୭୫ ବର୍ଷରେ ଭାରତୀୟ ସମ୍ବିଧାନ

ଚଳିତ ବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ କରାଯାଉଛି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ଭାବେ ଭାରତବର୍ଷର ପ୍ରତ୍ୟେକ ନାଗରିକଙ୍କ ଦ୍ୱାରା ପାଳନ କରାଯିବା ଆବଶ୍ୟକ। ଭାରତରେ ସାମ୍ବିଧାନିକ ଶାସନ ବ୍ୟବସ୍ଥା କେବଳ ଆଇନ ଓ ନିୟମ ପ୍ରଣୟନର ଏକ ଦିଗ ନୁହେଁ, ବରଂ ଏହା ଗଣତାନ୍ତ୍ରିକ ଅନୁଷ୍ଠାନର ପ୍ରତିଷ୍ଠା ଓ ବିବର୍ତ୍ତନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ସାମ୍ବିଧାନିକ ସଂସ୍କୃତିର ଗହନ ଅର୍ଥକୁ ବିସ୍ତାର କରିବା ଦିଗରେ ବିଭିନ୍ନ ସଂସ୍କୃତି, ଭାବନା ଓ ବିଶ୍ୱାସ ମଧ୍ୟରେ ଭାରତୀୟଙ୍କ ସାମୂହିକ ଚେତନାକୁ କାବୁକରିଛି। ଯେହେତୁ ଆମେ ଏହି ସମ୍ବିଧାନ ଦିବସ ପାଳନ କରୁଛୁ, ଏହା ହେଉଛି ଆମ ସାମ୍ବିଧାନିକ ମୂଲ୍ୟବୋଧକୁ ଚିହ୍ନିବାର ପ୍ରକୃଷ୍ଟ ସମୟ, ଯାହାକି ଭାରତର ସାମ୍ବିଧାନିକ ସଂସ୍କୃତିର ରୂପରେଖ ନିର୍ଦ୍ଧାରଣ କରିଛି। ଆସନ୍ତୁ, ସମୟର ପରୀକ୍ଷଣକୁ ସହ୍ୟ କରିପାରିଥିବା ପାଞ୍ଚଟି ମୁଖ୍ୟ ବିଷୟ ଉପରେ ଆଲୋଚନା କରିବା।
ପ୍ରଥମତଃ, ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ଜନସାଧାରଣଙ୍କ ସମ୍ମାନ। ୨୬ ନଭେମ୍ବର ୧୯୪୯ରେ ଭାରତୀୟ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ଜୀବନଧାରଣର ମାନ ଓ ଜୀବନଶୈଳୀରେ ଏହି ଅସାଧାରଣ ଉନ୍ନତି ଭାରତୀୟମାନଙ୍କୁ ଗଣତାନ୍ତ୍ରିକ ଅନୁଷ୍ଠାନର ଭୂମିକା ଏବଂ ଅବଦାନ ପ୍ରତି ସମ୍ମାନ ଦେବାରେ ଏକ ମହତ୍ତ୍ୱପୂର୍ଣ୍ଣ ସୁଯୋଗ ଦେଇଛି। ଆମକୁ ବୁଝିବାକୁ ହେବ, ୧୯୫୧-୫୨ ଆର୍ଥିକ ବର୍ଷରେ ଭାରତରେ ହୋଇଥିବା ପ୍ରଥମ ନିର୍ବାଚନ ଅବଧି ତୁଳନାରେ ଆଜି ଏକ ଉନ୍ନତ ମାନର ଜୀବନ ଉପଭୋଗ କରିବା ସତ୍ତ୍ୱେ ଭାରତୀୟମାନେ କାହିଁକି ପ୍ରତ୍ୟେକ ନିର୍ବାଚନ(ତୃଣମୂଳସ୍ତରୀୟ, ରାଜ୍ୟ କିମ୍ବା ଜାତୀୟସ୍ତରୀୟ)ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରୁଛନ୍ତି। ଗଣତାନ୍ତ୍ରିକ ଜୀବନର ଏହା ଏକ ଅସାଧାରଣ ଅନୁଭୂତି। ଭାରତର ସାମ୍ବିଧାନିକ ଶାସନ ବ୍ୟବସ୍ଥା ଓ ନିର୍ବାଚନ ପ୍ରକ୍ରିୟାରେ ବିଶ୍ୱାସ ରଖି ପ୍ରାୟ ୬୦% ମତଦାତା ଆଜି ପ୍ରତ୍ୟେକ ନିର୍ବାଚନରେ ଭାଗନେଉଛନ୍ତି।
