Posted inଜାତୀୟ

ଦୀର୍ଘକାଳୀନ ଶକ୍ତି ଭାଗୀଦାରି ନେଇ ଭାରତ, ଭେନେଜୁଏଲା ସଙ୍କଳ୍ପବଦ୍ଧ

ନୂଆଦିଲ୍ଲୀ,୫।୬(ପି.ଟି.): ଭାରତ ଓ ଭେନେଜୁଏଲା ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଦୀର୍ଘକାଳୀନ ଶକ୍ତି ଭାଗୀଦାରି ଗଠନ କରିବାକୁ ଗୁରୁବାର ସଂକଳ୍ପବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍‌ସି ରୋଡ୍ରିଗେଜ୍‌ଙ୍କ ମଧ୍ୟରେ ଏ ନେଇ ବ୍ୟାପକ ଆଲୋଚନା ହୋଇଛି। ଖଣିଜ ପଦାର୍ଥ, ଔଷଧ, କୃଷି ଏବଂ ଅଟୋମୋବାଇଲ ସମେତ ଆର୍ଥିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ କଥାବାର୍ତ୍ତା କେନ୍ଦ୍ରିତ ଥିଲା। ପଶ୍ଚିମ ଏସିଆ ସଙ୍କଟ ଯୋଗୁ ଯୋଗାଣରେ ବାଧା ଉପୁଜିଥିବା ବେଳେ ନୂଆଦିଲ୍ଲୀ ବିଭିନ୍ନ ତୈଳ ଯୋଗାଣକାରୀ ଦେଶରୁ ଅଶୋଧିତ ତୈଳ କିଣିବାକୁ ଚାହୁଁଥିବା ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ନିମନ୍ତେ ରୋଡ୍ରିଗେଜ୍‌ ବୁଧବାରଠାରୁ ୫ ଦିନିଆ ଭାରତ ଗସ୍ତରେ ଅଛନ୍ତି।
ଭେନେଜୁଏଲାରୁ ଅଶୋଧିତ ତୈଳ ଆମଦାନୀ ଲାଗି ଭାରତ ଏପ୍ରିଲରୁ ପ୍ରକ୍ରିୟା ତ୍ୱରାନ୍ବିତ କରିଛି ଓ ଏହି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭାରତର ୩ୟ ବୃହତ୍ତମ ତୈଳ ଯୋଗାଣକାରୀ ଭାବେ ଉଭା ହୋଇଛି। ଭାରତୀୟ ଅର୍ଥନୀତିର ଆକାର ଓ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଶକ୍ତି ବଜାରରେ ଏହା ଏକ ସ୍ଥିର କ୍ରେତା ହୋଇ ରହିବାର ସମ୍ଭାବନା ଥିବାରୁ ଭାରତକୁ ପସନ୍ଦଯୋଗ୍ୟ ଶକ୍ତି ଅଂଶୀଦାର ଭାବେ ଭେନେଜୁଏଲା ଦେଖୁଥିବା ବିଷୟ ଏହାର ନେତା ବୈଠକରେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ବୋଲି ବହିିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ (ପୂର୍ବ) ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଟଣ୍ଡନ କହିଛନ୍ତି, ଭାରତ ଏହି ଶକ୍ତି ସମ୍ପର୍କ ଗଠନ କରିବାକୁ ଆଗ୍ରହୀ ଏବଂ ଏହା ଉଭୟ ଅପଷ୍ଟ୍ରିମ (ଉତ୍ପାଦନ) ଏବଂ ଡାଉନଷ୍ଟ୍ରିମ (ପରିଶୋଧନ ଓ ବିତରଣ) କାର୍ଯ୍ୟକଳାପକୁ ଅନ୍ତର୍ଭୁକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଏହି ଆଲୋଚନାରେ ଭାରତୀୟ ପକ୍ଷ ‘ଓଏନ୍‌ଜିସି ବିଦେଶ’କୁ ଭେନେଜୁଏଲା ଦେବାକୁ ଥିବା ୫୦୦ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ଲାଭାଂଶ ବାକି ରହିଥିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲା। ଏକ ପ୍ରଶ୍ନର ଉତ୍ତରରେ ଟଣ୍ଡନ କହିଛନ୍ତି, ‘ଏହା ଆମର ଟଙ୍କା। ଭେନେଜୁଏଲା ଏହି ବିଷୟ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଅଛି’। ମୋଦି-ରୋଡ୍ରିଗେଜ୍‌ ଆଲୋଚନାରେ ସାମଗ୍ରିକ ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ବ୍ୟାପକ କରିବା ଉପରେ ମଧ୍ୟ ବିଚାର କରାଯାଇଛି।
ଜାନୁଆରୀରେ ଆମେରିକା ସେନା ଦ୍ୱାରା ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରାଯିବା ପରେ ଭେନେଜୁଏଲାରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ଉପରେ ଆଲୋଚନା ହୋଇଛି କି ନାହିଁ, ସେହି ପ୍ରଶ୍ନର ସିଧାସଳଖ ଉତ୍ତର ଦେବାକୁ ଟଣ୍ଡନ ମନା କରିଦେଇଛନ୍ତି। ସେ କହିଛନ୍ତି, ‘ଆମେ ସମସ୍ତେ ଜାଣୁ ଯେ ଭେନେଜୁଏଲାରେ ଏକ ଶାସନ ପରିବର୍ତ୍ତନ ହୋଇଛି। ଆମେ ଏଭଳି ଏକ ସରକାରଙ୍କ ସହ କାମ କରୁଛୁ, ଯିଏ ବନ୍ଧୁତ୍ୱପୂର୍ଣ୍ଣ ଏବଂ ଭାରତ ସହିତ ଭାଗୀଦାରି ଚାହୁଁଛି। ଆମେ ମଧ୍ୟ ସେହିଭଳି ପ୍ରତିକ୍ରିୟା ଦେବାକୁ ଚାହୁଁଛୁ। ଏହା ଭୁଲିବା ଉଚିତ ନୁହେଁ ଯେ, ଭେନେଜୁଏଲା ପାରମ୍ପରିକ ଭାବେ ଉଭୟ ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆମର ଅତି ନିକଟତର ବନ୍ଧୁ ରହିଆସିଛି’। ଉଭୟ ଦେଶର ନେତାଙ୍କ ମଧ୍ୟରେ ବ୍ରିକ୍ସ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।’ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗର ସମୀକ୍ଷା କରିଛନ୍ତି ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ବାସ୍ଥ୍ୟସେବା, ଅଟୋମୋବାଇଲ ଆଦି କ୍ଷେତ୍ରରେ ସହଯୋଗର ନୂତନ ମାର୍ଗ ସନ୍ଧାନ କରିଛନ୍ତି। ସେ କହିଛନ୍ତି, ‘ନେତାମାନେ ପାରସ୍ପରିକ ସ୍ବାର୍ଥ ରହିଥିବା ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସହଭାଗିତାକୁ ଗଭୀର କରିବା ଏବଂ ଗ୍ଲୋବାଲ ସାଉଥ୍‌ର ସ୍ବାର୍ଥକୁ ଆଗକୁ ବଢ଼ାଇବା ପାଇଁ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟରେ ୧୪ ତମ  ବନ ସହିଦ୍ ଦିବସ ପାଳିତ: ବଳିଦାନ ଦେଇଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ …

ପୋଡ଼ାମାରି ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ରେ ୧୪ ତମ ବନ ସହିଦ୍ ଦିବସ ପାଳିତ ; * ବଳିଦାନ କରିଥିବା ବନ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ କରାଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?