ଜି୨୦: କେବଳ ଆଲୋଚନା

ବାସ୍ତବରେ ଜଣେ ନେତା ହୋଇ ନ ପାରିଲେ ବି ବାହାନା କରିପାରନ୍ତି ଯେ ସେ ଜଣେ ନେତା। ଯେତେବେଳେ ଦର୍ଶକମାନେ ଜାଣି ନ ଥାନ୍ତି ଯେ ଜଣେ ଦେଖେଇ ହେଉଛି ଏବଂ ମିଡିଆ ସେହିଭଳି କାମ କରୁଛି ସେତେବେଳେ ଏଭଳି ବାହାନା ଉପଯୋଗୀ ହୋଇଥାଏ। ଜି୨୦ ସମ୍ମିଳନୀ କ୍ଷେତ୍ରରେ ସେଭଳି ହେଉଥିବା ଅନୁମେୟ। ଏସୀୟ ଆର୍ଥିକ ସଙ୍କଟ ପରେ ବୈଶ୍ୱିକ ଆର୍ଥିକ ଓ ବିତ୍ତୀୟ ବିଷୟଗୁଡ଼ିକୁ ନେଇ ଆଲୋଚନା କରିବାକୁ ଜି୨୦ ଗଠନ କରାଯାଇଥିଲା। ଜାତିସଂଘ ସୁରକ୍ଷା ପରିଷଦ ଭଳି ଏହା ନିକଟରେ ବାସ୍ତବରେ ପ୍ରୟୋଗ କଲାଭଳି କ୍ଷମତା ନାହିଁ। ଜି୨୦ର କ୍ଷମତା ନ ଥିବାର ଏକ ପ୍ରମୁଖ ସୂଚକ ହେଉଛି ଏହାର ଅଧ୍ୟକ୍ଷତା ପାଳିରେ ପ୍ରଦାନ କରାଯାଏ ଏବଂ ପ୍ରତିବର୍ଷ ଏହା ବଦଳେ। ଏଥିରୁ ବୁଝାପଡ଼େ ଯେ, ଜଣକ ପରେ ଜଣେ ଏହା ପାଇଥାନ୍ତି। ଅଧ୍ୟକ୍ଷତା କରି ନିଜ ଟିକସଦାତାଙ୍କ ଅର୍ଥରେ ଅନ୍ୟମାନଙ୍କୁ ନେଇ ଆଲୋଚନା ଆୟୋଜନ କରିବାକୁ ସମ୍ମାନର ବିଷୟ ମନେ କରନ୍ତିି। ଜି୨୦ ଗଠନ ହୋଇଛି ବାଣିଜ୍ୟ ଉପରେ ଆଲୋଚନା କରିବାକୁ, ହେଲେ ଯେଉଁମାନେ ଏବେ ବାଣିଜ୍ୟ ଯୁଦ୍ଧରେ ଅବତୀର୍ଣ୍ଣ (ଆମେରିକା ଓ ଚାଇନା) କିମ୍ବା ଅନ୍ୟମାନଙ୍କ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ନାହିଁ ସେମାନେ ଏଥିରେ ରହିଛନ୍ତି। ଜି୨୦ରେ ଜଳବାୟୁ ପରିବର୍ତ୍ତନ ବିଷୟ ଆଲୋଚନା ହୁଏ, କିନ୍ତୁ ଯେଉଁ ଦେଶଗୁଡ଼ିକ ଅତ୍ୟଧିକ କାର୍ବନ ନିର୍ଗମନ କରୁଛନ୍ତି ସେମାନଙ୍କୁ ଏଥିରେ ରଖାଯାଇଛି। ସାମରିକ ଦୃୃଷ୍ଟିକୋଣରୁ ଯେଉଁମାନେ(ଆମେରିକା ଓ ୟୁରୋପ) ଚୁକ୍ତିଭିତ୍ତିକ ମେଣ୍ଟ ଗଠନ କରିଛନ୍ତି ଓ ମେଣ୍ଟ ମଧ୍ୟରୁ ଜଣକ ଉପରେ ଆକ୍ରମଣ ଆରମ୍ଭ ହେଲେ ତାହାକୁ ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ବିଚାର କରୁଛନ୍ତି, ସେମାନଙ୍କୁ ମଧ୍ୟ ଜି୨୦ ସ୍ଥାନ ଦେଇଛି। ଜି୨୦ ଏମିତିକା ଦେଶ ସବୁକୁ ସାମିଲ କରିଛି ଯେଉଁମାଙ୍କର ସୀମା ନାହିଁ ଏବଂ ଯାହାର ନାଗରିକମାନେ ଏଭଳି ପ୍ରତ୍ୟେକ ଦେଶକୁ (ୟୁରୋପୀୟ ସଂଘ) ସ୍ବାଧୀନ ଭାବେ ଯାଇପାରିବେ, କାମ କରିବା ସହ ନିବେଶ ମଧ୍ୟ କରିପାରିବେ। ଜି୨୦ରେ ଏମିତି ସବୁ ଗଣତନ୍ତ୍ର ରାଷ୍ଟ୍ର ରହିଛନ୍ତି ଯେଉଁଠି ଏକଚ୍ଛତ୍ରବାଦ ଓ ରାଜା ଶାସନ(ସାଉଦି ଆରବ) ଚାଲିଛି।
