ଆଫଗାନିସ୍ତାନରେ ଏକଜୁଟ ହେଲେ ଭାରତ-ପାକିସ୍ତାନ, ତାଲିବାନ ହେଲା ଆଶ୍ଚର୍ଯ୍ୟ…

କାବୁଲ, ୭।୮ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରାୟତଃ ତିକ୍ତ ରହିଥାଏ। କିନ୍ତୁ ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏକ ଘଟଣା ତାଲିବାନକୁ ଆଶ୍ଚର୍ଯ୍ୟ କରିଥିଲା। କାବୁଲରେ ଭାରତ ଏବଂ ପାକିସ୍ଥାନର କୂଟନୀତିଜ୍ଞମାନେ ଏହି ନିୟମ ଉଲ୍ଲଂଘନ କରି ଗିରଫ ହୋଇଥିବା ଜଣେ ବିଦେଶୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁକ୍ତ କରିବାକୁ ଏକଜୁଟ ହୋଇ ଦାବି କରିଥିଲେ। ପାକିସ୍ତାନୀ ଗଣମାଧ୍ୟମ ପ୍ରତିନିଧି ଅନସ ମାଲିକ ତାଲିବାନ ଦ୍ୱାରା ୪ ଅଗଷ୍ଟ ୨୦୨୨ରେ ତାଙ୍କ ସ୍ଥାନୀୟ ପ୍ରଡ୍ୟୁସର ତଥା ଡ୍ରାଇଭରଙ୍କ ସହ ଗିରଫ ହୋଇଥିଲେ। ମାଲିକଙ୍କୁ ମାଡ଼ ମରାଯାଇ ପଚରାଉଚରା କରାଯାଇଥିଲା। ତାଙ୍କୁ ୨୧ ଘଣ୍ଟା ପୋଲିସ ହେପାଜତରେ ରଖାଯାଇଥିବାବେଳେ ୪୨ ଘଣ୍ଟା ଜେଲରେ ରଖାଯାଇଥିଲା। ପରେ ଶନିବାର ତାଙ୍କର ଦୁଇ ସହଯୋଗୀଙ୍କୁ ମୁକ୍ତ କରାଯାଇଥିଲା।

କାବୁଲର ଭୋଏ ନିଜ ରିପୋର୍ଟରେ କହିଛି ଯେ ମାଲିକଙ୍କ ନିଖୋଜ ଖବର ପ୍ରକାଶ ପାଇବା ପରେ ଭାରତ ଏବଂ ପାକିସ୍ଥାନର କୂଟନୀତିଜ୍ଞମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଏବଂ ସ୍ବାଧୀନତା ପାଇଁ ତାଲିବାନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।

ରିପୋର୍ଟ ଅନୁଯାୟୀ, ତାଲିବାନ ସୂତ୍ରରୁ ପ୍ରକାଶ ଯେ ବିଳମ୍ବକୁ ନେଇ ଭାରତ ଏବଂ ପାକିସ୍ତାନୀ ଦୂତାବାସରୁ ଲଗାତାର ଫୋନ କଲରେ ମାଲିକଙ୍କ ମୁକ୍ତି ଦାବିରେ ଦର୍ଶାଯାଇଛି। ଏହି ସମ୍ପର୍କିତ ସୂତ୍ର ଅନୁଯାୟୀ ତାଲିବାନ ଅଧିକାରୀମାନେ ଭାରତୀୟ ପକ୍ଷକୁ ପଚାରିଥିଲେ, ’ଆମେ ଜାଣୁ ଯେ ସେ ଜଣେ ପାକିସ୍ତାନୀ। ତୁମେ କିପରି କହିପାରିବ ଯେ ସେ ଆପଣଙ୍କର ଲୋକ? ସେତେବେଳେ ଜଣେ ଭାରତୀୟ ଅଧିକାରୀ ଉତ୍ତରରେ କହିଥିଲେ ଯେ ମାଲିକ ଏକ ଭାରତ ଭିତ୍ତିକ ନ୍ୟୁଜ ଚ୍ୟାନେଲରେ କାମ କରନ୍ତି। ସେହିପରି ପାକିସ୍ତାନୀ ଦୂତାବାସ ତାଲିବାନ ଅଧିକାରୀଙ୍କୁ ଫୋନ୍‌ କଲ କରିବା ସହ ମାଲିକଙ୍କୁ ମୁକ୍ତ କରିବାକୁ ଦାବି କରିଛି।

ରିପୋର୍ଟ ଅନୁଯାୟୀ, ତାଲିବାନ ପାକିସ୍ତାନର ରାଜଧାନୀ ଇସଲାମାବାଦରୁ ନୂଆଦିଲ୍ଲୀରେ ଅବସ୍ଥିତ ଏକ ଭାରତୀୟ ନ୍ୟୁଜ ଚ୍ୟାନେଲ ଓ୍ବିଅନରେ କାମ କରୁଥିବା ମାଲିକଙ୍କୁ ମୁକ୍ତ କରିଛି। ଏହାର ମୁଖ୍ୟାଳୟ ଦିଲ୍ଲୀରେ ରହିଛି। ତାଙ୍କୁ ଆଫଗାନିସ୍ତାନ ଛାଡିବାକୁ କୁହାଯାଇଥିଲା।

ପାକିସ୍ତାନରେ ପହଞ୍ଚି ସେ ନିଜ ଚ୍ୟାନେଲକୁ କହିଛନ୍ତି ଯେ କାବୁଲର ପୋଶ୍‌ ଅଞ୍ଚଳରୁ ରିପୋର୍ଟିଂ କରି ଫେରୁଥିଲେ। ଖବର ପାଇବା ପରେ ତାଲିବାନ ତାଙ୍କୁ କାର ଭିତରୁ ଟାଣି ନେଇଥିଲା ସେହି ସମାନ ଅଞ୍ଚଳ ଯେଉଁଠାରେ ଆମେରିକା ରବିବାର ଡ୍ରୋନ ଆକ୍ରମଣରେ ଅଲ-କାଏଦା ନେତା ଆୟମାନ ଅଲ-ଜାୱାହିରିଙ୍କୁ ହତ୍ୟା କରିଥିଲା। ତାଲିବାନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଓ୍ବାହିରଙ୍କୁି ହତ୍ୟା କରାଯାଇଥିବା ଘରଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଥିଲା। ତିନି ଜଣଙ୍କୁ ଅଟକ ରଖିଥିବା ଅଭିଯୋଗର ତାଲିବାନ ଅଧିକାରୀ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?