କଟକଣା ଲାଗୁ ହୋଇଥିବା ଦେଶକୁ ମାନବୀୟ ସହାୟତା ପ୍ରସ୍ତାବକୁ ଭାରତର ବିରୋଧ: ଜୟଶଙ୍କରଙ୍କୁ ପ୍ରଶଂସା କଲେ ଥରୁର୍‌ …

ଜେନେଭା,୧୧।୧୨ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଜାତିସଂଘ ଦ୍ୱାରା କଟକଣା ଜାରି ହୋଇଥିବା ଦେଶକୁ ମାନବୀୟ ସହାୟତା ଦେବା ପ୍ରସ୍ତାବକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତ ଏଭଳି ପଦକ୍ଷେପ ଲାଗି ଥରୁର୍‌ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସେ କହିଛନ୍ତି ଯେ ଏହି ପ୍ରସ୍ତାବ ପଛରେ ଥିବା ମାନବିକତାକୁ ବୁଝି ଭାରତ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ଭାରତର ଆପତ୍ତି ସହ ସମ୍ପୂର୍ଣ୍ଣ ଭାବେ ସହମତ ଅଟେ। ଜୟଶଙ୍କର ଭଲ କାମ କରିଛନ୍ତି । ସେ ସଠିକ ନିଷ୍ପତ୍ତି ନେଇଛନ୍ତି।

ବାସ୍ତବରେ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ପ୍ରତିବନ୍ଧକ ଲଗାଯାଇଥିବା ଦେଶଗୁଡିକ ମାନବିକ ସହାୟତା କ୍ଷେତ୍ରରେ ମଧ୍ୟ ଛାଡ ପାଇବା ଉଚିତ ଯାହା ଦ୍ୱାରା ବିପର୍ଯ୍ୟୟ କିମ୍ବା ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ବିରୋଧ କରି କହିଛି ଯେ ପଡୋଶୀ ଦେଶ ସମେତ କଳା ତାଲିକାଭୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାଣ୍ଠି ସଂଗ୍ରହ କରୁଛନ୍ତି। ଭାରତ ହିଁ ଏକମାତ୍ର ସଦସ୍ୟ ଯିଏ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ମନା କରିଦେଇଛି। ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ୧୪ ଜଣ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ।

ପରୋକ୍ଷରେ ପାକିସ୍ତାନ ଏବଂ ଏହାର ମାଟିରେ ତାଲିମ ନେଉ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିଷୟରେ ଉଲ୍ଲେଖ କରି ପରିଷଦର ଅଧ୍ୟକ୍ଷା ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଯେ ଏହି ପ୍ରସ୍ତାବ ପାରିତ ହେବା ଦ୍ୱାରା ଅନେକ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଶକ୍ତି ପ୍ରଦାନ କରିବ। କାରଣ ଏହି ସମସ୍ତ ସଂଗଠନ ମାନବିକ ସହାୟତା ନାମରେ ଟଙ୍କା ଉଠାଇଥାନ୍ତି। ଏହା ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ ହୋଇଥାଏ। ଏହି ସମସ୍ତ ଆତଙ୍କବାଦୀ ସଂଗଠନ ଏକ ଦାନକାରୀ ସଂସ୍ଥା ସୃଷ୍ଟି କରି ନିଜକୁ ମାନବିକ ସଂଗଠନ ଭାବରେ ଘୋଷଣା କରି ନିଜ ଉଦ୍ଦେଶ୍ୟ ସହଜରେ ପୂରଣ କରିପାରିବେ ଏବଂ ଆତଙ୍କବାଦୀଙ୍କୁ ଅଧିକ ପାଣ୍ଠି ଯୋଗାଇ ପାରିବେ। କାମ୍ବୋଜ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀ ସଂଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଜମାତ-ଉଦ-ଦାୱାକୁ ଏକ ସ୍ପଷ୍ଟ ସନ୍ଦର୍ଭରେ ସେ କହିଛନ୍ତି ଯେ ଏହି ପରିଷଦ ଦ୍ୱାରା ତାଲିକାଭୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଆମ ପଡ଼ୋଶୀ ଅଞ୍ଚଳରେ ରହିଛନ୍ତି। ସେମାନଙ୍କ ବିରୋଧରେ ବହୁ ଆତଙ୍କବାଦୀ ଗୋଷ୍ଠୀ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?