Posted inଜାତୀୟ

ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌କୁ ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ,୩୦ା୬: ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍‌ଗୁଡ଼ିକରେ ଗୋପନୀୟତା ସମେତ ଅନ୍ୟାନ୍ୟ ତଥ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଥିଲା। ଚାଇନା ଓ ଆମେରିକା ପରେ ଭାରତରେ ଟିକ୍‌ଟକ୍‌ର ସର୍ବାଧିକ ବ୍ୟବହାରକାରୀ ଅଛନ୍ତି। ଟିକ୍‌ଟକ୍‌ର ମୋଟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୦ କୋଟି ଟପିଥିବାବେଳେ ଭାରତରେ ୬୧.୧ କୋଟି ୟୁଜର ଥିବା ଜଣାପଡ଼ିଛି। ଟିକ୍‌ଟକ୍‌ ବ୍ୟତୀତ ଅନ୍ୟ ଯେଉଁ ଚାଇନା ଆପ୍‌ ବ୍ୟାନ ହୋଇଛି, ସେଗୁଡ଼ିକ ମଧ୍ୟରେ ରହିଛି ଶେୟାର୍‌ଇଟ, ଜେଣ୍ଡର, କଓ୍ବୋଇ, ୟୁସି ବ୍ରାଉଜର, ଶିନ୍‌, କ୍ଲାସ୍‌ ଅଫ୍‌ କିଙ୍ଗ୍‌ସ, ଡିୟୁ ବ୍ୟାଟେରି ସେଭର, ହେଲୋ, ଲାଇକି, ୟୁକ୍ୟାମ୍‌ ମେକ୍‌ଅପ୍‌, ମି କମ୍ୟୁନିଟି, ସିଏମ୍‌ ବ୍ରାଉଜର୍ସ, ଭାଇରସ କ୍ଲିନର, କ୍ଲବ୍‌ ଫ୍ୟାକ୍ଟ୍ରି, ନ୍ୟୁଜ୍‌ଡଗ୍‌, ବିଉଟି ପ୍ଲସ୍‌, ଓ୍ବି ଚାଟ୍‌, ୟୁସି ନ୍ୟୁଜ, କ୍ୟୁକ୍ୟୁ ମେଲ୍‌, ଓ୍ବିବୋ, ବିଗୋ ଲାଇଭ, ସେଲ୍‌ଫିସିଟି, ମେଲ୍‌ ମାଷ୍ଟର, ପାରାଲାଲ୍‌ ସ୍ପେସ୍‌, ଭିଗୋ ଭିଡିଓ ପ୍ରମୁଖ।


All Right Reserved By Dharitri.Com

କରୋନା ସଂକ୍ରମଣ ମୁକାବିଲା: କଏଦୀଙ୍କୁ ମିଳିବ ୬ ସପ୍ତାହ ପାରୋଲ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ...

ଅନ୍‌ଲକ୍‌ ୨.୦: କ’ଣ କ’ଣ ଘୋଷଣା କରିପାରନ୍ତି ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୪ରେ ଅନ୍‌ଲକ୍‌ ୨.୦କୁ ନେଇ ଦେଶକୁ ସମ୍ବାଧନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଚାଇନା ସୀମା ବିବାଦ, ୫୯...

କରୋନା ଭାଇରସ: ସିଲ୍‌ ହେଲା ସିଆର୍‌ପିଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୩।୫: ରାଜଧାନୀ ଦିଲ୍ଲୀରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌)ର ଜଣେ ଅଧିକାରୀଙ୍କ ଘରୋଇ ସଚିବ କରୋନା ସଂକ୍ରମିତ ହେବା ପରେ ଏବେ ସିଆର୍‌ପିଏଫ୍‌ର ମୁଖ୍ୟାଳୟକୁ...

ଦିଲ୍ଲୀ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ବିକ୍ଷୋଭର ଦିନକ ପରେ ଶନିବାର ଦିଲ୍ଲୀରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଶନିବାର ଦିଲ୍ଲୀର ଜାମିଆ...

୩ହଜାରରୁ ୧୦ ହଜାର ଟଙ୍କା ହେଲା ଆଶା କର୍ମୀଙ୍କ ପାରିଶ୍ରମିକ

ଅମରାବତୀ,୩।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍‌ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଆଶନୁରୂପ...

ଦ୍ୱିତୀୟ ଦିନ ବି ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୭।୪: ଭାରତ ପରି ପାକିସ୍ତାନ ମଧ୍ୟ ବର୍ତ୍ତମାନ ସମୟରେ କରୋନା ସହ ଯୁଦ୍ଧ କରୁଛି। କିନ୍ତୁ ଏହାପରେ ବି ପାକିସ୍ତାନ ନିଜ କୁକର୍ମରୁ ବାଦ୍‌ ପଡ଼ୁନାହିଁ।...

କର୍ନାଟକରେ ଖୁବ୍‌ଶୀଘ୍ର ହେବ ନିର୍ବାଚନ: କୁମାରସ୍ବାମୀ

ବେଙ୍ଗାଲୁରୁ,୪।୮: କର୍ନାଟକରେ ଭାଜପା ଶାସନ କ୍ଷମତା ହାତକୁ ନେଇଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‌) ନେତା ଏଚ୍‌ଡି କୁମାରସ୍ବାମୀ କହିଛନ୍ତି କର୍ନାଟକରେ ଭାଜପା...

ମାଟିରେ ମିଶିଲା ଗ୍ୟାଙ୍ଗ୍‌ଷ୍ଟର ବିକାଶଙ୍କ ଘର

ଲକ୍ଷ୍ନୌ,୫ା୭(ପି.ଟି./ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କୁ ଧରିବା ପାଇଁ ପୋଲିସ ତନାଘନା ଆରମ୍ଭ କରିଛି। ଜେସିବି ଲଗାଇ ତାଙ୍କ ଘରକୁ ମାଟିରେ ମିଶାଇ ଦିଆଯାଇଛି।...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *