ଜି୨୦: କେବଳ ଆଲୋଚନା

ବାସ୍ତବରେ ଜଣେ ନେତା ହୋଇ ନ ପାରିଲେ ବି ବାହାନା କରିପାରନ୍ତି ଯେ ସେ ଜଣେ ନେତା। ଯେତେବେଳେ ଦର୍ଶକମାନେ ଜାଣି ନ ଥାନ୍ତି ଯେ ଜଣେ ଦେଖେଇ ହେଉଛି ଏବଂ ମିଡିଆ ସେହିଭଳି କାମ କରୁଛି ସେତେବେଳେ ଏଭଳି ବାହାନା ଉପଯୋଗୀ ହୋଇଥାଏ। ଜି୨୦ ସମ୍ମିଳନୀ କ୍ଷେତ୍ରରେ ସେଭଳି ହେଉଥିବା ଅନୁମେୟ। ଏସୀୟ ଆର୍ଥିକ ସଙ୍କଟ ପରେ ବୈଶ୍ୱିକ ଆର୍ଥିକ ଓ ବିତ୍ତୀୟ ବିଷୟଗୁଡ଼ିକୁ ନେଇ ଆଲୋଚନା କରିବାକୁ ଜି୨୦ ଗଠନ କରାଯାଇଥିଲା। ଜାତିସଂଘ ସୁରକ୍ଷା ପରିଷଦ ଭଳି ଏହା ନିକଟରେ ବାସ୍ତବରେ ପ୍ରୟୋଗ କଲାଭଳି କ୍ଷମତା ନାହିଁ। ଜି୨୦ର କ୍ଷମତା ନ ଥିବାର ଏକ ପ୍ରମୁଖ ସୂଚକ ହେଉଛି ଏହାର ଅଧ୍ୟକ୍ଷତା ପାଳିରେ ପ୍ରଦାନ କରାଯାଏ ଏବଂ ପ୍ରତିବର୍ଷ ଏହା ବଦଳେ। ଏଥିରୁ ବୁଝାପଡ଼େ ଯେ, ଜଣକ ପରେ ଜଣେ ଏହା ପାଇଥାନ୍ତି। ଅଧ୍ୟକ୍ଷତା କରି ନିଜ ଟିକସଦାତାଙ୍କ ଅର୍ଥରେ ଅନ୍ୟମାନଙ୍କୁ ନେଇ ଆଲୋଚନା ଆୟୋଜନ କରିବାକୁ ସମ୍ମାନର ବିଷୟ ମନେ କରନ୍ତିି। ଜି୨୦ ଗଠନ ହୋଇଛି ବାଣିଜ୍ୟ ଉପରେ ଆଲୋଚନା କରିବାକୁ, ହେଲେ ଯେଉଁମାନେ ଏବେ ବାଣିଜ୍ୟ ଯୁଦ୍ଧରେ ଅବତୀର୍ଣ୍ଣ (ଆମେରିକା ଓ ଚାଇନା) କିମ୍ବା ଅନ୍ୟମାନଙ୍କ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ନାହିଁ ସେମାନେ ଏଥିରେ ରହିଛନ୍ତି। ଜି୨୦ରେ ଜଳବାୟୁ ପରିବର୍ତ୍ତନ ବିଷୟ ଆଲୋଚନା ହୁଏ, କିନ୍ତୁ ଯେଉଁ ଦେଶଗୁଡ଼ିକ ଅତ୍ୟଧିକ କାର୍ବନ ନିର୍ଗମନ କରୁଛନ୍ତି ସେମାନଙ୍କୁ ଏଥିରେ ରଖାଯାଇଛି। ସାମରିକ ଦୃୃଷ୍ଟିକୋଣରୁ ଯେଉଁମାନେ(ଆମେରିକା ଓ ୟୁରୋପ) ଚୁକ୍ତିଭିତ୍ତିକ ମେଣ୍ଟ ଗଠନ କରିଛନ୍ତି ଓ ମେଣ୍ଟ ମଧ୍ୟରୁ ଜଣକ ଉପରେ ଆକ୍ରମଣ ଆରମ୍ଭ ହେଲେ ତାହାକୁ ସମସ୍ତଙ୍କ ଉପରେ ଆକ୍ରମଣ ବୋଲି ବିଚାର କରୁଛନ୍ତି, ସେମାନଙ୍କୁ ମଧ୍ୟ ଜି୨୦ ସ୍ଥାନ ଦେଇଛି। ଜି୨୦ ଏମିତିକା ଦେଶ ସବୁକୁ ସାମିଲ କରିଛି ଯେଉଁମାଙ୍କର ସୀମା ନାହିଁ ଏବଂ ଯାହାର ନାଗରିକମାନେ ଏଭଳି ପ୍ରତ୍ୟେକ ଦେଶକୁ (ୟୁରୋପୀୟ ସଂଘ) ସ୍ବାଧୀନ ଭାବେ ଯାଇପାରିବେ, କାମ କରିବା ସହ ନିବେଶ ମଧ୍ୟ କରିପାରିବେ। ଜି୨୦ରେ ଏମିତି ସବୁ ଗଣତନ୍ତ୍ର ରାଷ୍ଟ୍ର ରହିଛନ୍ତି ଯେଉଁଠି ଏକଚ୍ଛତ୍ରବାଦ ଓ ରାଜା ଶାସନ(ସାଉଦି ଆରବ) ଚାଲିଛି।
