କେନାଲ ଜଳସେଚନ କାଗଜପତ୍ରରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୨୬।୩: କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। କୃଷିକୁ ୬୯ ପ୍ରତିଶତ ପରିବାର ଜୀବିକା କରିଛନ୍ତି। ହେଲେ ଜିଲାରେ କେନାଲ ଜଳସେଚିତ ଅଞ୍ଚଳ ଭାବେ ଯାହା କାଗଜପତ୍ରରେ ଦେଖାଯାଉଛି, ତାହା ବାସ୍ତବିକ ସତ୍ୟ ନୁହେଁ ବୋଲି ରାଜସ୍ବ ବୈଠକରେ ବହୁବାର ଆଲୋଚନା ହେଉଛି। ଚିହ୍ନଟ ଜମିର ଜଳକର ମିଳୁ ନ ଥିବାବେଳେ ପ୍ରଶାସନିକସ୍ତରରେ ଏଥିପାଇଁ ସମନ୍ବୟ କମିଟି ବସିବା ସମ୍ଭବ ହେଉନାହିଁ। ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି ଯେ, ଏ ନେଇ ବିଭିନ୍ନ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଇଥିଲା। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳ କର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି ବିଭାଗ, ଜଳ ସମ୍ପଦ ବିଭାଗ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୪୬,୭୨୭ ହେକ୍ଟର ଅର୍ଥାତ ୧,୧୫,୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ଯାହା ରାଜସ୍ବ ବିଭାଗ ତଥ୍ୟଠାରୁ ୨୯,୫୪୫ ଏକର ଅଧିକ। ଜିଲାର ଆଳି, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ନାହିଁ।
ଡେରାବିଶ ତହସିଲ ଅଞ୍ଚଳରେ କୃଷି ବିଭାଗ ୨୬,୬୯୦ ଏକର ଜମିରେ ପାଣି ମାଡୁଥିବା ଦର୍ଶାଯାଇଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ୨୪,୨୩୧ ଏକର ଜମି ପାଇଁ କର ଧାର୍ଯ୍ୟ ହୋଇଛି। ଗରଦପୁର ତହସିଲ ଅଞ୍ଚଳରେ କୃଷି ବିଭାଗର ୨୫୯୨ ଏକରରୁ ରାଜସ୍ବ ବିଭାଗ ୨୦୯୪ ଏକର, କେନ୍ଦ୍ରାପଡ଼ାରେ ୩୩,୪୮୫ ଏକରରୁ ୩୦,୦୮୪ ଏକର, ମାର୍ଶାଘାଇରେ ୧୧,୦୩୦ ଏକରରୁ ୮୦୫୦ ଏକର, ମହାକାଳପଡ଼ାରେ ୭୪୩୦ ଏକରରୁ ୫୪୧୯ ଏକର ଓ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୨୭,୩୬୨ ଏକରରୁ ୧୬,୦୮୭ ଏକର ଜମିରେ ଜଳ କର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏ ସମ୍ପର୍କରେ ଅଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ, ଜଳସମ୍ପଦ, ଉଠା ଜଳସେଚନ, କୃଷି ବିଭାଗୀୟ ଅଧିକାରୀଙ୍କର ଏକ ସମନ୍ବୟ କମିଟି ବସିବା ପାଇଁ ନିୟମ ହୋଇଛି। କମିଟିର ଏହି ବୈଠକରେ ଜଳସେଚିତ ଜମିର ଆକଳନ ସହ ଅର୍ଥକରୀ ଫସଲ ଉତ୍ପାଦନ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଥାଏ। ଫଳରେ ଜିଲାର କୃଷିନୀତି ସଫଳ ହେବା ସହ ରାଜସ୍ବ ଆଦାୟ ପଥ ସୁଗମ ହୁଏ। ତେବେ ୧୦ ବର୍ଷ ମଧ୍ୟରେ ଏପରି ସମନ୍ବୟ ବୈଠକ ବସିଥିବା ଜଣାପଡ଼ିନାହିଁ। ଫଳରେ ରାଜସ୍ବ ଆଦାୟ ବାଧାପ୍ରାପ୍ତ ସହ ପ୍ରକୃତ ଜଳସେଚନ ଜମିର ଆକଳନ ହୋଇପାରୁନାହିଁ। ଏହା ବ୍ୟତୀତ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳସେଚିତ ଚାଷ ଜମିକୁ ଘରବାଡି କିସମକୁ ପରିବର୍ତ୍ତନ କରାଯାଉଛି। ଏହି କିସମ ପରିବତ୍ତର୍ର୍ନ ଜିଲା ପାଇଁ ଏକ ସମସ୍ୟା ଆଣିଛି। ପ୍ରାୟ ହଜାରରୁ ଅଧିକ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଗୁଡ଼ିକରେ ଆବେଦନ ପତ୍ର ପଡ଼ି ରହିଥିବା ସେ ଦର୍ଶାଇଛନ୍ତି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କୁହନ୍ତି, ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନୂ୍ୟନ ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଘୋଷଣା କରିଛନ୍ତି। ତେବେ ଜିଲାରେ ୨୫ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳା ଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡ଼ିବାରୁ ଖେଳ ପଡ଼ିଆରେ ପରିଣତ ହୋଇଛି। ଉନ୍ନତୀକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରି କି କେନାଲ ନିକଟସ୍ଥ ଜମି ଜଳସେଚିତ ନ ହେବାରୁ ଜଳକର ନ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଆନ୍ଦୋଳନ ହେଉଛି। ତୁରନ୍ତ ଏଥିପ୍ରତି ଜିଲାପାଳ, ଆରଡିସି ଓ ଜଳ ସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନୂତନ କେନାଲ ଖନନ ସମୟରେ ରାଜସ୍ବ ବିଭାଗ ସହ ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗର ସମନ୍ବୟ କମିଟି ବସିଥାଏ। ଏଥିରେ ଜଳସେଚନ ଯୋଗ୍ୟ କ୍ଷେତ୍ରଫଳ ହିସାବକୁ ନିଆଯାଇଥାଏ। ଜିଲାରେ ଜଳକର ଆଦାୟ ହେଉଥିବା ଜମିର ପୁନଃ ସମୀକ୍ଷା ହେଲେ ରାଜସ୍ବ ବଢ଼ିବା ସହିତ କୃଷି ନୀତି ସଫଳ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri