Posted inଜାତୀୟ

ପରିଣାମ ଭଲ ହେବନି

ନୂଆଦିଲ୍ଲୀ,୧ା୪:ଭାରତ ସମେତ କୌଣସି ଦେଶ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ମସ୍କୋଠାରୁ ରୁବଲ ବିନିମୟରେ କାରବାର କଲେ କିମ୍ବା ଆମେରିକାର କଟକଣାକୁ ନୂ୍ୟନ କଲା ଭଳି ନିଜସ୍ବ ଦେୟ ବ୍ୟବସ୍ଥା ଆପଣାଇଲେ ପରିଣାମ ଭଲ ହେବ ନାହିଁ। ନୂଆଦିଲ୍ଲୀ ଗସ୍ତରେ ଥିବା ଆମେରିକାର ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ଗୁରୁବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ଆସିବା ପୂର୍ବରୁ ଏଭଳି ଚେତାବନୀ ଦେଇଛନ୍ତି।
ଆମେରିକା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଭାରତୀୟ ବଂଶୋଦ୍ଭବ ଦଲୀପ ନୂଆଦିଲ୍ଲୀରେ ରୁଷିଆ ବିରୋଧରେ ଖୋଲାଖୋଲି ସତର୍କ କରାଇଛନ୍ତି। ଦଲୀପ କହିଛନ୍ତି, ଚାଇନା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମଣ କଲେ ଏହାର ‘ଜୁନିୟର ପାର୍ଟନର’ ରୁଷିଆ ଭାରତକୁ ସାହାଯ୍ୟ କରିବାକୁ ଆସିବ ବୋଲି ନୂଆଦିଲ୍ଲୀ ମନେକରିବା ଅନୁଚିତ। ଦଲୀପ ଆହୁରି କହିଛନ୍ତି, ସେ ବନ୍ଧୁତା ଦୃଷ୍ଟିରୁ ଆମେରିକାର କଟକଣା ବ୍ୟବସ୍ଥା ସମ୍ପର୍କରେ କହିବା ପାଇଁ ଏଠାକୁ ଆସିଛନ୍ତି। ଆମେରିକା ସହ ମିଶି କାମ କଲେ ଉଭୟ ରାଷ୍ଟ୍ରର ସ୍ବାର୍ଥରକ୍ଷା ହେବ। କିନ୍ତୁ କଟକଣାକୁ ଅବଜ୍ଞା କଲେ ପରିଣାମ ଭଲ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରରେ ୭ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବୀ ଖାଲିପଡିଥିବା ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତବର୍ଷ ମାର୍ଚ୍ଚ ୧ ସୁଦ୍ଧା...

ଲକ୍‌ଡାଉନ: ଭାଜପା ନେତାଙ୍କ ଭିନ୍ନ ଧରଣର ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୪: ଦେଶରେ କରୋନା ସଂକ୍ରମିତଙ୍କ ବୃଦ୍ଧିକୁ ନେଇ ଚିନ୍ତା ବଢୁଥିବା ବେଳେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ଜାରି ରହିଛି। ଭାରତୀୟ...

କରୋନାରେ ମା’ଙ୍କ ପରେ ଭଉଣୀଙ୍କୁ ହରାଇଲେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୬ା୫ : କୋଭିଡ୍‌-୧୯ ମହାମାରୀରେ ଦୁଇ ସପ୍ତାହ ତଳେ ମା’ଙ୍କୁ ହରାଇଥିବା ଭାରତୀୟ ମହିଳା କ୍ରିକେଟର ବେଦ କ୍ରିଷ୍ଣମୂର୍ତ୍ତୀ ବୁଧବାର ରାତିରେ ହରାଇଛନ୍ତି ଭଉଣୀଙ୍କୁ।...

ଆକ୍ସନ ମୁଡରେ ଯୋଗୀ: ପୁଣି ସକ୍ରିୟ ହେବ ଆଣ୍ଟି ରୋମିଓ ସ୍କାର୍ଡ

ଲକ୍ଷ୍ନୌ,୧ ।୪: ଉତ୍ତର ପ୍ରଦେଶର ଦ୍ୱିତୀୟଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିବା ଯୋଗି ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ । ନବରାତ୍ରୀ ମଧ୍ୟରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ...

ବିଶ୍ୱ ଚ୍ୟାଲେଞ୍ଜ ପାଇଁ ଗ୍ଲୋବାଲ ସାଉଥ ଦାୟୀ ନ ଥିଲେ ବି ଅନୁଭୁତ ହୋଇଛି ସର୍ବାଧିକ ପ୍ରଭାବ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧ : ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ମୋର...

ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ...

ବାପାଙ୍କ ପାଇଁ ଭୋଟ ମାଗୁଛନ୍ତି ୭ ବର୍ଷୀୟା ଝିଅ

ଅଯୋଧ୍ୟା,୨୭।୧: ଗାୟତ୍ରୀ ପାଣ୍ଡେ ଏବେ ଭୋଟ ଦେବାକୁ ଯୋଗ୍ୟ ହୋଇନାହାନ୍ତି। କିନ୍ତୁ ସେ ପ୍ରଚାର କରୁଛନ୍ତି ତାଙ୍କ ବାପା ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ପଓ୍ବନ...

ଆଗାମୀ ରଣନୀତିକୁ ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ; ବିରୋଧୀ ମେଣ୍ଟ ପୂର୍ବରୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ

ନୂଆଦିଲ୍ଲୀ,୨୬।୬: ପ୍ରମୁଖ ବିରୋଧୀ ଦଳ ସହ ହେବାକୁ ଥିବା ମେଣ୍ଟକୁ ନେଇ କଂଗ୍ରେସ ବୈଠକ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week