Posted inଜାତୀୟ

ଠିକଣା ଜବାବ ଦେଇଛି ଭାରତ

ନୂଆଦିଲ୍ଲୀ,୨୯ା୬(ପି.ଟି.): ଲଦାଖ ଉପରେ ଯେଉଁମାନେ ଖରାପ ନଜର ପକାଇଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯାଇଛି। ଭାରତ ବନ୍ଧୁତାକୁ ସମ୍ମାନ କରେ, ତେବେ କୌଣସି ପ୍ରକାର ଶତ୍ରୁତାର ଠିକଣା ଜବାବ ଦେବା ପାଇଁ ଏହା ସମର୍ଥ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ସେ ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଭାରତର ବୀର ଯୋଦ୍ଧାମାନେ ଦେଶର ଗର୍ବ ଉପରେ ଆଞ୍ଚ୍‌ ଆସିବାକୁ ଦେବେନାହିଁ ବୋଲି ସେ କହିଥିଲେ।
ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହା ଦେଶକୁ ସୁଦୃଢ଼ କରିବାରେ ସହାୟକ ହୋଇପାରିବ। ଆତ୍ମନିର୍ଭରଶୀଳ ହେବା ଭାରତର ଲକ୍ଷ୍ୟ। ଆସ୍ଥା ଓ ବନ୍ଧୁତା ଏହାର ପରମ୍ପରା ହୋଇଥିବାବେଳେ ଭ୍ରାତୃଭାବ ଏହାର ଆତ୍ମା ବୋଲି ମୋଦି କହିଛନ୍ତି। ଆମ ସୀମାର ସୁରକ୍ଷା ପାଇଁ ଦେଶର ଶକ୍ତି ଓ ସାମର୍ଥ୍ୟ ବଢ଼ାଇବାକୁ ହେବ। ଏକ ଆତ୍ମନିର୍ଭର ଭାରତ ଏହାର ଶହୀଦମାନଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ ଲକ୍‌ଡାଉନରୁ ମୁକ୍ତ ହୋଇ ଅନ୍‌ଲକ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିବାବେଳେ କରୋନା ମହାମାରୀକୁ ପରାସ୍ତ କରିବା ଓ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। ଭାରତ ସବୁବେଳେ ବିପତ୍ତିକୁ ସଫଳତାରେ ପରିଣତ କରିଆସିଛି। ଚଳିତ ବର୍ଷ ମଧ୍ୟ ସେଥିରେ ବ୍ୟତିକ୍ରମ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ଅନ୍‌ଲକ ସମୟରେ ଲକ୍‌ଡାଉନ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ। ଜଣେ ମାସ୍କ ନ ପିନ୍ଧିଲେ, ୨ ଗଜ ଦୂର ସାମାଜିକ ଦୂରତ୍ୱ ବଜାୟ ନ ରଖିଲେ ଓ ଅନ୍ୟ ସତର୍କତାମୂଳକ ପଦକ୍ଷେପ ପାଳନ ନ କଲେ ସେ କେବଳ ନିଜ ପାଇଁ ବିପଦ ଆଣିବେ ତାହା ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାନ୍ତି ବୋଲି ମୋଦି ସତର୍କ କରାଇଦେଇଥିଲେ। ତାଙ୍କ ସରକାର ଖଣି, ମହାକାଶ, କୃଷି ଓ ଅନ୍ୟାନ୍ୟ ସେକ୍ଟରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଆତ୍ମନିର୍ଭର କରିବା ସହ ଦେଶର ପ୍ରଯୁକ୍ତି କ୍ଷେତ୍ରରେ ବିକାଶକୁ ତ୍ୱରାନ୍ବିତ କରାଇବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପାରମ୍ପରିକ ଇନ୍‌ଡୋର ଗେମ୍‌କୁ ନୂଆ ଓ ଆକର୍ଷଣୀୟ ରୂପରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଏହି ସେକ୍ଟରରେ ଷ୍ଟାର୍ଟଅପ୍‌ମାନଙ୍କୁ ବଡ଼ ସୁଯୋଗ ମିଳିପାରିବ। ପାରମ୍ପରିକ କ୍ରୀଡ଼ା ଅଭ୍ୟାସ କରିବା ଦ୍ୱାରା ପିଲାମାନେ ଅନ୍‌ଲାଇନ ଗେମ୍‌ଠାରୁ ଦୂରେଇ ରହି ଅନ୍‌ଲାଇନ ପାଠପଢ଼ାରେ ଅଧିକ ମନୋନିବେଶ କରିପାରିବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?