ଜି୨୦ ଦେଶଗୁଡ଼ିକ ମଧ୍ୟରେ ଆମେରିକା ସବୁଠୁ ଧନୀ। ଏହାର ବାର୍ଷିକ ମୁଣ୍ଡପିଛା ଆୟ ୭୦,୦୦୦ ଡଲାରରୁ ବେଶି କିମ୍ବା ୫୬ ଲକ୍ଷ ଟଙ୍କା। ଭାରତ ହେଉଛି ସବୁଠୁ ଗରିବ ଏବଂ ଆମର ବାର୍ଷିକ ମୁଣ୍ଡପିଛା ଆୟ ୨,୦୦୦ ଆମେରିକୀୟ ଡଲାର କିମ୍ବା ୧.୬ ଲକ୍ଷ ଟଙ୍କା। ଆମ ପୂର୍ବରୁ ଜି୨୦ ଅଧ୍ୟକ୍ଷତା କିଏ(ଇଣ୍ଡୋନେସିଆ) ନେଇଥିଲା କିମ୍ବା ତା’ପୂର୍ବରୁ କେଉଁ ଦେଶ ନେଇଥିଲା ଓ ଆମ ପରେ କିଏ(ବ୍ରାଜିଲ) ନେବ ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି। କାରଣ ଅଧ୍ୟକ୍ଷତା ଏକ କ୍ଷମତା କିମ୍ବା ସମ୍ମାନର ପଦବୀ ନୁହେଁ। କିନ୍ତୁ ଆମକୁ କୁହାଯାଉଛି ଯେ, ଜି୨୦ ଅଧ୍ୟକ୍ଷତା ହେଉଛି ସବୁଠୁ ବଡ଼ ସମ୍ମାନ। ଆମେ ସରକାରଙ୍କଠାରୁ ଏହା ଶୁଣିଛୁ ଏବଂ ୨୦୨୩ ସେପ୍ଟେମ୍ବର ଯାଏ ଆମେ ଏମିତି ବାରମ୍ବାର ଶୁଣି ଚାଲିଥିବୁ। ଦେଶ ସାରା ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ। ଆମ ପକ୍ଷରୁ ଏହାକୁ ସଞ୍ଚାଳନ କରିବାକୁ ପ୍ରଧାନମନ୍ତ୍ରୀ ନୀତିି ଆୟୋଗର ପୂର୍ବତନ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇଛନ୍ତି। ସରକାରଙ୍କର ଏକ ଥିଙ୍କ୍‌ ଟ୍ୟାଙ୍କ ଭାବେ ନୀତି ବା ଆଇନ ବ୍ୟତୀତ ଆଉ କ’ଣ ସବୁ କରିଛି କେହି ସେ ସମ୍ପର୍କରେ ନିଶ୍ଚିତ ନୁହନ୍ତି। ବରଂ ସରକାରଙ୍କୁ ସମର୍ଥନ ଓ ପ୍ରଶଂସା କରିଛି। ସମ୍ଭବତଃ ଜି୨୦ର କାର୍ଯ୍ୟକ୍ରମ ପରିଚାଳନାରେ କିଛି ବାସ୍ତବ କାର୍ଯ୍ୟ ରହିବ। ଜି୨୦ର ସ୍ଥାୟୀ ସେକ୍ରେଟାରିଏଟ୍‌ ନାହିଁ ଏବଂ ଏହାର ଖର୍ଚ୍ଚ ପୂର୍ବରୁ ଏବଂ ଏବକାର ଓ ଆଗକୁ ଅଧ୍ୟକ୍ଷତା ନେଉଥିବା ଦେଶଗୁଡ଼ିକ ଭାଗୀଦାରିରେ ବହନ କରିବେ। ବୁଝାପଡ଼ୁଛି ଯେ, ଆମ ଅଧ୍ୟକ୍ଷତା ଶେଷ ହେବା ପରେ ଆଉ ଗୋଟିଏ ବର୍ଷ ପାଇଁ ଆମେ କିଛି ଖର୍ଚ୍ଚ ବହନ କରିବୁ।
ଜି୨୦ର ଅନ୍ୟସବୁ ବିଷୟ ମଧ୍ୟରେ ସିଭିଲ ସୋସାଇଟି ବା ଏନ୍‌ଜିଓର ଗୋଟିଏ ବୈଠକ ହେବା କାର୍ଯ୍ୟକ୍ରମ ରହିଛି। ସରକାର ୨୦୧୪ରୁ ଏମାନଙ୍କୁ ବିରୋଧ କରି ଆସୁଛନ୍ତି। ଏଣୁ ଏହି ବୈଠକରେ ସେମାନଙ୍କୁ ସରକାର କ’ଣ କହିବେ ତାହା ଦେଖିବା ଅତ୍ୟନ୍ତ କୌତୂହଳପ୍ରଦ ହେବ। କିନ୍ତୁ ସେମାନେ ଜି୨୦ର ବହୁ ଦେଶରେ ସେମାନଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ସାଂସଦମାନଙ୍କ ସହ ବୈଠକ ହେବା କାର୍ଯ୍ୟକ୍ରମ ରହିଛି। ଏହାସହ ଭାରତର ବିରୋଧୀ ଦଳକୁ ଶେଷରେ କହିବାର ସୁଯୋଗ ଦିଆଯାଇପାରେ। ଯଦି ଏହା ଘଟେ ତେବେ ଆମେ ଏହା ଦେଖିବା, ନଚେତ ନାହିଁ। ବାକ୍‌ ସ୍ବାଧୀନତା ଏବଂ ସହିଷ୍ଣୁତାକୁ ନେଇ ବନେଇଚୂନେଇ ଆମେ କିଛି କହିପାରୁ। କିନ୍ତୁ ଆମର ବାସ୍ତବ ସମସ୍ୟାଗୁଡ଼ିକ ଉପରେ ଆଲୋଚନାର ସମ୍ଭାବନା କମ୍‌। ଏପରିକି ଚାଇନା ଆମ ସହ ସୀମା ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ଚାହଁୁନାହିଁ। ଲଦାଖରେ ସମସ୍ୟା ଲାଗି ରହିଥିବାବେଳେ ଏ ବିଷୟରେ ଚାଇନାକୁ ତୃତୀୟପକ୍ଷ ଦେଶଗୁଡ଼ିକ ସହ କଥା ହେବା ଲାଗି ଛାଡିଦେବା ଦରକାର। ଏହି ଦେଶଗୁଡ଼ିକୁ ଆମ ଶ୍ରମିକମାନଙ୍କ ଲାଗି ଏବଂ ଅନ୍ୟ ଜି୨୦ ଦେଶଗୁଡ଼ିକରେ ଆମ ପର୍ଯ୍ୟଟକମାନଙ୍କ ପାଇଁ ସହଜ ଓ ଶସ୍ତା ପ୍ରବେଶ ପ୍ରସଙ୍ଗ ଉଠିବା ସମ୍ଭାବନା ନାହିଁ। ଏଥିରେ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ, କାରଣ ଆଲୋଚନା ଜି୨୦ ସମ୍ମିଳନୀ କେବଳ ଆଲୋଚନା ପାଇଁ, କୌଣସିି କାମକୁ ନୁହେଁ।
୫୦ ବର୍ଷ ପୂର୍ବେ ଜୁଲ୍‌ଫିକର ଅଲି ଭୁଟ୍ଟୋ ଏକ ଇସ୍‌ଲାମିକ ସମ୍ମିଳନୀ ଆୟୋଜନ କରିଥିଲେ। ପାକିସ୍ତାନକୁ ଇସ୍‌ଲାମିକ ବିଶ୍ୱରେ ନେତା ଭାବେ ପ୍ରତିପାଦିତ କରିବା ସକାଶେ ଏହା କରାଯାଇଥିଲା। ଅବଶ୍ୟ ଏଥିରେ ସେମିତି କିଛି ବିଷୟ ନ ଥିଲା। କିନ୍ତୁ ଏଭଳି କିଛି ବାହାନା କରିବାରେ ଭୁଲ୍‌ ବା କ’ଣ ଥିଲା? ବାସ୍ତବରେ ବୈଶ୍ୱିକ ସ୍ତରରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବାକୁ ଜି୨୦ ସମ୍ମିଳନୀ ଆମ ନେତାମାନଙ୍କୁ ଏକ ସୁଯୋଗ ଦେବ ଏବଂ ଆମ ଦେଶ ଏଥିପ୍ରତି ଅତ୍ୟଧିକ ଉତ୍ସୁକ। ବାସ୍ତବରେ ଏହା ଲୋକମାନଙ୍କ ପାଇଁ ଏକ ତାମସା ହେବ। କିନ୍ତୁ ଏହା ନିଶ୍ଚିତ ଯେ କିଛି ମନୋରଞ୍ଜନ ହେବ। ଏହା ବିଶ୍ୱର ନେତୃତ୍ୱ ନେବା କିମ୍ବା ବିଶ୍ୱନେତା ହେବାକୁ ଭାରତର ଅଭିଯାନ ବୋଲି ଯେଉଁ ଦାବି କରାଯାଉଛି ତାହା ପୂରଣ ହେବ ନାହିଁ। ହୁଏତ ପରବର୍ତ୍ତୀ ନେତା ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଏହା ବିଶ୍ୱକୁ ନେତୃତ୍ୱ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?