ଜି୨୦ ଦେଶଗୁଡ଼ିକ ମଧ୍ୟରେ ଆମେରିକା ସବୁଠୁ ଧନୀ। ଏହାର ବାର୍ଷିକ ମୁଣ୍ଡପିଛା ଆୟ ୭୦,୦୦୦ ଡଲାରରୁ ବେଶି କିମ୍ବା ୫୬ ଲକ୍ଷ ଟଙ୍କା। ଭାରତ ହେଉଛି ସବୁଠୁ ଗରିବ ଏବଂ ଆମର ବାର୍ଷିକ ମୁଣ୍ଡପିଛା ଆୟ ୨,୦୦୦ ଆମେରିକୀୟ ଡଲାର କିମ୍ବା ୧.୬ ଲକ୍ଷ ଟଙ୍କା। ଆମ ପୂର୍ବରୁ ଜି୨୦ ଅଧ୍ୟକ୍ଷତା କିଏ(ଇଣ୍ଡୋନେସିଆ) ନେଇଥିଲା କିମ୍ବା ତା’ପୂର୍ବରୁ କେଉଁ ଦେଶ ନେଇଥିଲା ଓ ଆମ ପରେ କିଏ(ବ୍ରାଜିଲ) ନେବ ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି। କାରଣ ଅଧ୍ୟକ୍ଷତା ଏକ କ୍ଷମତା କିମ୍ବା ସମ୍ମାନର ପଦବୀ ନୁହେଁ। କିନ୍ତୁ ଆମକୁ କୁହାଯାଉଛି ଯେ, ଜି୨୦ ଅଧ୍ୟକ୍ଷତା ହେଉଛି ସବୁଠୁ ବଡ଼ ସମ୍ମାନ। ଆମେ ସରକାରଙ୍କଠାରୁ ଏହା ଶୁଣିଛୁ ଏବଂ ୨୦୨୩ ସେପ୍ଟେମ୍ବର ଯାଏ ଆମେ ଏମିତି ବାରମ୍ବାର ଶୁଣି ଚାଲିଥିବୁ। ଦେଶ ସାରା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ। ଆମ ପକ୍ଷରୁ ଏହାକୁ ସଞ୍ଚାଳନ କରିବାକୁ ପ୍ରଧାନମନ୍ତ୍ରୀ ନୀତିି ଆୟୋଗର ପୂର୍ବତନ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇଛନ୍ତି। ସରକାରଙ୍କର ଏକ ଥିଙ୍କ୍‌ ଟ୍ୟାଙ୍କ ଭାବେ ନୀତି ବା ଆଇନ ବ୍ୟତୀତ ଆଉ କ’ଣ ସବୁ କରିଛି କେହି ସେ ସମ୍ପର୍କରେ ନିଶ୍ଚିତ ନୁହନ୍ତି। ବରଂ ସରକାରଙ୍କୁ ସମର୍ଥନ ଓ ପ୍ରଶଂସା କରିଛି। ସମ୍ଭବତଃ ଜି୨୦ର କାର୍ଯ୍ୟକ୍ରମ ପରିଚାଳନାରେ କିଛି ବାସ୍ତବ କାର୍ଯ୍ୟ ରହିବ। ଜି୨୦ର ସ୍ଥାୟୀ ସେକ୍ରେଟାରିଏଟ୍‌ ନାହିଁ ଏବଂ ଏହାର ଖର୍ଚ୍ଚ ପୂର୍ବରୁ ଏବଂ ଏବକାର ଓ ଆଗକୁ ଅଧ୍ୟକ୍ଷତା ନେଉଥିବା ଦେଶଗୁଡ଼ିକ ଭାଗୀଦାରିରେ ବହନ କରିବେ। ବୁଝାପଡ଼ୁଛି ଯେ, ଆମ ଅଧ୍ୟକ୍ଷତା ଶେଷ ହେବା ପରେ ଆଉ ଗୋଟିଏ ବର୍ଷ ପାଇଁ ଆମେ କିଛି ଖର୍ଚ୍ଚ ବହନ କରିବୁ।
ଜି୨୦ର ଅନ୍ୟସବୁ ବିଷୟ ମଧ୍ୟରେ ସିଭିଲ ସୋସାଇଟି ବା ଏନ୍‌ଜିଓର ଗୋଟିଏ ବୈଠକ ହେବା କାର୍ଯ୍ୟକ୍ରମ ରହିଛି। ସରକାର ୨୦୧୪ରୁ ଏମାନଙ୍କୁ ବିରୋଧ କରି ଆସୁଛନ୍ତି। ଏଣୁ ଏହି ବୈଠକରେ ସେମାନଙ୍କୁ ସରକାର କ’ଣ କହିବେ ତାହା ଦେଖିବା ଅତ୍ୟନ୍ତ କୌତୂହଳପ୍ରଦ ହେବ। କିନ୍ତୁ ସେମାନେ ଜି୨୦ର ବହୁ ଦେଶରେ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ସାଂସଦମାନଙ୍କ ସହ ବୈଠକ ହେବା କାର୍ଯ୍ୟକ୍ରମ ରହିଛି। ଏହାସହ ଭାରତର ବିରୋଧୀ ଦଳକୁ ଶେଷରେ କହିବାର ସୁଯୋଗ ଦିଆଯାଇପାରେ। ଯଦି ଏହା ଘଟେ ତେବେ ଆମେ ଏହା ଦେଖିବା, ନଚେତ ନାହିଁ। ବାକ୍‌ ସ୍ବାଧୀନତା ଏବଂ ସହିଷ୍ଣୁତାକୁ ନେଇ ବନେଇଚୂନେଇ ଆମେ କିଛି କହିପାରୁ। କିନ୍ତୁ ଆମର ବାସ୍ତବ ସମସ୍ୟାଗୁଡ଼ିକ ଉପରେ ଆଲୋଚନାର ସମ୍ଭାବନା କମ୍‌। ଏପରିକି ଚାଇନା ଆମ ସହ ସୀମା ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଚାହଁୁନାହିଁ। ଲଦାଖରେ ସମସ୍ୟା ଲାଗି ରହିଥିବାବେଳେ ଏ ବିଷୟରେ ଚାଇନାକୁ ତୃତୀୟପକ୍ଷ ଦେଶଗୁଡ଼ିକ ସହ କଥା ହେବା ଲାଗି ଛାଡିଦେବା ଦରକାର। ଏହି ଦେଶଗୁଡ଼ିକୁ ଆମ ଶ୍ରମିକମାନଙ୍କ ଲାଗି ଏବଂ ଅନ୍ୟ ଜି୨୦ ଦେଶଗୁଡ଼ିକରେ ଆମ ପର୍ଯ୍ୟଟକମାନଙ୍କ ପାଇଁ ସହଜ ଓ ଶସ୍ତା ପ୍ରବେଶ ପ୍ରସଙ୍ଗ ଉଠିବା ସମ୍ଭାବନା ନାହିଁ। ଏଥିରେ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ, କାରଣ ଆଲୋଚନା ଜି୨୦ ସମ୍ମିଳନୀ କେବଳ ଆଲୋଚନା ପାଇଁ, କୌଣସିି କାମକୁ ନୁହେଁ।
୫୦ ବର୍ଷ ପୂର୍ବେ ଜୁଲ୍‌ଫିକର ଅଲି ଭୁଟ୍ଟୋ ଏକ ଇସ୍‌ଲାମିକ ସମ୍ମିଳନୀ ଆୟୋଜନ କରିଥିଲେ। ପାକିସ୍ତାନକୁ ଇସ୍‌ଲାମିକ ବିଶ୍ୱରେ ନେତା ଭାବେ ପ୍ରତିପାଦିତ କରିବା ସକାଶେ ଏହା କରାଯାଇଥିଲା। ଅବଶ୍ୟ ଏଥିରେ ସେମିତି କିଛି ବିଷୟ ନ ଥିଲା। କିନ୍ତୁ ଏଭଳି କିଛି ବାହାନା କରିବାରେ ଭୁଲ୍‌ ବା କ’ଣ ଥିଲା? ବାସ୍ତବରେ ବୈଶ୍ୱିକ ସ୍ତରରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବାକୁ ଜି୨୦ ସମ୍ମିଳନୀ ଆମ ନେତାମାନଙ୍କୁ ଏକ ସୁଯୋଗ ଦେବ ଏବଂ ଆମ ଦେଶ ଏଥିପ୍ରତି ଅତ୍ୟଧିକ ଉତ୍ସୁକ। ବାସ୍ତବରେ ଏହା ଲୋକମାନଙ୍କ ପାଇଁ ଏକ ତାମସା ହେବ। କିନ୍ତୁ ଏହା ନିଶ୍ଚିତ ଯେ କିଛି ମନୋରଞ୍ଜନ ହେବ। ଏହା ବିଶ୍ୱର ନେତୃତ୍ୱ ନେବା କିମ୍ବା ବିଶ୍ୱନେତା ହେବାକୁ ଭାରତର ଅଭିଯାନ ବୋଲି ଯେଉଁ ଦାବି କରାଯାଉଛି ତାହା ପୂରଣ ହେବ ନାହିଁ। ହୁଏତ ପରବର୍ତ୍ତୀ ନେତା ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଏହା ବିଶ୍ୱକୁ ନେତୃତ୍ୱ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri