କାନାଡା ଉଚ୍ଚାୟୁକ୍ତଙ୍କୁ ଜବାବ ତଲବ କଲା ଭାରତ…

ଟରଣ୍ଟୋ,୨୬।୩ : ଭାରତ କାନାଡାର ହାଇ କମିଶନରଙ୍କୁ ଜବାବ ତଲବ କରିଛି। କାନାଡାର କୂଟନୈତିକ ମିଶନ ଏବଂ କନସୁଲେଟ ବିରୋଧରେ ବିଚ୍ଛିନ୍ନତାବାଦୀ ତଥା ଉଗ୍ରବାଦୀ ଉପାଦାନଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଶନିବାର ଭାରତ ସରକାର ଏହାର କୂଟନୈତିକ ମିଶନ ଏବଂ କନସୁଲେଟର ସୁରକ୍ଷାକୁ କିପରି ଉଲ୍ଲଂଘନ କରିବାକୁ ଅନୁମତି ଦିଆଯାଇଛି ସେ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଭିଏନା କନଭେନଶନ ଅନୁଯାୟୀ କାନାଡାକୁ ଏହାର ଦାୟିତ୍ୱ ମନେ ରଖିବାର ଆବଶ୍ୟକତା ରହିଛି। ଏପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରିବାକୁ କୁହାଯାଇଛି।

ମନ୍ତ୍ରଣାଳୟ ଆଶା ପ୍ରକଟ କରିଛି ଯେ କାନାଡା ସରକାର ଏହାର କୂଟନୀତିଜ୍ଞଙ୍କ ସୁରକ୍ଷା ତଥା ସେମାନଙ୍କର କୂଟନୈତିକ ପରିସରର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ନିକ୍‌ କରିବାକୁ ଯାଇ ପାଓ୍ବାର ଚ୍ୟାନେଲ ପାଣିରେ ବୁଡ଼ି ଛାତ୍ର ନିଖୋଜ, ପ୍ରଖର ସ୍ରୋତରେ ଭାସି…

ସମ୍ବଲପୁର,୭ା୬(ପ୍ରମୋଦ ବହିଦାର): ପିକ୍‌ନିକ୍‌ କରିବାକୁ ଯାଇଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା। ପାଣିରେ ବୁଡ଼ି ଜଣେ ମେଧାବୀ ଛାତ୍ର ନିଖୋଜ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।…

ଆଳି ମର୍ଡର କେସ୍‌: ସିନ୍‌ ରିକ୍ରିଏଶନ କଲା ପୋଲିସ, ଘଟଣାସ୍ଥଳରୁ ଲୁହାରଡ୍‌ ସହ ୩ ଅଭିଯୁକ୍ତ ଦେଖାଇଲେ…

ଆଳି,୭ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି। ଜିଲା ପୋଲିସ…

ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ଼ ଘଟଣା: ବାପି ସର୍ଖେଲଙ୍କୁ ଟାର୍ଗେଟ୍‌ କରି ଏକାଠି ହେଲେ…

ପାରାଦୀପ,୭ା୬(ଶରତ ରାଉତ): ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରେ ଗତମାସ ୩୦ ତାରିଖରେ ପେଟ୍ରୋଲ ବୋମାମାଡ଼ ହୋଇଥିଲା। ଉକ୍ତ ଘଟଣାକୁ ନେଇ ରବିବାର ପାରାଦୀପ ରାଜନୀତି…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଦାବି ପୂରଣ ନ ହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା, ଚେତାବନୀ ଦେଇ…

କେସିଙ୍ଗା,୭ା୬(ତୁମେଶ୍ୱର ସାହୁ): ଅଲ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନ ରାଜ୍ୟ ସରକାରଙ୍କୁ ୯ ଦଫା ସମ୍ବଳିତ ଦାବି ନେଇ ଦୀର୍ଘ ଦୁଇବର୍ଷରୁ ଦାବି କରି ଆସୁଛି। କିନ୍ତୁ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ବନ୍ଧୁକ ସହ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିଲେ କଫ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍‌ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

TMCରେ ବିଦ୍ରୋହ ମଧ୍ୟରେ ମମତାଙ୍କ ବଡ଼ ବଦକ୍ଷେପ, କଟିଲା ଅଭିଷେକଙ୍କ ଡେଣା!

କୋଲକାତା,୭।୬: ପଶ୍ଚିମବଙ୍ଗରେ ପରାଜୟ ପରେ, ତୃଣମୂଳ କଂଗ୍ରେସ ଆଭ୍ୟନ୍ତରୀଣ ଅସନ୍ତୋଷ ସହିତ ସଂଘର୍ଷ କରୁଛି; ଏହାର ଜବାବରେ, ମମତା ବାନାର୍ଜୀ ସମଗ୍ର ସଂଗଠନର ଗଠନକୁ ଭାଙ୍ଗି ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri