ଆଜିଠୁ ୨ ଦିନିଆ ଭାରତ ବନ୍ଦ: ସ୍ଥିତି ଦେଖି ନିଷ୍ପତ୍ତି

ଭୁବନେଶ୍ୱର, ୨୮।୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଏକପାଖିଆ ନିଷ୍ପତ୍ତି ସାଙ୍ଗକୁ ଅନେକ ଜନବିରୋଧୀ ଆଇନ ଓ ଦରବୃଦ୍ଧିକୁ ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସୋମବାରଠାରୁ ୨ଦିନିଆ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଘ ଓ ଆସୋସିଏଶନ ମଧ୍ୟ ବନ୍ଦ ଡାକରାରେ ସାମିଲ ହେଉଥିବା ଜଣାପଡ଼ିଛି। ତେବେ ଓଡ଼ିଶାରେ ଏହାର ପ୍ରଭାବ କମ୍‌ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଯଦିଓ ପରୋକ୍ଷ ଭାବେ ବହୁ ସଙ୍ଗଠନ ଏହାକୁ ସମର୍ଥନ କରିଛନ୍ତି, ତଥାପି ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେମାନେ କହୁଛନ୍ତି। ସବୁ ଦୋକାନ ବଜାର ଖୋଲା ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ମଧ୍ୟ କୌଣସି ଘୋଷଣା କରାଯାଇ ନାହିଁ। କିନ୍ତୁ କିଛି ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନିଜ

ଆଡ଼ୁ ଏହି ଦୁଇଦିନ ପାଇଁ ସ୍କୁଲ ବନ୍ଦ କରିଦେଇଛନ୍ତି। ସେପଟେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା କେବେ ହେବ ସେ ନେଇ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପୂର୍ବାହ୍ନ ୯ଟା୩୦ ସୁଦ୍ଧା ଅଫିସ୍‌ରେ ପହଞ୍ଚବେ। ଏନେଇ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସ୍ବତନ୍ତ୍ର ସଚିବମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତଦ୍‌ନୁଯାୟୀ ୨୮ ଓ ୨୯ ତାରିଖ ପୂର୍ବାହ୍ନ ୧୦ଟା ୧୫ରେ ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯିବ। ପଛ ଫାଟକ ଦେଇ ଯାତାୟାତ ନିୟନ୍ତ୍ରଣ କରାଯିବ। କର୍ମଚାରୀ ଓ ଆଗନ୍ତୁକଙ୍କ ପରିଚୟପତ୍ର ଏବଂ ପାସ୍‌କୁ କଡ଼ାକଡ଼ି ଯାଞ୍ଚ କରାଯିବ। ସେହିପରି ବିନା ପାସ୍‌ରେ ଯାନବାହନ ପ୍ରବେଶ ଅନୁମତି ଦିଆଯିବ ନାହଁି।
ସେହିଭଳି ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିବ କି ନାହିଁ ଜନସାଧାରଣ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ବେଳେ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ(ୟୁପିଡିଏ) ପକ୍ଷରୁ ରବିବାର ଏକ ଜରୁରିକାଳୀନ ବୈଠକ ଡକାଯାଇ ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ୟୁପିଡିଏର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, ୟୁନିୟନର ପ୍ରସ୍ତାବ ପାଇଛୁ। ହେଲେ ସକାଳ ପରିସ୍ଥିତିକୁ ଲକ୍ଷ୍ୟ କରାଯାଇ କାରବାର ନିଷ୍ପତ୍ତି ନିଆଯିବ। ପରିବେଶ ଓ ପରିସ୍ଥିତି ଯଦି ଠିକ ରୁହେ ତା’ହେଲେ ଅପରାହ୍ନରେ ସମସ୍ତ ପମ୍ପ ହାଉସ (ତେଲ ଟାଙ୍କି) ଖୋଲାଯିବ। ସେହିପରି ଆମର ସମର୍ଥନ ରହିବ ହେଲେ ଖାଉଟିଙ୍କ ପାଇଁ କାରବାର ମଧ୍ୟ ଜାରି ରହିବ ବୋଲି ଲାଠ ମତବ୍ୟକ୍ତ କରିଛନ୍ତି। ସେପଟେ ଦୋକାନ ବଜାର ଖୋଲା ରହିବ କି ନାହିଁ ସ୍ପଷ୍ଟ କରିଛି ଓଡ଼ିଶା ବ୍ୟବସାୟୀ ସଂଘ। ସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଏହି ଭାରତ ବନ୍ଦ ଡାକରାର ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ପଡ଼ିବ ନାହିଁ ବୋଲି ଆମେ ଆଶଙ୍କା କରୁଛୁ। ତେଣୁ ସବୁ ଦୋକାନ ବଜାର ଖୋଲା ରହିବ ବୋଲି ସୁଧାକର କହିଛନ୍ତି।
ସେପଟେ ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରବିବାର ସିପିଆଇ, ଏଆଇଟିୟୁସି, ବିକେଏମ୍‌ୟୁ ଓ କୃଷକ ସଭା ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୪ଟି ସଙ୍ଗଠନର ଶତାଧିକ କର୍ମୀ ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା ଓ ଏଆଇଟିୟୁସିର ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନାଙ୍କ ନେତୃତ୍ୱରେ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ରାଜମହଲ ଛକ ଓ ମାଷ୍ଟରକ୍ୟାଣ୍ଟିନ ଦେଇ ଅଶୋକନଗର ଅଞ୍ଚଳ ପରିକ୍ରମା ପୂର୍ବକ ଭାରତ ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅପରପକ୍ଷେ ସିଆଇଟିୟୁ ଏବଂ ବିଭିନ୍ନ ଶ୍ରମିକ ସଙ୍ଗଠନଗୁଡ଼ିକ ତରଫରୁ ସୋମବାର ସକାଳ ସାଢ଼େ ୬ଟାରେ ଭୁବନେଶ୍ୱରରେ ଜାତୀୟ ରାଜପଥ ଆଚାର୍ଯ୍ୟ ବିହାର ଓଭର ବ୍ରିଜଠାରେ ରାସ୍ତାରୋକୋ କରାଯାଇ ଅଖଚକ ବନ୍ଦ କରାଯିବ ବୋଲି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?