‘ଯୁଦ୍ଧକୁ ଇନ୍ଧନ ଦେଉଛି ଭାରତ’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ୟୁକ୍ରେନ୍‌ ଆକ୍ରମଣ ପରେ ଆମେରିକା ଓ ୟୁରୋପୀୟ କ୍ରେତାମାନେ ମସ୍କୋଠାରୁ ତେଲ କିଣିବା ବନ୍ଦ କରିଦେବାରୁ ରୁଷିଆ ନୂଆ ବଜାର ଖୋଜୁଛି। ଏବେ ଏସିଆକୁ ରୁଷିଆର ତେଲ ଯୋଗାଣ ବଢ଼ିଯାଇଛି। ଭାରତ ଏହାର ଫାଇଦା ନେବାକୁ ଯାଇ ଅନ୍ତର୍ଜାତୀୟ ଚାପ ଓ କଟକଣାକୁ ଭ୍ରୂକ୍ଷେପ ନ କରି ରୁଷିଆଠାରୁ ରିହାତି ଦରରେ ଅଶୋଧିତ ତୈଳ ଆଣୁଛି। ରୁଷିଆ ତେଲ କିଣିବାରେ ଚାଇନା ପ୍ରଥମରେ ଥିବାବେଳେ ଭାରତ ହେଉଛି ଦ୍ୱିତୀୟ ବଡ଼ କ୍ରେତା। ଯୁଦ୍ଧ ପରେ ବ୍ରେଣ୍ଟ ମୂଲ୍ୟ ୧୦ ଡଲାର ବଢ଼ିଥିବାବେଳେ ରୁଷିଆ ପୂର୍ବ ତୁଳନାରେ ଭାରତକୁ ବ୍ୟାରେଲ ପିଛା ୩୫ ଡଲାର ରିହାତିରେ ତେଲ ଦେଉଛି। ଏହାସହ ବର୍ଷକୁ ୧୫ ନିୟୁତ ବ୍ୟାରେଲ ତେଲ ରପ୍ତାନି କରିବାକୁ ଚାହୁଁଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହାକୁ ଗ୍ରହଣ କରିପାରି ନାହାନ୍ତି। ଭାରତକୁ ଶସ୍ତା ତେଲ ଆମଦାନୀ କୂଟନୈତିକ ସ୍ତରରେ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି।

ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ‘ବାଡ଼ି ନ ଭାଙ୍ଗୁ କି ସାପ ନ ମରୁ’ ଆଭିମୁଖ୍ୟ ଆମେରିକାକୁ ନିରାଶ କରିଛି। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିଥିବାବେଳେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ସମର୍ଥନ ଆଶାରେ ଗୁରୁବାର ନୂଆଦିଲ୍ଲୀ ଆସିଛନ୍ତି। ମସ୍କୋର ପ୍ରସ୍ତାବ ଉପରେ ଭାରତ ବିଚାର କରୁଥିବା ନେଇ ଗୁରୁବାର ଆମେରିକା ଓ ଅଷ୍ଟ୍ରେଲିଆ ନୂଆଦିଲ୍ଲୀକୁ ସମାଲୋଚନା କରିଛନ୍ତି। ଓ୍ବାଶିଂଟନରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ଖବରଦାତାଙ୍କୁ ସମ୍ବୋଧନ କରି କହିଛନ୍ତି, ବର୍ତ୍ତମାନ ଇତିହାସର ଠିକ୍‌ ପକ୍ଷ ସହ ଛିଡ଼ା ହେବାର ସମୟ ଉପନୀତ। ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସମର୍ଥନ କରି ୟୁକ୍ରେନ୍‌ର ସ୍ବାଧୀନତା, ଗଣତନ୍ତ୍ର ଓ ସାର୍ବଭୌମତ୍ୱ ପ୍ରତି ଦୃଷ୍ଟି ଦେବା ଉଚିତ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧରେ ଇନ୍ଧନ ଯୋଗାଇବା ଅନୁଚିତ। ଯୁଦ୍ଧ ପାଇଁ ଆବଶ୍ୟକ ପାଣ୍ଠି ଓ ସହାୟତା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିନା ସମାଲୋଚନା କରିଛନ୍ତି। ତାଙ୍କ ସହ ଥିବା ଅଷ୍ଟ୍ରେଲିଆ ବାଣିଜ୍ୟ ମନ୍ତ୍ରୀ ଡାନ୍‌ ତେହନ୍‌ କହିଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମର ଯେଉଁ ଆଭିମୁଖ୍ୟ ରହିଆସିଛି, ତାକୁ ଏବେ ଭିତ୍ତିକରି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଏକାଠି କାର୍ଯ୍ୟ କରିବା ସମୟ ଆସିଛି। ଆମେରିକା ଓ ଅଷ୍ଟ୍ରେଲିଆର ଉପରୋକ୍ତ ମନ୍ତବ୍ୟରୁ କ୍ୱାଡ୍‌ ସଦସ୍ୟଙ୍କ ମଧ୍ୟରେ ଭାରତ ପ୍ରତି ବଢ଼ୁଥିବା ଅସନ୍ତୋଷ ପ୍ରତିଫଳିତ ହେଉଛି। କ୍ୱାଡିଲେଟରାଲ ସିକ୍ୟୁରିଟି ଡାଇଲଗ୍‌ (କ୍ୱାଡ୍‌) ହେଉଛି ଆମେରିକା, ଅଷ୍ଟ୍ରେଲିଆ, ଭାରତ, ଜାପାନକୁ ନେଇ ଏକ ରଣନୈତିକ ପ୍ଲାଟ୍‌ଫର୍ମ, ଯାହାକି ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନାର କ୍ରମବର୍ଦ୍ଧିଷ୍ଣୁ ହସ୍ତକ୍ଷେପକୁ ପ୍ରତିହତ କରିବା ପାଇଁ ପ୍ରୟାସରତ। ରୁଷିଆ ଅସ୍ତ୍ରଶସ୍ତ୍ରର ସର୍ବବୃହତ୍‌ ଆମଦାନୀକାରୀ ଭାରତ ଏହି ରାଷ୍ଟ୍ର ସମୂହର ସଦସ୍ୟ ହୋଇ ମଧ୍ୟ ଏବେ ଶସ୍ତାରେ ମସ୍କୋଠାରୁ ତେଲ କିଣୁଛି। ଯୁଦ୍ଧବିରତି ଆହ୍ବାନକୁ ଭାରତ ସମର୍ଥନ କରିଥିଲେ ହେଁ ଜାତିସଂଘରେ ମସ୍କୋ ବିରୋଧୀ ପ୍ରସ୍ତାବଗୁଡ଼ିକ ଆଗତ ବେଳେ ମତଦାନରୁ ବିରତ ରହିଆସିଛି। ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ରୁଷିଆର ୭ଟି ବ୍ୟାଙ୍କକୁ ସ୍ବିଫ୍ଟରୁ ବାଦ୍‌ ଦେବା ପରେ ଭାରତ ଟଙ୍କା-ରୁବଲ ବିନିମୟରେ ତେଲ କିଣିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri