ଆଜିଠୁ ୨ ଦିନିଆ ଭାରତ ବନ୍ଦ: ସ୍ଥିତି ଦେଖି ନିଷ୍ପତ୍ତି

ଭୁବନେଶ୍ୱର, ୨୮।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଏକପାଖିଆ ନିଷ୍ପତ୍ତି ସାଙ୍ଗକୁ ଅନେକ ଜନବିରୋଧୀ ଆଇନ ଓ ଦରବୃଦ୍ଧିକୁ ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସୋମବାରଠାରୁ ୨ଦିନିଆ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଘ ଓ ଆସୋସିଏଶନ ମଧ୍ୟ ବନ୍ଦ ଡାକରାରେ ସାମିଲ ହେଉଥିବା ଜଣାପଡ଼ିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କମ୍‌ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଯଦିଓ ପରୋକ୍ଷ ଭାବେ ବହୁ ସଙ୍ଗଠନ ଏହାକୁ ସମର୍ଥନ କରିଛନ୍ତି, ତଥାପି ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେମାନେ କହୁଛନ୍ତି। ସବୁ ଦୋକାନ ବଜାର ଖୋଲା ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ମଧ୍ୟ କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ କିଛି ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଜ

ଆଡ଼ୁ ଏହି ଦୁଇଦିନ ପାଇଁ ସ୍କୁଲ ବନ୍ଦ କରିଦେଇଛନ୍ତି। ସେପଟେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା କେବେ ହେବ ସେ ନେଇ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପୂର୍ବାହ୍ନ ୯ଟା୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚବେ। ଏନେଇ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତଦ୍‌ନୁଯାୟୀ ୨୮ ଓ ୨୯ ତାରିଖ ପୂର୍ବାହ୍ନ ୧୦ଟା ୧୫ରେ ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯିବ। ପଛ ଫାଟକ ଦେଇ ଯାତାୟାତ ନିୟନ୍ତ୍ରଣ କରାଯିବ। କର୍ମଚାରୀ ଓ ଆଗନ୍ତୁକଙ୍କ ପରିଚୟପତ୍ର ଏବଂ ପାସ୍‌କୁ କଡ଼ାକଡ଼ି ଯାଞ୍ଚ କରାଯିବ। ସେହିପରି ବିନା ପାସ୍‌ରେ ଯାନବାହନ ପ୍ରବେଶ ଅନୁମତି ଦିଆଯିବ ନାହଁି।
ସେହିଭଳି ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିବ କି ନାହିଁ ଜନସାଧାରଣ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ବେଳେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ(ୟୁପିଡିଏ) ପକ୍ଷରୁ ରବିବାର ଏକ ଜରୁରିକାଳୀନ ବୈଠକ ଡକାଯାଇ ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ୟୁପିଡିଏର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ୟୁନିୟନର ପ୍ରସ୍ତାବ ପାଇଛୁ। ହେଲେ ସକାଳ ପରିସ୍ଥିତିକୁ ଲକ୍ଷ୍ୟ କରାଯାଇ କାରବାର ନିଷ୍ପତ୍ତି ନିଆଯିବ। ପରିବେଶ ଓ ପରିସ୍ଥିତି ଯଦି ଠିକ ରୁହେ ତା’ହେଲେ ଅପରାହ୍ନରେ ସମସ୍ତ ପମ୍ପ ହାଉସ (ତେଲ ଟାଙ୍କି) ଖୋଲାଯିବ। ସେହିପରି ଆମର ସମର୍ଥନ ରହିବ ହେଲେ ଖାଉଟିଙ୍କ ପାଇଁ କାରବାର ମଧ୍ୟ ଜାରି ରହିବ ବୋଲି ଲାଠ ମତବ୍ୟକ୍ତ କରିଛନ୍ତି। ସେପଟେ ଦୋକାନ ବଜାର ଖୋଲା ରହିବ କି ନାହିଁ ସ୍ପଷ୍ଟ କରିଛି ଓଡ଼ିଶା ବ୍ୟବସାୟୀ ସଂଘ। ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଏହି ଭାରତ ବନ୍ଦ ଡାକରାର ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ପଡ଼ିବ ନାହିଁ ବୋଲି ଆମେ ଆଶଙ୍କା କରୁଛୁ। ତେଣୁ ସବୁ ଦୋକାନ ବଜାର ଖୋଲା ରହିବ ବୋଲି ସୁଧାକର କହିଛନ୍ତି।
ସେପଟେ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରବିବାର ସିପିଆଇ, ଏଆଇଟିୟୁସି, ବିକେଏମ୍‌ୟୁ ଓ କୃଷକ ସଭା ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୪ଟି ସଙ୍ଗଠନର ଶତାଧିକ କର୍ମୀ ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା ଓ ଏଆଇଟିୟୁସିର ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ନେତୃତ୍ୱରେ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ରାଜମହଲ ଛକ ଓ ମାଷ୍ଟରକ୍ୟାଣ୍ଟିନ ଦେଇ ଅଶୋକନଗର ଅଞ୍ଚଳ ପରିକ୍ରମା ପୂର୍ବକ ଭାରତ ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅପରପକ୍ଷେ ସିଆଇଟିୟୁ ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନଗୁଡ଼ିକ ତରଫରୁ ସୋମବାର ସକାଳ ସାଢ଼େ ୬ଟାରେ ଭୁବନେଶ୍ୱରରେ ଜାତୀୟ ରାଜପଥ ଆଚାର୍ଯ୍ୟ ବିହାର ଓଭର ବ୍ରିଜଠାରେ ରାସ୍ତାରୋକୋ କରାଯାଇ ଅଖଚକ ବନ୍ଦ କରାଯିବ ବୋଲି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବ ପଦୋନ୍ନତି

ଭୁବନେଶ୍ୱର,୩୧ା୧(ବ୍ୟୁରୋ):ପଦୋନ୍ନତି ଠିକ୍‌ ସମୟରେ ମିଳୁ ନ ଥିବାରୁ ଅନେକ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ପଦୋନ୍ନତି ପାଇଁ ବହୁ କର୍ମଚାରୀ ଅପେକ୍ଷା କରି ରହିଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜ୍ୟରେ ଲାଗୁ ହେଉ ଆୟୁଷ୍ମାନ୍‌ ଭାରତ

ଭୁବନେଶ୍ୱର,୧୩।୯(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ(ଏନ୍‌ଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ମାଣ୍ଡିଆରେ ମହାପ୍ରଭୁ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟରେ ଛୋଟ ଚାଷୀ, ଆଦିବାସୀମାନେ ପ୍ରାୟତଃ ମାଣ୍ଡିଆ ଚାଷ କରିଥାନ୍ତି। ମାଣ୍ଡିଆର ଗୁଣବତ୍ତା ଓ ପୃଷ୍ଟିକର ହୋଇଥିବାରୁ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ...

ଆର୍‌ଟିଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହ କେତେକ ଆର୍‌ଟିଓଙ୍କୁ ବଦଳି କରାଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ...

ପ୍ରକାଶ ପାଇଲା ଓଜେଏସ୍‌ ମେନ୍‌ ପରୀକ୍ଷାଫଳ

କଟକ ଅଫିସ, ୨୦ା୯- ଓପିଏସ୍‌ସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ (ଓଜେଏସ୍‌)-୨୦୨୧ର ମେନ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୨୧...

ଏସିଆନ ସିଂହ ପିଛାନର ମୃତ୍ୟୁ

ବାରଙ୍ଗ,୨୯ା୧୨(ଡି.ଏନ.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶନିବାର ମଧ୍ୟାହ୍ନରେ ସିଂହ ସଫାରିରେ ରହୁଥିବା ଏସିଆନ ଅଣ୍ଡିରାସିଂହ ପିଛାନର ମୃତ୍ୟୁ ଘଟିଛି। ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ କାରଣରୁ...

୫୦%କର୍ମଚାରୀକୁ ନେଇ କାର୍ଯ୍ୟ କରିବ ବ୍ୟାଙ୍କ

ଭୁବନେଶ୍ୱର,୪। ୮: କରୋନା ପାଇଁ ସରକାର ବ୍ୟାଙ୍କ କ୍ଷେତ୍ରଗୁଡ଼ିକ ପାଇଁ କାର୍ଯ୍ୟକ୍ଷମତାକୁ କମାଇ ୩୦% କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ସରକାର ଏହି ନିୟମରେ ସାମାନ୍ୟ...

ବିନା କାଉନ୍‌ସିଲରେ ଭୁବନେଶ୍ୱରକୁ ବର୍ଷେ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ୨୦୧୯ ଜାନୁୟାରୀ ୧୫ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଶେଷ କାଉନ୍‌ସିଲ ବୈଠକ ବସିଥିଲା। ଏହାପରେ କାଉନ୍‌ସିଲର କାର୍ଯ୍ୟକାଳ ସରିଥିଲେ ମଧ୍ୟ ପୌର...

Advertisement
Archives

Model This Week