ଦ୍ୱିତୀୟତଃ, ସାମ୍ବିଧାନିକ ମୂଲ୍ୟବୋଧ ହେଉଛି କ୍ଷମତାର ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ପ୍ରତି ସମ୍ମାନ। ଗୋଟିଏ ଶାସନତନ୍ତ୍ରରୁ ଅନ୍ୟ ଶାସନତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନର ଧାରା ହେଉଛି ଭାରତର ସାମ୍ବିଧାନିକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କେନ୍ଦ୍ର ତଥା ରାଜ୍ୟ ସରକାର, କ୍ଷମତାରେ ଥିବା ଶାସକ ଓ ବିରୋଧୀଦଳ ଜନସାଧାରଣଙ୍କ ମତକୁ ଗ୍ରହଣ କରିବା ସହ ସମ୍ମାନ ଦିଅନ୍ତି। ଭାରତର ସାମ୍ବିଧାନିକ ସଂସ୍କୃତି କିପରି ମନ ଓ ହୃଦୟର ଗଭୀରତମ ସ୍ଥାନକୁ ପ୍ରବେଶ କରିଛି, ଏହା ତାହାର ଏକ ଉଦାହରଣ। ନିର୍ବାଚନ ଶେଷରେ ଏହା କ୍ଷମତାର ସୁଗମ ପରିବର୍ତ୍ତନ ପାଇଁ ଭାରତୀୟଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ନିର୍ବାଚନରେ ଉଚ୍ଚସ୍ତରୀୟ ଅଭିଯାନ ସହ ବେଳେବେଳେ ବିଭାଜନକାରୀ କାହାଣୀ ସଙ୍ଗେ ଲଢ଼େଇ ହେଉଥିଲେ ସୁଦ୍ଧା ନିର୍ବାଚନ ଫଳାଫଳ ସର୍ବଦା ଏକ ନମ୍ର ଅନୁଭୂତି ଦେଇଥାଏ- ଭାରତର ଜନସାଧାରଣ ହିଁ ପ୍ରତ୍ୟେକ ନିର୍ବାଚନରେ ବିନା ବ୍ୟତିକ୍ରମରେ ଜୟ ଲାଭ କରିଥାନ୍ତି। ଭାରତୀୟ ମତଦାତା ବାରମ୍ବାର ବିଶ୍ୱକୁ ଦର୍ଶାଇଛନ୍ତି ଯେ, ସମସ୍ୟା ଓ ଆହ୍ବାନଗୁଡ଼ିକର ବୋଧଗମ୍ୟତା ନିର୍ବାଚନ ସମ୍ପର୍କରେ ଆମ ନିଷ୍ପତ୍ତିର ପୁନର୍ଗଠନ କରିବ। ନିର୍ବାଚନରେ ଅଂଶଗ୍ରହଣ ଓ ଗୋଟିଏ ସରକାରରୁ ଅନ୍ୟ ସରକାରକୁ କ୍ଷମତାର ସୁଗମ ପରିବର୍ତ୍ତନକୁ ସକ୍ଷମ କରିବା ପାଇଁ ଭାରତର ଜନସାଧାରଣ ଏହି ମୂଳ ସାମ୍ବିଧାନିକ ମୂଲ୍ୟବୋଧକୁ ଗ୍ରହଣ କରିଛନ୍ତି।
ତୃତୀୟତଃ, ନ୍ୟାୟାଳୟ ମାଧ୍ୟମରେ ଅଧିକାର ଓ ସ୍ବାଧୀନତାର ସୁରକ୍ଷା। ମୌଳିକ ଅଧିକାର ତଥା ନ୍ୟାୟାଳୟଗୁଡିକର ସର୍ବୋଚ୍ଚ ଗୁରୁତ୍ୱକୁ ସ୍ବୀକୃତି ଦେବାରେ ସମ୍ବିଧାନ ସିଧାସଳଖ ଜନସାଧାରଣଙ୍କ ଅଧିକାରର ସୁରକ୍ଷା ପାଇଁ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ସମ୍ବିଧାନର