Posted inଜାତୀୟ

ବଢିଲା ବାୟୁସେନାର ଶକ୍ତି

ଝାନ୍‌ସୀ,୧୯ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଦ୍ୱାରା ନିର୍ମିତ ହାଲୁକା କମ୍ବାକ୍ଟ ହେଲିକପ୍ଟର ପ୍ରଦାନ କରିଛନ୍ତି । ଡିଆରଡିଓ ଦ୍ୱାରା ଡିଜାଇନ ଓ ବିଇଏଲ ଦ୍ୱାରା ନିର୍ମିତ ଉନ୍ନତ ଇଲେକ୍‌ଟ୍ରୋନିକ ୱାରଫେୟାର ଶୁଟ୍ ଭାରତୀୟ ନୌସେନାକୁ ଦେଇଛନ୍ତି । ଏହାସହ ଭାରତୀୟ ଷ୍ଟାଟଅପ୍ ଦ୍ୱାରା ବିକଶିତ କରାଯାଇଥିବା ଡ୍ରୋନ୍ ଓ ୟୁଏବି ଭାରତୀୟ ସେନାକୁ ପ୍ରଦାନ କରିଛନ୍ତି ।
ଏହି ହେଲିକପ୍ଟର ୧୫-୧୬ ହଜାର ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିପାରେ ।
ବିଶ୍ୱର ଏହା ଏକମାତ୍ର ହେଲିକପ୍ଟର, ଯାହା ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚିନ ଗ୍ଲାସିୟରରେ ଉଡିପାରିବା ସହ, କଠିନ ଉଚ୍ଚତାରେ ଟେକଅଫ ଓ ଲ୍ୟାଣ୍ଡ କରିବା ବ୍ୟତୀତ ଶତ୍ରୁଙ୍କୁ ଟାର୍ଗେଟ କରି ଆକ୍ରମଣ କରିବାର କ୍ଷମତା ରଖିଛି ।
ବରଫ ପାହାଡ ଉପରେ ମାଇନସ୍ ୫୦ ଡିଗ୍ରୀ ସେଲସିୟସରେ ଉଡିପାରିବା ସହ ଏହା ମରୁଭୂମୀର ୫୦ ଡିଗ୍ରୀ ତାପମାତ୍ରାରେ ବି ଉଡିବାର କ୍ଷମତା ରଖିଛି ।
ଏହି ଲାଇଟ୍ କମ୍ବାକ୍ଟ ହେଲିକପ୍ଟରକୁ ୧୩ ବର୍ଷର କଠିନ ପରିଶ୍ରମ ପରେ ତିଆରି କରାଯାଇଛି ।
ଦେଶର ସ୍ୱାଧିନତାକୁ ୭୫ ବର୍ଷ ପୁରଣ ହେବା ଅବସରରେ ସ୍ୱାଧିନତାର ଅମୃ୍‌ତ ମହୋତ୍ସବ ପାଳନ କରାଯାଉଛି । ଉତ୍ତର ପ୍ରଦେଶର ଝାନ୍‌ସୀରେ ଏହାକୁ ନେଇ ୩ ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ଏହାର ଶେଷ ଦିବସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଝାନ୍‌ସୀ ପହଞ୍ଚି ସ୍ୱଦେଶ ନିର୍ମିତ ହେଲିକପ୍ଟର ବାୟୁସେନାକୁ ଅର୍ପଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri