Posted inଖେଳ

ଫାଇନାଲ ମୁକାବିଲାରେ ଭାରତ ଫେଭରାଇଟ: କାହିଁକି ଏଭଳି କହିଲେ ରବି ଶାସ୍ତ୍ରୀ

ଦୁବାଇ,୮ା୩: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତକୁ ଫେଭରାଇଟ ଭାବେ ବାଛିଛନ୍ତି। ତାଙ୍କ ମତରେ ନ୍ୟୁଜିଲାଣ୍ଡ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଭାରତକୁ ସମାନ ଗ୍ରାଉଣ୍ଡରେ ଖେଳିବାର ଖୁବ କମ ଫାଇଦା ମିଳିବ। ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବା ଭାରତ ଅପରାଜେୟ ରେକର୍ଡ ଓ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

କୌଣସି ଦଳ ଭାରତକୁ ହରାଇ ପାରିବ, ତେବେ ତାହା ହେଉଛି ନ୍ୟୁଜିଲାଣ୍ଡ। ଏଣୁ ମୋ ମତରେ ଭାରତ ଫେଭରାଇଟ ଭାବେ ଅଭିଯାନ ଆରମ୍ଭ କରିବ ବୋଲି ଶାସ୍ତ୍ରୀ ‘ଦି ଆଇସିସି ରିଭ୍ୟୁ’ରେ କହିଛନ୍ତି। ଏତଦ୍‌ବ୍ୟତୀତ ସେ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ବିରାଟ କୋହଲି ଭଲ ପର୍ମରେ ଅଛନ୍ତି। ଯଦି ଫର୍ମରେ ଥିବା ଏଭଳି ଖେଳାଳିଙ୍କୁ ପ୍ରଥମ ୧୦ ରନ୍‌ କରିବାକୁ ଦିଆଯାଏ, ତେବେ ପ୍ରତିପକ୍ଷ ଦଳର ସମସ୍ୟା ବୃଦ୍ଧି ପାଇବ।

ନ୍ୟୁଜିଲାଣ୍ଡ ଦଳର କେନ ଓ୍ବିଲିୟମସନ ଭାରତକୁ ସମସ୍ୟା ପକାଇ ପାରନ୍ତି। ତାଙ୍କ ସହିତ ରାଚିନ ରବିନ୍ଦ୍ର ଅଛନ୍ତି, ଯିଏକି ଜଣେ ଚମତ୍କାର ଖେଳାଳି। ଏଭଳି ଖେଳାଳିଙ୍କୁ ପ୍ରଥମ ୧୦ରୁ ୧୫ ରନ କରିବାକୁ ଦେଲେ ସେମାନେ ଅତ୍ୟଧିକ ବିପଜ୍ଜନକ ହୋଇଯାଆନ୍ତି। ୨୫ ବର୍ଷୀୟ ରବୀନ୍ଦ୍ର ଏତେ ଛୋଟ ବୟସରେ ଆଇସିସି ଦିନିକିଆ ଟୁର୍ନାମେଣ୍ଟରେ ୫ ଶତକ ହାସଲ କରିସାରିଛନ୍ତି। ସେ ଯେଉଁ ଭଳି କ୍ରିଜରେ ଖେଳନ୍ତି, ତାହା ମୋତେ ଖୁବ ପସନ୍ଦ। ତାଙ୍କ ପାଖରେ ଫ୍ରଣ୍ଟ ଫୁଟ, ବ୍ୟାକ ଫୁଟ, କଟ ଓ ସ୍ବିପ ଭଳି ଭଲ ଶଟ ରହିଛି। ନ ହେଲେ ବଡ଼ ଟୁର୍ନାମେଣ୍ଟରେ ଶତକ କରିବା ଏତେ ସହଜ ନୁହେଁ। ମୋ ମତରେ ସେ ଖୁବ ପ୍ରତିଭାବାନ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri