ଭୋଟ ହାରରେ ବିଜେଡି ଆଗରେ

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଆସିବା ପରେ ସହରାଞ୍ଚଳ ବାସିନ୍ଦା ମଧ୍ୟ ଅଧିକ ମାତ୍ରାରେ ବିଜେଡି ସପକ୍ଷରେ ରହିଥିବା ସ୍ପଷ୍ଟ ହୋଇଯାଇଛି। କାଉନ୍‌ସିଲର ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେଡି ଭୋଟ ହାର ତୁଳନାରେ ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ବହୁ ପଛରେ ରହିଛନ୍ତି। କାଉନ୍‌ସିଲରମାନଙ୍କୁ ମିଳିଥିବା ଭୋଟ ଅନୁଯାୟୀ ବିଜେଡି ରାଜ୍ୟରେ ସର୍ବାଧିକ ୫୦% ଭୋଟ ହାତେଇଛି। ସେହିପରି ବିଜେଡି ପଛକୁ ଭାଜପା ୨୭%, କଂଗ୍ରେସ ୧୨%, ସ୍ବାଧୀନ ୯% ଏବଂ ଅନ୍ୟାନ୍ୟ ଓ ନୋଟା ୨% ଭୋଟ ପାଇଛନ୍ତି। ହେଲେ ରାଜ୍ୟରେ ହୋଇଥିବା କାଉନ୍‌ସିଲର୍‌, ପୌରାଧ୍ୟକ୍ଷ ଏବଂ କର୍ପୋରେଟର ନିର୍ବାଚନରେ ମୋଟ ୪୬,୮୩୫ ସହରାଞ୍ଚଳ ବାସିନ୍ଦା ନୋଟାକୁ ପସନ୍ଦ କରିଛନ୍ତି।
ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ, କାଉନ୍‌ସିଲର ଭୋଟରେ ବିଜେଡି ରାଜ୍ୟରୁ ୮,୬୧,୮୦୧ ଭୋଟ ପାଇଛି। ସେହିପରି ଭାଜପାକୁ ୪,୬୭,୩୨୪, କଂଗ୍ରେସକୁ ୨,୧୩,୧୦୬ ଭୋଟ ମିଳିଥିବାବେଳେ ସ୍ବାଧୀନ ୧,୬୦,୪୧୪, ଅନ୍ୟାନ୍ୟ ପ୍ରାର୍ଥୀ ୧୨,୫୩୩ ଖଣ୍ଡ ଭୋଟ ପାଇଛନ୍ତି। କାଉନ୍‌ସିଲର ନିର୍ବାଚନରେ ୨୧,୪୩୦ ଭୋଟର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ନ କରି ନୋଟା ବଟନ ଚିପିଛନ୍ତି। କାଉନ୍‌ସିଲର ଭୋଟରେ ବିଜେଡିଠାରୁ ଭାଜପା ମୋଟ ୩,୯୪, ୪୭୭ ଖଣ୍ଡ ଭୋଟ ପଛରେ ରହିଛି। ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡି ସର୍ବାଧିକ ୪୮%, ଭାଜପା ୨୯%, କଂଗ୍ରେସ ୧୨%, ସ୍ବାଧୀନ ୯%, ଅନ୍ୟାନ୍ୟ ଓ ନୋଟା ୨% ଭୋଟ୍‌ ପାଇବାରେ ସକ୍ଷମ ହୋଇଛନ୍ତି। ପୌରାଧ୍ୟକ୍ଷ ନିର୍ବାଚନରେ ମଧ୍ୟ ୧୭,୧୩୮ ଲୋକ ନୋଟାକୁ ବିକଳ୍ପ ଭାବି ନେଇଛନ୍ତି। ପୌରାଧ୍ୟକ୍ଷ ନିର୍ବାଚନରେ ବିଜେଡି ୮,୫୫,୦୦୧ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଛି। ବିଜେଡି ପଛକୁ ଭାଜପା ୫,୧୫,୬୪୯, କଂଗ୍ରେସ ୨,୧୮,୧୧୪, ସ୍ବାଧୀନ ୧,୬୫,୭୯୨ ଏବଂ ଅନ୍ୟାନ୍ୟ ୧୬,୧୦୪ ଭୋଟ ପାଇଛନ୍ତି। ପୌରାଧ୍ୟକ୍ଷ ଭୋଟରେ ବିଜେଡିଠାରୁ ଭାଜପା ୩,୩୯,୩୫୨ ଭୋଟ ପଛରେ ରହିଛି। ତେବେ ବିଜେଡିକୁ ପୌରାଧ୍ୟକ୍ଷ ତୁଳନାରେ କାଉନ୍‌ସିଲର ନିର୍ବାଚନରେ ୨% ଅଧିକ ଭୋଟ ମିଳିଛି।
ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଭଳି ୩ ମହାନଗର ନିଗମରେ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡି ସବୁଠୁ ଭଲ ପ୍ରଦର୍ଶନ କରିଛି। ୩ଟି ଯାକ ମେୟର ପଦବୀ ବିଜେଡି ଖାତାକୁ ଚାଲିଯାଇଛି। ରାଜ୍ୟରେ ଅନୁଷ୍ଠିତ ୧୬୮ କର୍ପୋରେଟର ନିର୍ବାଚନରେ ବିଜେଡିକୁ ୩, ୧୩,୨୭୫ ଭୋଟ ମିଳିଥିବା ବେଳେ ଭାଜପା ୧,୬୯,୪୩୯, କଂଗ୍ରେସ ୮୧, ୪୩୪, ସ୍ବାଧୀନ ୧, ୦୪,୬୦୪ ଏବଂ ଅନ୍ୟାନ୍ୟ ଦଳ ୬,୨୦୪ ଖଣ୍ଡ ଭୋଟ ପାଇଛନ୍ତି। ୩ ମହାନଗର ନିଗମର ୮,୨୬୭ ଜଣ ଭୋଟର ନୋଟାକୁ ପସନ୍ଦ କରିଛନ୍ତି। ମହାନଗର ନିଗମ କର୍ପୋରେଟର ନିର୍ବାଚନରେ ବିଜେଡି ୪୬%, ଭାଜପା ୨୫%, କଂଗ୍ରେସ ୧୨%, ସ୍ବାଧୀନ ୧୫% ଏବଂ ଅନ୍ୟାନ୍ୟ ଓ ନୋଟା ୨% ଭୋଟ୍‌ ପାଇଛନ୍ତି। କର୍ପୋରେଟର ନିର୍ବାଚନରେ ଭାଜପା ବିଜେଡି ତୁଳନାରେ ୧,୪୩,୮୩୬ ଖଣ୍ଡ କମ୍‌ ଭୋଟ ପାଇଛି।
ମିଳିଥିବା ସୂଚନା ମୁତାବକ, ଗତଥର ତୁଳନାରେ ଏଥର କିନ୍ତୁ ଭାଜପାର ଭୋଟ ହାର ବୃଦ୍ଧି ପାଇଛି। ଗତଥର ଭାଜପା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ୪ଟି ସିଟ୍‌ ପାଇଥିବା ବେଳେ ଏଥର ସେହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ୮ଟି ଆସନରେ ଭାଜପା ପ୍ରାର୍ଥୀ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି କମ୍‌ ଭୋଟ ବ୍ୟବଧାନରେ ପରାଜୟ ହୋଇଛନ୍ତି। ସେହିପରି କଟକ ମହାନଗର ନିଗମ(ସିଏମ୍‌ସି)ରେ ମଧ୍ୟ ଗତଥର ଭାଜପା ୩ଟି ଆସନ ପାଇ ସନ୍ତୁଷ୍ଟ ହୋଇଥିବା ବେଳେ ଏଥର କିନ୍ତୁ ସେହି ସଂଖ୍ୟା ୭ରେ ପହଞ୍ଚିଛି। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରେ ଭାଜପା ଏଥର ୭ଟି ଆସନରେ ବିଜୟ ଲାଭ କରିଛି। ଗତଥର ଶୂନ ଆସନ ପାଇଥିବା ଭାଜପା ଏଥର ୭କୁ ବୃଦ୍ଧି ପାଇବା ଭାଜପା କର୍ମୀ ମହଲରେ ଅଳ୍ପବହୁତେ ଉତ୍ସାହ ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri