କଟକଣା ଲାଗୁ ହୋଇଥିବା ଦେଶକୁ ମାନବୀୟ ସହାୟତା ପ୍ରସ୍ତାବକୁ ଭାରତର ବିରୋଧ: ଜୟଶଙ୍କରଙ୍କୁ ପ୍ରଶଂସା କଲେ ଥରୁର୍‌ …

ଜେନେଭା,୧୧।୧୨ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଜାତିସଂଘ ଦ୍ୱାରା କଟକଣା ଜାରି ହୋଇଥିବା ଦେଶକୁ ମାନବୀୟ ସହାୟତା ଦେବା ପ୍ରସ୍ତାବକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତ ଏଭଳି ପଦକ୍ଷେପ ଲାଗି ଥରୁର୍‌ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସେ କହିଛନ୍ତି ଯେ ଏହି ପ୍ରସ୍ତାବ ପଛରେ ଥିବା ମାନବିକତାକୁ ବୁଝି ଭାରତ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଥିବାରୁ ମୁଁ ଭାରତର ଆପତ୍ତି ସହ ସମ୍ପୂର୍ଣ୍ଣ ଭାବେ ସହମତ ଅଟେ। ଜୟଶଙ୍କର ଭଲ କାମ କରିଛନ୍ତି । ସେ ସଠିକ ନିଷ୍ପତ୍ତି ନେଇଛନ୍ତି।

ବାସ୍ତବରେ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଅଣାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ପ୍ରତିବନ୍ଧକ ଲଗାଯାଇଥିବା ଦେଶଗୁଡିକ ମାନବିକ ସହାୟତା କ୍ଷେତ୍ରରେ ମଧ୍ୟ ଛାଡ ପାଇବା ଉଚିତ ଯାହା ଦ୍ୱାରା ବିପର୍ଯ୍ୟୟ କିମ୍ବା ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ। କିନ୍ତୁ ଭାରତ ଏହି ପ୍ରସ୍ତାବକୁ ବିରୋଧ କରି କହିଛି ଯେ ପଡୋଶୀ ଦେଶ ସମେତ କଳା ତାଲିକାଭୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ଉଠାଇ ପାଣ୍ଠି ସଂଗ୍ରହ କରୁଛନ୍ତି। ଭାରତ ହିଁ ଏକମାତ୍ର ସଦସ୍ୟ ଯିଏ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ମନା କରିଦେଇଛି। ଜାତିସଂଘ ସୁରକ୍ଷା ପରିଷଦର ଅନ୍ୟ ୧୪ ଜଣ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ।

ପରୋକ୍ଷରେ ପାକିସ୍ତାନ ଏବଂ ଏହାର ମାଟିରେ ତାଲିମ ନେଉ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିଷୟରେ ଉଲ୍ଲେଖ କରି ପରିଷଦର ଅଧ୍ୟକ୍ଷା ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଯେ ଏହି ପ୍ରସ୍ତାବ ପାରିତ ହେବା ଦ୍ୱାରା ଅନେକ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଶକ୍ତି ପ୍ରଦାନ କରିବ। କାରଣ ଏହି ସମସ୍ତ ସଂଗଠନ ମାନବିକ ସହାୟତା ନାମରେ ଟଙ୍କା ଉଠାଇଥାନ୍ତି। ଏହା ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ ହୋଇଥାଏ। ଏହି ସମସ୍ତ ଆତଙ୍କବାଦୀ ସଂଗଠନ ଏକ ଦାନକାରୀ ସଂସ୍ଥା ସୃଷ୍ଟି କରି ନିଜକୁ ମାନବିକ ସଂଗଠନ ଭାବରେ ଘୋଷଣା କରି ନିଜ ଉଦ୍ଦେଶ୍ୟ ସହଜରେ ପୂରଣ କରିପାରିବେ ଏବଂ ଆତଙ୍କବାଦୀଙ୍କୁ ଅଧିକ ପାଣ୍ଠି ଯୋଗାଇ ପାରିବେ। କାମ୍ବୋଜ ପାକିସ୍ତାନରେ ଉପସ୍ଥିତ ଆତଙ୍କବାଦୀ ସଂଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଜମାତ-ଉଦ-ଦାୱାକୁ ଏକ ସ୍ପଷ୍ଟ ସନ୍ଦର୍ଭରେ ସେ କହିଛନ୍ତି ଯେ ଏହି ପରିଷଦ ଦ୍ୱାରା ତାଲିକାଭୁକ୍ତ ଆତଙ୍କବାଦୀ ଗୋଷ୍ଠୀ ଆମ ପଡ଼ୋଶୀ ଅଞ୍ଚଳରେ ରହିଛନ୍ତି। ସେମାନଙ୍କ ବିରୋଧରେ ବହୁ ଆତଙ୍କବାଦୀ ଗୋଷ୍ଠୀ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଜଣାଶୁଣା ବିଚାରପତି ରୁଥ ବେଡରଙ୍କ ପରଲୋକ

ୱାଶିଂଟନ,୧୯ ।୯: ଆମେରିକା ସୁପ୍ରିମକୋର୍ଟର ବିଚାରପତି ଥିବା ଜଷ୍ଟିସ ରୁଥ ବେଡର ଗିନସ୍‌ବର୍ଗଙ୍କର ଶୁକ୍ରବାର ୮୭ ବର୍ଷ ବୟସରେ ୱାଶିଂଟନରେ ଥିବା ତାଙ୍କ ଘରେ ପରଲୋକ...

ଟ୍ରମ୍ପଙ୍କୁ ଆଉ ଏକ ସୁପର୍‌ ଝଟ୍‌କା

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ମତଦାନର ଦୁଇ ଦିନ ପରେ ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଭୋଟ ଗଣତି ମଧ୍ୟରେ ଡେମୋକ୍ରାଟ ପ୍ରାର୍ଥୀ ଜୋ...

ବିଶୋଧକ ସ୍ପ୍ରେ କରିବା କ୍ଷତି କାରକ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୭।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ପ୍ରେ କରାଯାଉଥିବା ବିଶୋଧକ କ୍ଷତି କାରକ ବୋଲି ବିଶ୍ୱ...

ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା...

ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ...

ଇରାନ ଖସାଇଛି ୟୁକ୍ରେନ ବିମାନ

ନ୍ୟୁୟର୍କ,୧୧ା୧: ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଦାବି...

ବାଂଲାଦେଶରେ ବିଦ୍ରୋହ: ଶେଖ ହସିନାଙ୍କ ଇସ୍ତଫା ଦାବି କଲେ ଲୋକେ…

ଢାକା,୧୦।୧୨ : ଶନିବାର ସକାଳେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଛି। ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନପି)ର ନେତୃତ୍ୱରେ ଡକାଯାଇଥିବା ରାଲିରେ ହଜାର ହଜାର...

‘ଭାରତକୁ ଉପକୃତ କରୁଛନ୍ତି ଇମ୍ରାନ’

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ପାକିସ୍ତାନ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ବିବାଦ ବନ୍ଦ...

Advertisement
Archives

Model This Week