କେନ୍ଦ୍ରକୁ ଫେରିଗଲା ୮୪୨ କୋଟି

ଭୁବନେଶ୍ୱର,୧ା୪(ବ୍ୟୁରୋ): ଜଳ ସେଚନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ସତ୍ତ୍ୱେ ଆର୍ଥିକ ପରିଚାଳନାରେ ଅନିମୟମିତା, ଜମି ଅଧିଗ୍ରହଣରେ ବିଳମ୍ବ , ଡିପିଆର ପ୍ରସ୍ତୁତିରେ ତ୍ରୁଟି, ଭୁଲ ସର୍ଭେ ଓ ଅନୁସନ୍ଧାନ, ତ୍ରୁଟିଯୁକ୍ତ ଡିଜାଇନ, ଜଳ ନ ଥିବା ସ୍ଥାନରେ ବୃହତ ପ୍ରକଳ୍ପ ପରିକଳ୍ପନା, କେନାଲରେ ପାଣିର ଅଭାବ ଯୋଗୁ ଜଳସେଚନ ପ୍ରକଳ୍ପଗୁଡ଼ିକ ବିଳମ୍ବ ହେବା ସହ କ୍ଷୁଦ୍ର ଓ ଉପ କେନାଲ ନିର୍ମାଣରେ ଅପବ୍ୟୟ ଯୋଗୁ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି। ଏପରିକି ଚାଷଜମିଗୁଡିକୁ ଜଳସେଚିତ କରାଯାଇ ପାରି ନାହିଁ। ଫଳରେ ୮୪୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଫେରିଯାଇଛି। ଏପରିକି କେନ୍ଦ୍ରୀୟ ଅନୁଦାନ ମଧ୍ୟ ରାଜ୍ୟକୁ ହରାଇବାକୁ ପଡିଛି। ଗୁରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି। ଗୁରୁବାର ବିଧାନସଭାରେ ରାଜ୍ୟର ଆର୍ଥିକ ପରିଚାଳନା ଓ ଭୂପୃଷ୍ଠ
ଜଳସେଚନର ସମୀକ୍ଷା ରିପୋର୍ଟ ୨୦୨୦-୨୧ ଉପସ୍ଥାନ କରାଯାଇଛି। ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ଓ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକଟ କରିଥିଲେ ମଧ୍ୟ ଜଳସେଚନ ବିଭାଗର ଆର୍ଥିକ ପରିଚାଳନା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇପାରି ନ ଥିବାରୁ ସେଗୁଡ଼ିକର ସୁଫଳ ପାଇବାରେ ଚାଷୀମାନେ ବଞ୍ଚିତ ହୋଇଛନ୍ତି। ୨୦୧୪ରୁ ୨୦୨୦ ମଧ୍ୟରେ ଜଳସେଚନ ପାଇଁ ଆସିଥିବା ୮୪୨.୯୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଉପଯୋଗ ହୋଇ ନ ପାରି ଫେରିଯାଇଛି। ୫ଟି ବୃହତ ଜଳସେଚନ ପ୍ରକଳ୍ପ, ୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଏବଂ ୧୦ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପକୁ ଯାଞ୍ଚ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟର ପର୍ଦ୍ଦାଫାସ ହୋଇଛି। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଜଳସେଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଥାଏ। ଜଳର ଉତ୍ସ ନିଶ୍ଚିତ ନ କରି ବୃହତ ଉଠା ଚଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଯୋଗୁ ଜଳସେଚନ ପ୍ରଭାବିତ ହୋଇଛି।
କେବଳ ସେତିକି ନୁହେଁ ଗୋଟିଏ କାମକୁ ଦୁଇଥର କରିବା ଏବଂ କଣ୍ଟ୍ରାକ୍ଟରଙ୍କୁ ଅହେତୁକ ଅନୁକମ୍ପା ଦେଖା ଯାଇଛି। ଉପକୂଳ ସୁରକ୍ଷା ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗକୁ ୨୮୨.୮୩ କୋଟି ଦିଆଯାଇଥିବା ବେଳେ ବିନିଯୋଗ ପ୍ରମାଣ ପତ୍ର କେବଳ ୭୦.୯୩ କୋଟିର ଦିଆଯାଇଛି। ପ୍ରକଳ୍ପଗୁଡିକରେ ୧୨, ୭୪୨.୧୧ କୋଟି ଖର୍ଚ୍ଚ ହୋଇ ୫ ଲକ୍ଷ ୨ ହଜାର ୮୪୨ ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ ରହଥିଲେ ମଧ୍ୟ ସେଥିରୁ ମାତ୍ର ୨୪% ୧ ଲକ୍ଷ ୨୨ ହଜାର ୪୧୮ ହେକ୍ଟର ଜମି ଜଳସେଚିତ ହୋଇଛି। ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ବୟନ ୧୩ରୁ ୪୩ ବର୍ଷ ବିଳମ୍ବିତ ହୋଇଥିଲା। କେବଳ ସେଚିକି ନୁହେଁ , ୬୬ ହଜାର ୨୧୯.୨୫ ଏକର ବେସରକାରୀ ଜମି ପାଇଁ ପାଣ୍ଠି ଥିଲା ବେଳେ ସେଥିରୁ ମାତ୍ର ୪୮ ପ୍ରତିଶତ ୩୧ ହଜାର ୫୫୪.୫୭ ଏକର ଜମି ଅଧିଗ୍ରହଣ ହୋଇଥିଲା। ଅନିୟନିତତା ଓ ଠିକାଦାରଙ୍କୁ ଅନୁକମ୍ପା ଦେଖାଇବା ଯୋଗୁ ରାଜକେଷରୁ ୫୫୪.୮୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିଛି।
ସିଏଜି ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟର ୫ଟି ବୃହତ, ୯ଟି ବୃହତ ଉଠା ଓ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଡିଟ କରାଯାଇଥିଲା। ଏଗୁଡ଼ିକରେ ମାର୍ଚ୍ଚ ୨୦୨୦ ସୁଦ୍ଧା ୧୨,୭୪୨ କୋଟି ଟଙ୍କା ବ୍ୟୟ ହୋଇଛି। ୯ଟି ବୃହତ ଉଠା ଜଳସେଚନକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପଗୁଡିକର ମୂଲ୍ୟ ୧୪୨ରୁ ୪୫୯୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଭୂପୃଷ୍ଠ ଜଳସେଚନ ପ୍ରକଳ୍ପ (କେନାଲ ପ୍ରକଳ୍ପ) ଗୁଡ଼ିକର ଯୋଜନା, କାର୍ଯ୍ୟକାରିତା ଓ ମନିଟରିଂରେ ବ୍ୟାପକ ଅଭାବ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ଟଙ୍କା ଥାଇ ମଧ୍ୟ କେତେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇପଡ଼ିଛି। ଏହା ଫଳରେ ଜଳସେଚନ କ୍ଷମତାର ମାତ୍ର ୨୪ ପ୍ରତିଶତ ଉପଯୋଗ ହୋଇପାରିଛି। ବୃହତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନ କ୍ଷେତ୍ରରେ ୧୩ରୁ ୪୩ ବର୍ଷ ପର୍ଯ୍ୟନ୍ତ ବିଳମ୍ବ ହୋଇଛି। ଏହାଫଳରେ ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି ପାଇଛି। ୨୦୧୦-୧୫ରେ ୧୪.୭୧ କୋଟି ଟଙ୍କା ବ୍ୟୟରେ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜରିଆରେ ୧,୬୧୨ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୭୭୨ ହେକ୍ଟର ଜମିକୁ ଜଳସେଚନ କରି ପାରିଥିଲା। ସେହିପରି କ୍ଷୁଦ୍ର କିମ୍ବା ଉପକେନାଲ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୦୮ରୁ ୨୦୧୬ ମଧ୍ୟରେ ୬୮ଟି କ୍ଷୁଦ୍ର ଓ ମଧ୍ୟମ କେନାଲର ଖନନ ପାଇଁ ୧୧୦.୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ତେବେ ସେଗୁଡିକ ତଳମୁଣ୍ଡକୁ ପାଣି ଯୋଗାଣ କରି ପାରୁ ନ ଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଆରମ୍ଭ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସକାଳ ୭ ଟାରୁ ବୁଥ୍‌ଗୁଡ଼ିକରେ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦...

CORONAVIRUS UPDATE:ରାଜ୍ୟରେ ଶତକ ଛୁଇଁଲା ୭ ଜିଲା; ସର୍ବାଧିକ ଆକ୍ରାନ୍ତ ତାଲିକା ଶୀର୍ଷରେ ଗଞ୍ଜାମ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୧୪୧ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ...

CORONAVIRUS UPDATE: ୨୬ ଜିଲାକୁ ଛୁଇଁଲା କରୋନା

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬ ଜିଲାରେ କରୋନା କାୟା ବିସ୍ତାର କରିସାରିଲାଣି। କିଛି...

ଓଡ଼ିଶା ଆଗକୁ ବଢ଼ିବା ଚିତ୍ର ସ୍ପଷ୍ଟ ହେଉଛି: ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ/ ମୋରଡ଼ା, ୧୩ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଦୁଇଟି ପ୍ରମୁଖ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ଏହା...

କମେଣ୍ଟକୁ ବିରୋଧ କରିବାରୁ ୩ ଛାତ୍ରଙ୍କୁ ମାଡ଼

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ବିଜେବି ପରେ ମହର୍ଷି କଲେଜରେ ଅଣଛାତ୍ର ଓ ଅସାମାଜିକଙ୍କ ରାଜ୍‌ ସାମ୍ନାକୁ ଆସିଛି। କ୍ୟାମ୍ପସରେ ଆଡ୍ଡା ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି।...

ଯୁବକଙ୍କୁ ଗୋଡ଼ାଇ ପିଟିଲେ ଯୁବତୀ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜମହଲ ଛକର ରାସ୍ତା ମଝିରେ ମଙ୍ଗଳବାର ଅପରାହ୍ନରେ ଜଣେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ ଗୋଡ଼ାଇ...

ବର୍ଷକରେ ୨୫ କୋଟିର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୧।୧(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ)କୁ ୨୦୨୦ରେ ଅନେକ ସଫଳତା ମିଳିଛି। ବାଘଛାଲଠାରୁ ଆରମ୍ଭ କରି ବଜ୍ରକାପ୍ତା ଚାଲାଣ ଓ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି...

୪ ଦିନ ହେଲା ପାନୀୟଜଳ ଯୋଗାଣ ବନ୍ଦ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.) କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳକୁ ୪ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ସାହିବାସୀ ନାହିଁ ନ ଥିବା ଅସୁବିଧାର...

Advertisement
Archives

Model This Week