାଆନ୍ତି। ଗୁଜରାଟର ଆଶାପୁରା ମନ୍ଦିର ପଛରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳେ। କିମ୍ବଦନ୍ତୀ ରହିଛି ଯେ, ଆରାଧ୍ୟା ଦେବୀ ଜଣେ ବ୍ୟବସାୟୀକୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ଓ ପଛରେ ଦେବୀ ଯାଉଛନ୍ତି କି ନାହିଁ ତାହା ପରଖିବା ଲାଗି ବ୍ୟବସାୟୀ ଫେରି ଚାହିଁବେ ନାହିଁ ବୋଲି ଏକ ସର୍ତ୍ତ ରଖିଥିଲେ। ଠକ୍‌ ସେହିଭଳି ଛତିଶଗଡ଼ର ଦାନ୍ତେଶ୍ୱରୀ ମାତା ମନ୍ଦିରର କାହାଣୀ। କୁହାଯାଏ, ମା’ ଜଣେ ରାଜାଙ୍କୁ ରକ୍ଷା କରିବା ଲାଗି ସମାନ ସର୍ତ୍ତ ଉପସ୍ଥାପନ କରିଥିଲେ। ପଛରେ ସେ ଯାଉଛନ୍ତି କି ନାହିଁ ତାହା ଯାଞ୍ଚ କରିବାକୁ ଫେରି ନ ଚାହିଁବା ଲାଗି ମା’ ରାଜାଙ୍କୁ କହିଥିଲେ। ତେବେ ଉଭୟ ଘଟଣାରେ ଭକ୍ତ ବ୍ୟବସାୟୀ ଓ ରାଜା ମା’ଙ୍କ ସର୍ତ୍ତ ରକ୍ଷା କରିପାରିଲେ ନାହିଁ ଓ ମା’ଙ୍କ ନୂପୁର ବା ପାଉଞ୍ଜି ଶବ୍ଦ ଶୁଣା ନ ଯିବାରୁ ସେମାନେ ଫେରି ଚାହିଁ ଦେଇଥିଲେ। ଫଳରେ ଉଭୟ ଘଟଣାରେ ମା’ ପଥର ପାଲଟି ଯାଇଥିଲେ ଓ ସେଠାରେ ଦୁଇଟି ମନ୍ଦିର ଗଢ଼ି ଉଠିଛି।
ଏହିସବୁ ବିଷୟ କେବଳ ଭାରତରେ ସୀମିତ ନୁହେଁ। ଏଠାରେ ଗ୍ରୀକ୍‌ ପୁରାଣକଥାରେ ଅର୍‌ଫ୍ୟୁସ ଏବଂ ୟୁରିଡାଇସଙ୍କ କାହାଣୀ ମନେପଡ଼େ। ଅର୍‌ଫ୍ୟୁସ ଥିଲେ ଜଣେ ପ୍ରତିଷ୍ଠିତ ମ୍ୟୁଜିସିଆନ। ତାଙ୍କ ମ୍ୟୁଜିକ୍‌ରେ ପଥର ଚାଲୁଥିଲା,ଗଛ ବି ପଲ୍ଲବିତ ହୋଇପାରୁଥିଲା। ଦିନକର କଥା। ତାଙ୍କ ସ୍ତ୍ରୀ ୟୁରିଡାଇସଙ୍କ ଦେହାନ୍ତ ଘଟିଲା ଓ ମନଦୁଃଖରେ ସେ ତାଙ୍କୁ ଫେରାଇ ଆଣିବା ପାଇଁ ମୃତ୍ୟୁଲୋକ ବା ଯମଲୋକକୁ ଗଲେ। ସେଠାରେ ମୃତ୍ୟୁ ଦେବତାଙ୍କୁ ବୁଝାଇଲେ, ତାହା ପୁଣି ତାଙ୍କ ମ୍ୟୁଜିକ୍‌ ମାଧ୍ୟମରେ। ସେଠାରେ ମୃତ୍ୟୁ ଦେବତା( ଯମ) ମଧ୍ୟ ତାଙ୍କ ସହ ଏକ ସର୍ତ୍ତ ରଖି କହିିଲେ ଯେ, ମର୍ତ୍ତ୍ୟଲୋକରେ ନ ପହଞ୍ଚିବା ଯାଏ ସେ ପଛକୁ ଫେରି ଚାହଁିବେ ନାହିଁ । କିନ୍ତୁ ଅର୍‌ଫ୍ୟୁସ ଫେରି ଚାହିଁଦେବାରୁ ତାଙ୍କ ସ୍ତ୍ରୀ ଚିରଦିନ ଲାଗି ଯମଲୋକକୁ ଫେରିଗଲେ। ଜାପାନର ପୌରାଣିକ ଉପାଖ୍ୟାନରେ ବି ଫେରି ଚାହିଁବାକୁ ନେଇ ବର୍ଣ୍ଣନା ଦେଖିବାକୁ ମିଳେ। ପ୍ରଥମ ପୁରୁଷ ମଧ୍ୟ ତାଙ୍କ ମୃତ ପ୍ରଥମ ସ୍ତ୍ରୀଙ୍କୁ ପୁନର୍ବାର ମର୍ତ୍ତ୍ୟକୁ ଫେରାଇ ଆଣିବାକୁ ଅନୁମତି ପ୍ରାପ୍ତ ବୋଲି ଏଥିରେ କୁହାଯାଇଛି। କିନ୍ତୁ ଏହା ପଛରେ ଏକ ସର୍ତ୍ତ ରହିଛି। ସର୍ତ୍ତ ଅନୁଯାୟୀ ସେହି ପୁରୁଷ ଜଣକ କେବେ ବି ତାଙ୍କ ସ୍ତ୍ରୀଙ୍କ ମୁହଁଁକୁ ଫେରି ଚାହିଁବେ ନାହିଁ। କିନ୍ତୁ ଯଦି ସେ ଏହା କରନ୍ତି, ତେବେ ତାଙ୍କ ସ୍ତ୍ରୀଙ୍କର ଭୟଙ୍କର ଭୂତ ରୂପ ଦେଖି ସେଠାରୁ ଦୌଡି ପଳାଇ ଘରର ଦ୍ୱାରା ବନ୍ଦ କରିଦିଅନ୍ତି। ଏହା ଯମଲୋକରୁ ମର୍ତ୍ତ୍ୟକୁ ଅଲଗା କରିଦିଏ। ଅର୍ଥାତ୍‌ ତାଙ୍କ ସ୍ତ୍ରୀଙ୍କ ପାଇଁ ମର୍ତ୍ତ୍ୟକୁ ଫେରିବାର ବାଟ ବନ୍ଦ ହୋଇଯାଏ। ବାଇବେଲ୍‌ ମଧ୍ୟ ଦେବଦୂତଙ୍କ ମୁଖନିସୃତ ଅନେକ କାହାଣୀ ବର୍ଣ୍ଣନା କରେ। ସୋଡମ ଓ ଗୋମରା ନାମକ ଦୁଇଟି ଛୋଟ ସହରର ଲୋକମାନେ କେହି କାହାକୁ ମାନୁ ନ ଥିଲେ। ସେଠାରେ ପାପ ବଢ଼ିଚାଲିଲା। ଏହା ଦେଖି ପରମେଶ୍ୱର ଲୋକମାନଙ୍କୁ ଦଣ୍ଡ ଦେବା ପୂର୍ବରୁ କହିଲେ ଯେ, ତୁମେମାନେ କରୁଥିବା ପାପ ଉପରେ ପଶ୍ଚାତ୍ତାପ କର, ବଦଳିଯାଅ। କେହି ତାଙ୍କ କଥା ଶୁଣିଲେ ନାହିଁ, ବରଂ ପୂର୍ବପରି ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଲେ। ଶେଷରେ ପରମେଶ୍ୱର ସେହି ସହର ଓ ଲୋକମାନଙ୍କୁ ଅଗ୍ନିରେ ଧ୍ୱଂସ କରିବା ପୂର୍ବରୁ ସେମାନଙ୍କୁ ସହର ଛାଡ଼ି ଚାଲିଯିବାକୁ କହିଲେ। ସମସ୍ତେ ଚାଲିଗଲେ,କିନ୍ତୁ ଲୋଟ ଏବଂ ତାଙ୍କ ସ୍ତ୍ରୀ ସହର ଛାଡ଼ି ଚାଲିଯାଉଥିବା ସମୟରେ ଲୋଟଙ୍କ ସ୍ତ୍ରୀ ସହରକୁ ଫେରି ଚାହିଁ ଦେବାରୁ ସେଠାରେ ଲବଣ ସ୍ତମ୍ଭ ପାଲଟିଗଲେ।
ଫେରି ଚାହିଁବାକୁ ନେଇ ଏହିସବୁ କାହାଣୀ ଅଧିକ ବିଶ୍ୱାସ ଆଧାରିତ। ଅସଲରେ ଅତୀତକୁ ଫେରି ଚାହିଁଲେ ଭବିଷ୍ୟତର ଆଶା ହରାଇବାକୁ ହୁଏ ବୋଲି ଏହିସବୁ କାହାଣୀ ଦର୍ଶାଏ। ତେବେ ଆମେ ଏଭଳି ଏକ ସମାଜରେ ବାସ କରୁଛୁ, ଯେଉଁଠି ସାମାଜିକ ନ୍ୟାୟ ଯୋଦ୍ଧା ଓ ରାଜନୀତିଜ୍ଞମାନେ ଅତୀତକୁ ଦେଖୁଛନ୍ତି। ସେମାନେ ଅତୀତକୁ ଦେଖି ଲୋକମାନଙ୍କୁ ଉତ୍ତେଜିତ କରୁଛନ୍ତି ଓ ଭବିଷ୍ୟତରେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରୁଛନ୍ତି। ଅତୀତକୁ ଦେଖିବା ଦ୍ୱାରା ଜୀବନ ଭାରାକ୍ରାନ୍ତ ହୋଇଯାଇଛି। ଏପରି କି ଆମେ ଆଉ ଆଗକୁ ବଢ଼ିପାରୁନାହଁୁ । ଅତୀତରେ କ’ଣ ଘଟିଥିଲା ତାହାକୁ ଦେଖି ସେଇଠି ଅଟକି ଯାଇଥିବାରୁ ଆମେ ପଥର ଭଳି ଗୋଟିଏ ଜାଗାରେ ପଡ଼ିରହିଛୁ କିମ୍ବା ଲୁଣ ଖମ୍ବ ପାଲଟିଯାଇଛୁ।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri