କେନ୍ଦ୍ରକୁ ଫେରିଗଲା ୮୪୨ କୋଟି

ଭୁବନେଶ୍ୱର,୧ା୪(ବ୍ୟୁରୋ): ଜଳ ସେଚନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା ସତ୍ତ୍ୱେ ଆର୍ଥିକ ପରିଚାଳନାରେ ଅନିମୟମିତା, ଜମି ଅଧିଗ୍ରହଣରେ ବିଳମ୍ବ , ଡିପିଆର ପ୍ରସ୍ତୁତିରେ ତ୍ରୁଟି, ଭୁଲ ସର୍ଭେ ଓ ଅନୁସନ୍ଧାନ, ତ୍ରୁଟିଯୁକ୍ତ ଡିଜାଇନ, ଜଳ ନ ଥିବା ସ୍ଥାନରେ ବୃହତ ପ୍ରକଳ୍ପ ପରିକଳ୍ପନା, କେନାଲରେ ପାଣିର ଅଭାବ ଯୋଗୁ ଜଳସେଚନ ପ୍ରକଳ୍ପଗୁଡ଼ିକ ବିଳମ୍ବ ହେବା ସହ କ୍ଷୁଦ୍ର ଓ ଉପ କେନାଲ ନିର୍ମାଣରେ ଅପବ୍ୟୟ ଯୋଗୁ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି। ଏପରିକି ଚାଷଜମିଗୁଡିକୁ ଜଳସେଚିତ କରାଯାଇ ପାରି ନାହିଁ। ଫଳରେ ୮୪୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଫେରିଯାଇଛି। ଏପରିକି କେନ୍ଦ୍ରୀୟ ଅନୁଦାନ ମଧ୍ୟ ରାଜ୍ୟକୁ ହରାଇବାକୁ ପଡିଛି। ଗୁରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏଭଳି ତଥ୍ୟ ପଦାକୁ ଆସିଛି। ଗୁରୁବାର ବିଧାନସଭାରେ ରାଜ୍ୟର ଆର୍ଥିକ ପରିଚାଳନା ଓ ଭୂପୃଷ୍ଠ
ଜଳସେଚନର ସମୀକ୍ଷା ରିପୋର୍ଟ ୨୦୨୦-୨୧ ଉପସ୍ଥାନ କରାଯାଇଛି। ଏଥିରେ ରାଜ୍ୟର ଆର୍ଥିକ ସ୍ଥିତି ଓ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକଟ କରିଥିଲେ ମଧ୍ୟ ଜଳସେଚନ ବିଭାଗର ଆର୍ଥିକ ପରିଚାଳନା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଳସେଚନ ବିଭାଗର ଅପାରଗତା ଯୋଗୁଁ ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହୋଇପାରି ନ ଥିବାରୁ ସେଗୁଡ଼ିକର ସୁଫଳ ପାଇବାରେ ଚାଷୀମାନେ ବଞ୍ଚିତ ହୋଇଛନ୍ତି। ୨୦୧୪ରୁ ୨୦୨୦ ମଧ୍ୟରେ ଜଳସେଚନ ପାଇଁ ଆସିଥିବା ୮୪୨.୯୮ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଉପଯୋଗ ହୋଇ ନ ପାରି ଫେରିଯାଇଛି। ୫ଟି ବୃହତ ଜଳସେଚନ ପ୍ରକଳ୍ପ, ୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଏବଂ ୧୦ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପକୁ ଯାଞ୍ଚ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟର ପର୍ଦ୍ଦାଫାସ ହୋଇଛି। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଜଳସେଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଥାଏ। ଜଳର ଉତ୍ସ ନିଶ୍ଚିତ ନ କରି ବୃହତ ଉଠା ଚଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଯୋଗୁ ଜଳସେଚନ ପ୍ରଭାବିତ ହୋଇଛି।
କେବଳ ସେତିକି ନୁହେଁ ଗୋଟିଏ କାମକୁ ଦୁଇଥର କରିବା ଏବଂ କଣ୍ଟ୍ରାକ୍ଟରଙ୍କୁ ଅହେତୁକ ଅନୁକମ୍ପା ଦେଖା ଯାଇଛି। ଉପକୂଳ ସୁରକ୍ଷା ବୃକ୍ଷ ରୋପଣ ପାଇଁ ଜଙ୍ଗଲ ବିଭାଗକୁ ୨୮୨.୮୩ କୋଟି ଦିଆଯାଇଥିବା ବେଳେ ବିନିଯୋଗ ପ୍ରମାଣ ପତ୍ର କେବଳ ୭୦.୯୩ କୋଟିର ଦିଆଯାଇଛି। ପ୍ରକଳ୍ପଗୁଡିକରେ ୧୨, ୭୪୨.୧୧ କୋଟି ଖର୍ଚ୍ଚ ହୋଇ ୫ ଲକ୍ଷ ୨ ହଜାର ୮୪୨ ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ ରହଥିଲେ ମଧ୍ୟ ସେଥିରୁ ମାତ୍ର ୨୪% ୧ ଲକ୍ଷ ୨୨ ହଜାର ୪୧୮ ହେକ୍ଟର ଜମି ଜଳସେଚିତ ହୋଇଛି। ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ବୟନ ୧୩ରୁ ୪୩ ବର୍ଷ ବିଳମ୍ବିତ ହୋଇଥିଲା। କେବଳ ସେଚିକି ନୁହେଁ , ୬୬ ହଜାର ୨୧୯.୨୫ ଏକର ବେସରକାରୀ ଜମି ପାଇଁ ପାଣ୍ଠି ଥିଲା ବେଳେ ସେଥିରୁ ମାତ୍ର ୪୮ ପ୍ରତିଶତ ୩୧ ହଜାର ୫୫୪.୫୭ ଏକର ଜମି ଅଧିଗ୍ରହଣ ହୋଇଥିଲା। ଅନିୟନିତତା ଓ ଠିକାଦାରଙ୍କୁ ଅନୁକମ୍ପା ଦେଖାଇବା ଯୋଗୁ ରାଜକେଷରୁ ୫୫୪.୮୭ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିଛି।
ସିଏଜି ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟର ୫ଟି ବୃହତ, ୯ଟି ବୃହତ ଉଠା ଓ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଡିଟ କରାଯାଇଥିଲା। ଏଗୁଡ଼ିକରେ ମାର୍ଚ୍ଚ ୨୦୨୦ ସୁଦ୍ଧା ୧୨,୭୪୨ କୋଟି ଟଙ୍କା ବ୍ୟୟ ହୋଇଛି। ୯ଟି ବୃହତ ଉଠା ଜଳସେଚନକୁ ଛାଡ଼ିଦେଲେ ଅନ୍ୟ ପ୍ରକଳ୍ପଗୁଡିକର ମୂଲ୍ୟ ୧୪୨ରୁ ୪୫୯୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଭୂପୃଷ୍ଠ ଜଳସେଚନ ପ୍ରକଳ୍ପ (କେନାଲ ପ୍ରକଳ୍ପ) ଗୁଡ଼ିକର ଯୋଜନା, କାର୍ଯ୍ୟକାରିତା ଓ ମନିଟରିଂରେ ବ୍ୟାପକ ଅଭାବ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ଟଙ୍କା ଥାଇ ମଧ୍ୟ କେତେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇପଡ଼ିଛି। ଏହା ଫଳରେ ଜଳସେଚନ କ୍ଷମତାର ମାତ୍ର ୨୪ ପ୍ରତିଶତ ଉପଯୋଗ ହୋଇପାରିଛି। ବୃହତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ବୟନ କ୍ଷେତ୍ରରେ ୧୩ରୁ ୪୩ ବର୍ଷ ପର୍ଯ୍ୟନ୍ତ ବିଳମ୍ବ ହୋଇଛି। ଏହାଫଳରେ ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ମଧ୍ୟ ବୃଦ୍ଧି ପାଇଛି। ୨୦୧୦-୧୫ରେ ୧୪.୭୧ କୋଟି ଟଙ୍କା ବ୍ୟୟରେ ୧୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଜରିଆରେ ୧,୬୧୨ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୭୭୨ ହେକ୍ଟର ଜମିକୁ ଜଳସେଚନ କରି ପାରିଥିଲା। ସେହିପରି କ୍ଷୁଦ୍ର କିମ୍ବା ଉପକେନାଲ ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୦୮ରୁ ୨୦୧୬ ମଧ୍ୟରେ ୬୮ଟି କ୍ଷୁଦ୍ର ଓ ମଧ୍ୟମ କେନାଲର ଖନନ ପାଇଁ ୧୧୦.୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ତେବେ ସେଗୁଡିକ ତଳମୁଣ୍ଡକୁ ପାଣି ଯୋଗାଣ କରି ପାରୁ ନ ଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?