‘ଯୁଦ୍ଧକୁ ଇନ୍ଧନ ଦେଉଛି ଭାରତ’

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ୟୁକ୍ରେନ୍‌ ଆକ୍ରମଣ ପରେ ଆମେରିକା ଓ ୟୁରୋପୀୟ କ୍ରେତାମାନେ ମସ୍କୋଠାରୁ ତେଲ କିଣିବା ବନ୍ଦ କରିଦେବାରୁ ରୁଷିଆ ନୂଆ ବଜାର ଖୋଜୁଛି। ଏବେ ଏସିଆକୁ ରୁଷିଆର ତେଲ ଯୋଗାଣ ବଢ଼ିଯାଇଛି। ଭାରତ ଏହାର ଫାଇଦା ନେବାକୁ ଯାଇ ଅନ୍ତର୍ଜାତୀୟ ଚାପ ଓ କଟକଣାକୁ ଭ୍ରୂକ୍ଷେପ ନ କରି ରୁଷିଆଠାରୁ ରିହାତି ଦରରେ ଅଶୋଧିତ ତୈଳ ଆଣୁଛି। ରୁଷିଆ ତେଲ କିଣିବାରେ ଚାଇନା ପ୍ରଥମରେ ଥିବାବେଳେ ଭାରତ ହେଉଛି ଦ୍ୱିତୀୟ ବଡ଼ କ୍ରେତା। ଯୁଦ୍ଧ ପରେ ବ୍ରେଣ୍ଟ ମୂଲ୍ୟ ୧୦ ଡଲାର ବଢ଼ିଥିବାବେଳେ ରୁଷିଆ ପୂର୍ବ ତୁଳନାରେ ଭାରତକୁ ବ୍ୟାରେଲ ପିଛା ୩୫ ଡଲାର ରିହାତିରେ ତେଲ ଦେଉଛି। ଏହାସହ ବର୍ଷକୁ ୧୫ ନିୟୁତ ବ୍ୟାରେଲ ତେଲ ରପ୍ତାନି କରିବାକୁ ଚାହୁଁଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହାକୁ ଗ୍ରହଣ କରିପାରି ନାହାନ୍ତି। ଭାରତକୁ ଶସ୍ତା ତେଲ ଆମଦାନୀ କୂଟନୈତିକ ସ୍ତରରେ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି।

ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ‘ବାଡ଼ି ନ ଭାଙ୍ଗୁ କି ସାପ ନ ମରୁ’ ଆଭିମୁଖ୍ୟ ଆମେରିକାକୁ ନିରାଶ କରିଛି। ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ କଟକଣା ଜାରି କରିଥିବାବେଳେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ସମର୍ଥନ ଆଶାରେ ଗୁରୁବାର ନୂଆଦିଲ୍ଲୀ ଆସିଛନ୍ତି। ମସ୍କୋର ପ୍ରସ୍ତାବ ଉପରେ ଭାରତ ବିଚାର କରୁଥିବା ନେଇ ଗୁରୁବାର ଆମେରିକା ଓ ଅଷ୍ଟ୍ରେଲିଆ ନୂଆଦିଲ୍ଲୀକୁ ସମାଲୋଚନା କରିଛନ୍ତି। ଓ୍ବାଶିଂଟନରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ଖବରଦାତାଙ୍କୁ ସମ୍ବୋଧନ କରି କହିଛନ୍ତି, ବର୍ତ୍ତମାନ ଇତିହାସର ଠିକ୍‌ ପକ୍ଷ ସହ ଛିଡ଼ା ହେବାର ସମୟ ଉପନୀତ। ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସମର୍ଥନ କରି ୟୁକ୍ରେନ୍‌ର ସ୍ବାଧୀନତା, ଗଣତନ୍ତ୍ର ଓ ସାର୍ବଭୌମତ୍ୱ ପ୍ରତି ଦୃଷ୍ଟି ଦେବା ଉଚିତ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧରେ ଇନ୍ଧନ ଯୋଗାଇବା ଅନୁଚିତ। ଯୁଦ୍ଧ ପାଇଁ ଆବଶ୍ୟକ ପାଣ୍ଠି ଓ ସହାୟତା ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜିନା ସମାଲୋଚନା କରିଛନ୍ତି। ତାଙ୍କ ସହ ଥିବା ଅଷ୍ଟ୍ରେଲିଆ ବାଣିଜ୍ୟ ମନ୍ତ୍ରୀ ଡାନ୍‌ ତେହନ୍‌ କହିଥିଲେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆମର ଯେଉଁ ଆଭିମୁଖ୍ୟ ରହିଆସିଛି, ତାକୁ ଏବେ ଭିତ୍ତିକରି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ଏକାଠି କାର୍ଯ୍ୟ କରିବା ସମୟ ଆସିଛି। ଆମେରିକା ଓ ଅଷ୍ଟ୍ରେଲିଆର ଉପରୋକ୍ତ ମନ୍ତବ୍ୟରୁ କ୍ୱାଡ୍‌ ସଦସ୍ୟଙ୍କ ମଧ୍ୟରେ ଭାରତ ପ୍ରତି ବଢ଼ୁଥିବା ଅସନ୍ତୋଷ ପ୍ରତିଫଳିତ ହେଉଛି। କ୍ୱାଡିଲେଟରାଲ ସିକ୍ୟୁରିଟି ଡାଇଲଗ୍‌ (କ୍ୱାଡ୍‌) ହେଉଛି ଆମେରିକା, ଅଷ୍ଟ୍ରେଲିଆ, ଭାରତ, ଜାପାନକୁ ନେଇ ଏକ ରଣନୈତିକ ପ୍ଲାଟ୍‌ଫର୍ମ, ଯାହାକି ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚାଇନାର କ୍ରମବର୍ଦ୍ଧିଷ୍ଣୁ ହସ୍ତକ୍ଷେପକୁ ପ୍ରତିହତ କରିବା ପାଇଁ ପ୍ରୟାସରତ। ରୁଷିଆ ଅସ୍ତ୍ରଶସ୍ତ୍ରର ସର୍ବବୃହତ୍‌ ଆମଦାନୀକାରୀ ଭାରତ ଏହି ରାଷ୍ଟ୍ର ସମୂହର ସଦସ୍ୟ ହୋଇ ମଧ୍ୟ ଏବେ ଶସ୍ତାରେ ମସ୍କୋଠାରୁ ତେଲ କିଣୁଛି। ଯୁଦ୍ଧବିରତି ଆହ୍ବାନକୁ ଭାରତ ସମର୍ଥନ କରିଥିଲେ ହେଁ ଜାତିସଂଘରେ ମସ୍କୋ ବିରୋଧୀ ପ୍ରସ୍ତାବଗୁଡ଼ିକ ଆଗତ ବେଳେ ମତଦାନରୁ ବିରତ ରହିଆସିଛି। ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ରୁଷିଆର ୭ଟି ବ୍ୟାଙ୍କକୁ ସ୍ବିଫ୍ଟରୁ ବାଦ୍‌ ଦେବା ପରେ ଭାରତ ଟଙ୍କା-ରୁବଲ ବିନିମୟରେ ତେଲ କିଣିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri