Posted inଖେଳ

୨୦୦ ଟପିବା ପରେ ବି ଜିତି ପାରିଲା ନାହିଁ ଆର୍‌ସିବି

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୨୦୫ ରନ୍‌ କରିବା ପରେ ବି ବିଜୟ ସାଦ ଚାଖି ପାରି ନାହିଁ। ୨୦୬ ରନ୍‌ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ ଗୋଟିଏ ଓଭର ପୁର୍ବରୁ ୫ ଉଇକେଟରେ ଜିତି ନେଇଛି।

ଶିଖର ଧାଓ୍ବନ (୪୩ ରନ, ୫ ଚୌକା ଓ ୧ ଛକା) ଏବଂ ମୟଙ୍କ ଅଗ୍ରଓ୍ବାଲ (୩୨ ରନ, ୨ ଲେଖାଏ ଚୌକା ଓ ଛକା)। ଦୁହେଁ ୭ ଓଭରରେ ୭୧ ରନ୍‌ କରିଥିଲେ। ଦୁଇ ଓପନର ପ୍ୟାଭିଲିଅନ ଫେରିବା ପରେ ମଧ୍ୟକ୍ରମରେ ଭାନୁକା ରାଜପାକ୍ଷେ ୪୩ (୨ ଚୌକା ଓ ୪ ଛକା) ଓ ଲିଆମ ଲିଭିଂଷ୍ଟୋନ (୧୯) ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ୧୪ତମ ଓଭରରେ ଦୁଇ ଉଇକେଟ ନେଇ ବାଙ୍ଗାଲୋରକୁ ମ୍ୟାଚ ଫେରାଇ ଆଣିଥିଲେ ମହମ୍ମଦ ସିରାଜ। ତା’ ପରେ ଶାହରୁଖ ଖାନ ୨୪ ଏବଂ ଓଡିନ ସ୍ମିଥ (୨୫)ଙ୍କ ଯୋଗୁ ପଞ୍ଜାବ ସହଜ ବିଜୟ ହାସଲ କରିଛି।
ପୂର୍ବରୁ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ୮୮ ରନ୍ର ବିସ୍ଫୋରକ ପାଳି ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ୨୦ ଓଭରରେ ୨ ଉଇକେଟ ହରାଇ ୨୦୫ ରନ୍‌ କରିଥିଲା। ବିରାଟ କୋହଲି(୪୧ ରନ, ୧ ଲେଖା ଚୌକା, ଛକା) ଏବଂ ଦୀନେଶ କାର୍ତ୍ତିକ (୩୨ ରନ, ୩ ଚୌକା ଓ ୩ ଛକା) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଗ ବସ ୫ର ପ୍ରତିଯୋଗୀ ଥିଲେ ଆଣ୍ଡ୍ରିୟୁ ସାଇମଣ୍ଡସ, ସନ୍ନି ଲିଓନଙ୍କ ସହ ଥିଲା ଭଲ ବନ୍ଧୁତା

ମୁମ୍ବାଇ,୧୫ ।୫: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର କାର ଦୁର୍ଘଟଣାରେ ମାତ୍ର ୪୬ ବର୍ଷ ବୟସରେ ପରଲୋକ ହୋଇଛି । କ୍ରିକେଟ କ୍ୟାରିୟରରେ ଚର୍ଚ୍ଚାରେ...

ମହିଳା ଫିଫା ବିଶ୍ୱକପ୍‌:ସ୍କଟଲାଣ୍ଡକୁ ବିଦା କଲା ଆର୍ଜେଣ୍ଟିନା

ପାରିସ,୨୦।୬(ଏଏଫ୍‌ପି)- ଚଳିତ ମହିଳା ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ଡି’ର ଏକ ରୋମାଞ୍ଚକ ମ୍ୟାଚ୍‌ ଡ୍ର’ ସହ ଶେଷ ହୋଇଛି।...

ଷ୍ଟାଡିୟମରେ ମହିଳାଙ୍କ ପ୍ରବେଶ ନେଇ ଇରାନକୁ ଫିଫାର ନିର୍ଦ୍ଦେଶ

ପ୍ୟାରିସ୍‌,୨୩।୯(ଏଏଫ୍‌ପି)- ଫୁଟବଲ୍‌ ଷ୍ଟାଡିୟମରେ ମହିଳା ପ୍ରଶଂସିକାଙ୍କ ପ୍ରବେଶ ନେଇ ଅନୁମତି ଦେବାକୁ ଫିଫା ଇରାନ୍‌କୁ ନିର୍ଦ୍ଦେଶ ଦେଇଛି। ବହୁ ଚର୍ଚ୍ଚିତ ‘ବ୍ଲୁ ଗର୍ଲ’ ଘଟଣାରେ ଜଣେ...

ଓ୍ବେଷ୍ଟଇଣ୍ଡିଜର ସମସ୍ତ ଖେଳାଳି ଖେଳିବେ

ବାଙ୍ଗାଲୁରୁ,୧୪।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମେଗା ଅକ୍‌ଶନର ଦିନକ ପରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଆସନ୍ତା ସଂସ୍କରଣରେ ଖେଳିବେ। ଏହା ସ୍ପଷ୍ଟ କରିଛି କ୍ରିକେଟ...

ପୂଜା, ବିକାଶଙ୍କୁ ଅଲିମ୍ପିକ ଯୋଗ୍ୟତା

ଅମ୍ମନ (ଜୋର୍ଡାନ), ୮।୩ (ପି.ଟି.)- ଦୁଇ ଭାରତୀୟ ବକ୍ସର ପୂଜାରାଣୀ (୭୫ କିଗ୍ରା) ଓ ବିକାଶ କ୍ରିଷ୍ଣନ (୬୯ କିଗ୍ରା) ଚଳିତ ବର୍ଷ ଅନୁଷ୍ଠିତ ହେବାକୁ...

‘ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଯୁଗ୍ମ ବିଜେତା ଘୋଷଣା ଉଚିତ ହୋଇଥାନ୍ତା’

ନୂଆଦିଲ୍ଲୀ,୧୩।୫(ପି.ଟି.): ଇଂଲଣ୍ଡରେ ଗତବର୍ଷ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ରେ ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହୋଇଥିଲା। ତେବେ ଇଂଲଣ୍ଡ ସମେତ ରନର୍ସଅପ୍‌ ନ୍ୟୁଜିଲାଣ୍ଡକୁ...

ଜୀବନ ବଞ୍ଚାଇଥିବା ୨ ବ୍ୟକ୍ତିଙ୍କ ଫଟୋ ଶେୟାର କରି ଏମିତି କହିଲେ ରିଷଭ

ମୁମ୍ବାଇ,୧୭।୧:ସଡକ ଦୁର୍ଘଟଣା ପରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଛି। ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ କ୍ରିକେଟ ପଡ଼ିଆକୁ ଫେରିବା ପାଇଁ...

ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା...

Advertisement
Archives

Model This Week