Posted inଖେଳ

ଟସ୍‌ ଜିତି ବୋଲିଂ କରିବ ଇଣ୍ଡିଆ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି।

୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ ଜିତି ଆଗୁଆ ରହି ସିରିଜ ବିଜୟ ନେଇ ଚେଷ୍ଟା କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ପ୍ରଥମ ବିଜୟ ହାସଲ କରି ଶୃଙ୍ଖଳା ବଞ୍ଚାଇବା ଲକ୍ଷ୍ୟ ନେଇ ମୁକାବିଳା କରିବ। ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡି ନିଜ ପ୍ରଥମ ମ୍ୟାଚ ଜିତି ସଫଳ ଆରମ୍ଭ କରିଛନ୍ତି। ଶୁକ୍ରବାର ବିଜୟୀ ହେଲେ ଏହି ଦୁଇ ଜଣଙ୍କର ମିଳିତ ଭାବେ ଏହା ପ୍ରଥମ ଶୃଙ୍ଖଳା ବିଜୟ ହେବ। ଅନ୍ୟପକ୍ଷରେ ଭାରତ ଘରୋଇ ମାଟିରେ ଲଗାତାର ପଞ୍ଚମ ଦ୍ବିପାକ୍ଷିକ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଜିତିବ।

ନ୍ୟୁଜିଲାଣ୍ଡ ଟିମ୍‌ରେ ପରିବର୍ତ୍ତନ କରିଛି। ନିସାମ, ସୋଡି ଓ ମିଲନେ ଦଳକୁ ଫେରିଛନ୍ତି । ରାଚିନ, ଆସଲେ ଓ ଫର୍ଗୁସନଙ୍କୁ ଦଳରୁ ବାଦ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେସ୍‌ ଗେମ୍‌ ଭଳି ମୋ ସହ ଖେଳୁଥିଲେ ଅଶ୍ୱିନ

ମେଲବୋର୍ନ,୧୧।୨: ବିଶ୍ୱର ନମ୍ବର ଓ୍ବାନ ଟେଷ୍ଟ ବ୍ୟାଟର ମାର୍ନସ ଲବୁସାନେ ଭାରତୀୟ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଗତ ୨୦୨୦-୨୧ ବର୍ଡର-ଗାଭାସ୍କର...

ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଆଇପିଏଲ୍‌ରେ ଏହି ‘ବିରାଟ’ କାରନାମା କରିବେ କୋହଲି; ଏବେ ଯାଏ ଧୋନୀ-ରୋହିତ-ରାଇନା-କାର୍ତ୍ତିକ ହିଁ…

ନୂଆଦିଲ୍ଲୀ,୧୬।୯: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ବିରାଟ କୋହଲି ଆଇପିଏଲ୍‌ର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍‌। ସେ ଆଇପିଏଲ୍‌ ପ୍ରଥମ ସିଜିନରୁ ଆର୍‌ସିବି ସହ ଜଡ଼ିତ ଅଛନ୍ତି।...

ସିଏସ୍‌କେ ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ, ୯ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ପେସର ଜାସନ ବେହେରେଣ୍ଡର୍ଫ। ତାଙ୍କୁ ଜୋସ ହାଜେଲଉଡଙ୍କ ବଦଳ ଖେଳାଳି ଭାବେ...

କୋଭିଡ୍‌-୧୯ ଟେଷ୍ଟରେ ସ୍ମିଥ୍‌, ଆର୍ଚର, ବଟଲର ପାସ୍‌

ଦୁବାଇ,୨୦।୯(ପି.ଟି.): ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ତାରକା ବୋଲର ଜୋଫ୍ରା ଆର୍ଚର ଓ ଜୋଶ ବଟଲର ବାଧ୍ୟତାମୂଳକ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି କୁହାଯାଇଛି। ଫଳରେ ଏମାନେ...

ଅର୍ଜୁନ ପୁରସ୍କାର ପାଇଁ ଦୂତୀ ଚାନ୍ଦଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧ା୫ (ପି.ଟି.)-ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ  (ଏଏଫ୍‌ଆଇ) ତରଫରୁ ମଙ୍ଗଳବାର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ...

ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ୪୯ ବର୍ଷରେ ପରଲୋକ

ନୂଆଦିଲ୍ଲୀ, ୧୨।୧୦: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ ତଥା ମିଡ୍‌ଫିଲ୍ଡର କାର୍ଲଟନ ଚାମ୍ପମ୍ୟାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟୁ ହୋଇଥିବା...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ସିନ୍ଧୁଙ୍କ ବିଦାୟ

ବର୍ମିଂହାମ୍‌, ୧୪ା୩ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ବିଦାୟ ନେଇଛନ୍ତି। ବର୍ମିଂହାମ୍‌ ଆରେନାରେ ଶୁକ୍ରବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ...

Advertisement
Archives

Model This Week