Posted inଖେଳ

ଏଥର ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ ଭାରତ

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜରୁ ଭାରତର ଡବ୍ଲ୍ୟୁଟିସି ଅଭିଯାନ ଆରମ୍ଭ ହେବ। ନିୟମ ଅନୁସାରେ ୯ ଟେଷ୍ଟ ପ୍ଲେଇଂ ଦେଶ ୨ ବର୍ଷ ମଧ୍ୟରେ ନିଜ ପସନ୍ଦର ୬ଟି ଦଳ ବିପକ୍ଷରେ ଖେଳିବେ। ଏଥିରୁ ୩ ଦେଶ ବିପକ୍ଷରେ ଘରୋଇ ପରିବେଶରେ ଓ ୩ ଦେଶ ବିପକ୍ଷରେ ବାହାରେ ଖେଳିବେ।

ଆଗାମୀ ୨ ବର୍ଷ ମଧ୍ୟରେ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଘରୋଇ ପରିବେଶରେ ସିରିଜ ଖେଳିବ। ସେହିପରି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସହିତ ସେମାନଙ୍କ ଦେଶରେ ଖେଳିବ। ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ସିରିଜ ଆରମ୍ଭ ହେବ। ୨୦୨୧ ଡିସେମ୍ବରରୁ ୨୦୨୨ ଜାନୁୟାରୀ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍‌ ଇଣ୍ଡିଆ। ଏହାପରେ ୨୦୨୨ ନଭେମ୍ବରରେ ବାଂଲାଦେଶ ଯାଇ ସିରିଜ ଖେଳିବ। ଆସନ୍ତା ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ବିଶିଷ୍ଟ ଘରୋଇ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ,ଏଲ୍‌ଏସ୍‌ଜି ପାଇଁ ବିଜୟ ଲକ୍ଷ୍ୟ ୧୪୫ …

ମୁମ୍ବାଇ, ୧୦।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି ପ୍ରଥମେ...

ଏସିଆନ୍ ଗେମ୍ସରେ ଧ୍ବଜାବାହକ ହେବା ଗର୍ବର କଥା: ହରମନପ୍ରିତ

ନୂଆଦିଲ୍ଲୀ, ୨୧। ୯: ଏସିଆନ୍‌ ଗେମ୍ସ ୨୦୨୩ର ଉଦ୍ଘାଟନୀ ଉତ୍ସବରେ ଭାରତର ପୁରୁଷ ହକି ଦଳର ଅଧିନାୟକ ହରମନପ୍ରିତ୍ ସିଂ ଧ୍ବଜାବାହକ ହେବେ। ତେବେ ମହିଳା...

କିମ୍ବଦନ୍ତୀ ସ୍ପିନର ଚନ୍ଦ୍ରଶେଖରଙ୍କୁ ହୃଦ୍‌ଘାତ

ବେଙ୍ଗାଲୁରୁ, ୧୯ା୧ (ପି.ଟି.)- ହୃଦ୍‌ଘାତ ପରେ ପୂର୍ବତନ ଭାରତୀୟ କ୍ରିକେଟର ବି.ଏସ୍‌. ଚନ୍ଦ୍ରଶେଖର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସେ...

ଆଇସିସି ନିୟମରେ ବଡ଼ ପରିବର୍ତ୍ତନ

ଦୁବାଇ,୧୬।୫(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌ (ଆଇସିସି) ପକ୍ଷରୁ ଏହାର କିଛି ନିୟମରେ ପରିବର୍ତ୍ତନ କରାଯାଇଛି। ବିବାଦୀୟ ସଫ୍ଟ ସିଗ୍‌ନାଲ ନିୟମ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ...

ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ

ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ...

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସମ୍ମାନ ରଖିଲା

ଲଣ୍ଡନ, ୨୯।୭: ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆର ସମ୍ମାନ ରଖିଛି। ପ୍ରଥମ ଇନିଂସରେ...

ଅମୃତଜୟ, ମୈତ୍ରେୟ-ଶିବମ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୭।୫ (କ୍ରୀଡ଼ା ପ୍ରତିନିଧି): ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ବରୁଣେଇସ୍ଥିତ କେଟି...

ଅଶ୍ୱିନଙ୍କ ପରିବାରରେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୩୦।୪ : ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଆଇପିଏଲ ମଧ୍ୟରୁ ଓହରିବା ପଛର ପ୍ରକୃତ କାରଣ ସାମ୍ନାକୁ ଆସିଛି। ତାଙ୍କ ପରିବାରର ୧୦...

Advertisement
Archives

Model This Week