ପ୍ରଣେତାମାନେ ସ୍ବାଧୀନତା ଆନ୍ଦୋଳନ ସହ ଜଡ଼ିତ ଥିଲେ ଏବଂ ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି ନିର୍ମାଣରେ ଉତ୍ତରଦାୟୀ ଥିଲେ। ଉପନିବେଶବାଦ ବିରୋଧରେ ଲଢ଼ି ଭାରତର ସ୍ବାଧୀନତା ହାସଲ କରିବାରେ ସେମାନଙ୍କ ସଂଘର୍ଷ ଅତୁଳନୀୟ ଥିଲା। ମୌଳିକ ଅଧିକାର ସହ ଜଡ଼ିତ ବୈଧାନିକ ବ୍ୟବସ୍ଥା ପ୍ରସ୍ତୁତ କରୁଥିବାବେଳେ ବିଧାନସଭାର ସଦସ୍ୟମାନେ ଏକ ଶକ୍ତିଶାଳୀ ରାଷ୍ଟ୍ରର ଶକ୍ତି ଓ ଏହାର ସାଧନ ସମ୍ପର୍କରେ ଅଭିଯାନ ରଖିଥିଲେ। ସେମାନେ ରାଷ୍ଟ୍ରତନ୍ତ୍ରର ପ୍ରଲୋଭନକୁ ବିରୋଧ କରିଥିଲେ। ଏହା ବ୍ୟକ୍ତିଗତ ଅଧିକାରର ସୁରକ୍ଷା, ବିଶେଷକରି ସମାଜର ବହୁ ବର୍ଗର ଲୋକଙ୍କ ପାଇଁ ଏକ ଦୃଢ଼ ପ୍ରତିବଦ୍ଧ ମୌଳିକ ଅଧିକାର ସମ୍ବନ୍ଧୀୟ ବଳିଷ୍ଠ ବ୍ୟବସ୍ଥାରେ ପ୍ରତିଫଳିତ ହୋଇଥିଲା। ଏହି ମୂଲ୍ୟବୋଧ ହିଁ ଭାରତରେ ଏକ ସମାନ୍ତରାଳ ସମାଜର ମୂଳଦୁଆ ପକାଇଛି।
ଚତୁର୍ଥତଃ, ସଂଘୀୟ ଶାସନ ବ୍ୟବସ୍ଥା ସାମ୍ବିଧାନିକ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ସମ୍ବିଧାନର ପ୍ରଣେତାମାନେ ଦେଶର ଅସାଧାରଣ ବିବିଧତା (ଯେପରିକି ଭାଷାଭିତ୍ତିକ ବିବିଧତା ଓ ଅନ୍ୟାନ୍ୟ ରୂପ ବହୁଳତା)କୁ ଆଖି ଆଗରେ ରଖି ଆମ ନାଗରିକ ତଥା ରାଜନୈତିକ ସଂସ୍କୃତିକୁ ସମ୍ବିଧାନରେ ଅନ୍ତର୍ଭୁକ୍ତ କରିଥିଲେ। ଭାରତର ପ୍ରତ୍ୟେକ ରାଜ୍ୟର ଇତିହାସ ଓ ପରମ୍ପରାର ଅର୍ଥ ହେଉଛି ଏକ ସାମୂହିକ ଜାତୀୟ ପରିଚୟ ଭିନ୍ନ ରାଜ୍ୟ ତଥା ଜନସାଧାରଣଙ୍କର ଅନନ୍ୟ ପରିଚୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ପ୍ରତି ପ୍ରତିବଦ୍ଧତା। ସେମାନେ ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ଇତିହାସ ଓ ସଂସ୍କୃତିକୁ ଧ୍ୟାନଦେଇ ସ୍ବାୟତ୍ତତା ଓ ସ୍ବାଧିକାରର ବ୍ୟବସ୍ଥା କରିଥିଲେ। ଦେଶର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ଅସମାନତା ଦୂରକରିବା ପାଇଁ ଭାରତୀୟ ସମ୍ବିଧାନରେ ବିତରଣ, ନିଷ୍ପକ୍ଷତା ଏବଂ ଅନ୍ତର୍ଭୁକ୍ତିର କାର୍ଯ୍ୟସୂଚୀ ବିଶିଷ୍ଟ ଏକ ସ୍ବତନ୍ତ୍ର ବିଧାନର ଚିତ୍ରଣ କରାଯାଇଛି।
ଗତ ୭ ଦଶନ୍ଧି ମଧ୍ୟରେ ଅନ୍ତତଃ ପକ୍ଷେ ଦୁଇଟି ସ୍ତରରେ ସଂଘୀୟ ବ୍ୟବସ୍ଥାର ଧାରଣା ଆହୁରି ଗହନ ହୋଇଛି: ପ୍ରଥମତଃ, ସମଗ୍ର ଭାରତରେ ରାଜ୍ୟସ୍ତରୀୟ ରାଜନୈତିକ ଦଳର ବୃଦ୍ଧି ଓ ଜାତୀୟ ରାଜନୈତିକ ଚେତନା ବିକାଶରେ ସେମାନଙ୍କର ଅବଦାନ। ଏହା ବହୁ କ୍ଷେତ୍ରରେ ରାଜ୍ୟ ତଥା କେନ୍ଦ୍ରରେ ମେଣ୍ଟ ସରକାରର ବିକାଶରେ ସହାୟକ ହେଉଥିବା ଶକ୍ତିଶାଳୀ ଦଳଗୁଡିକୁ ଆଗେଇନେଇଛି। ଦ୍ୱିତୀୟତଃ, ସଂଘୀୟ ବ୍ୟବସ୍ଥାର ଧାରଣା ମଧ୍ୟ ୭୩ତମ ଓ ୭୪ତମ ସାମ୍ବିଧାନିକ ସଂଶୋଧନ ବଳରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ପୌରସଂସ୍ଥାଗୁଡ଼ିକର ଗଠନରେ ସହାୟକ ହୋଇଛି।
ପଞ୍ଚମତଃ, ଗଣତନ୍ତ୍ରରେ ବିଶ୍ୱାସ ସୃଷ୍ଟି କରିବାରେ ଗଣମାଧ୍ୟମ ଓ ନାଗରିକଙ୍କର ଭୂମିକା। ଭାରତୀୟ ଗଣମାଧ୍ୟମ ହେଉଛି ଏକ ବିବିଧ ଓ ବହୁମିଶ୍ରିତ ଅନୁଷ୍ଠାନ, ଯାହା ବିଭିନ୍ନ ଦୃଷ୍ଟିକୋଣ ସହ ସମଗ୍ର ଭାରତରେ ବହୁ ଭାଷାରେ ପ୍ରତିଫଳିତ ହୋଇଛି। ଗଣମାଧ୍ୟମର ସମାଲୋଚନାକୁ ଆମେ ଉପଯୁକ୍ତ ମନେକରୁଥିବାବେଳେ ଦେଶର ଆଦର୍ଶ ଓ ବିକାଶ ପ୍ରକ୍ରିୟା ବଜାୟ ରଖିବାରେ ସାମ୍ବିଧାନିକ ମୂଲ୍ୟବୋଧର ଗୁରୁତ୍ୱକୁ ଅସ୍ବୀକାର କରାଯାଇପାରିବ ନାହିଁ। ଶାସନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ମଧ୍ୟ ଏକ ସାମ୍ବିଧାନିକ ସଂସ୍କୃତିର ଧାରଣାକୁ ସୁଦୃଢ଼ କରିପାରିଛି ଯାହା ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ପରିପୁଷ୍ଟ ହୋଇଛି। ସମ୍ବିଧାନ ପ୍ରଣୟନର ୭୫ବର୍ଷ ପୂର୍ତ୍ତି ଅବସରରେ ଆମେ ଗର୍ବିତ ଯେ, ଆମେ ଆଜି ଅନେକ କ୍ଷେତ୍ରରେ ସଫଳତା ହାସଲ କରିସାରିଛୁ। ହୀରକ ଜୟନ୍ତୀ କାଳରେ ପ୍ରବେଶକରି ଆମେ ଆମର ସ୍ବପ୍ନ ପ୍ରତି ପ୍ରତିବଦ୍ଧତାକୁ ପୁନଶ୍ଚ ଦୋହରାଇବା ଓ ଏକ ଆତ୍ମନିର୍ଭରଶୀଳ, ଶକ୍ତିଶାଳୀ ଓ ଏକାତ୍ମବୋଧକ ରାଷ୍ଟ୍ର ଗଠନ ଦିଗରେ ଯାତ୍ରାକୁ ଅବ୍ୟାହତ ରଖିବା ଆମର କର୍ତ୍ତବ୍ୟ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର
ମୋ: ୮୦୧୮୧୭୨୩୦୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?