Posted inଜାତୀୟ

‘ମହିଳାଙ୍କୁ ଗୋଟିଏ ହତ୍ୟା କରିବାର ସ୍ବାଧୀନତା ଦିଆଯାଉ’

ନୂଆଦିଲ୍ଲୀ,୮।୩: ଆଜି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମହିଳାମାନଙ୍କ ଅଧିକାର, ସେମାନଙ୍କ ଶକ୍ତି, ସେମାନଙ୍କର ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ ସବୁଠି ଆଲୋଚନା ହେଉଛି। ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ସମୟରେ, ମହାରାଷ୍ଟ୍ରରୁ ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନେତା ମହିଳାଙ୍କୁ ଗୋଟିଏ ହତ୍ୟା କରିବାକୁ ଅନୁମତି ଦେବାକୁ କହିଛନ୍ତି। ଆସନ୍ତୁ ଜାଣିବା ନେତା ସେ ଏଭଳି ଦାବି କାହିଁକି କରିଥିଲେ।
ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି)-ଶରଦଚନ୍ଦ୍ର ପାୱାରଙ୍କ ମହିଳା ଶାଖା ପକ୍ଷରୁ ମହିଳାଙ୍କ ପ୍ରତି ଅତ୍ୟାଚାରକୁ ଦୃଷ୍ଟିରେ ରଖି ହତ୍ୟା ପାଇଁ ଦଣ୍ଡରେ ଛାଡ଼ ଦାବି କରିଛନ୍ତି। ଦଳର ମହିଳା ଶାଖା ସଭାପତି ରୋହିଣୀ ଖଡସେ ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏହି ଚିଠିରେ ଦଳର ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଜଣଙ୍କୁ ହତ୍ୟା କଲେ ଦଣ୍ଡ କ୍ଷମା କରିବାକୁ ଅନୁରୋଧ କରାଯାଇଛି।
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ, ମହିଳାମାନେ ଦମନକାରୀ ମାନସିକତା, ବଳାତ୍କାର ମାନସିକତା ଏବଂ ନିଷ୍କ୍ରିୟ ଆଇନ ଶୃଙ୍ଖଳାର ପ୍ରବୃତ୍ତିର ଅନ୍ତ କରିବାକୁ ଚାହାଁନ୍ତି। କେବଳ ଏତିକି ନୁହେଁ, ଖଡସେ ମୁମ୍ବାଇରେ ଏକ ୧୨ ବର୍ଷର ଝିଅ ସହିତ ହୋଇଥିବା ଗଣଦୁଷ୍କର୍ମ ଘଟଣାର ମଧ୍ୟ ଉଦାହରଣ ଦେଇଛନ୍ତି। ସେ କହିଥିଲେ ଯେ ମହିଳାଙ୍କ ବିରୋଧରେ ଅପରାଧ ନିରନ୍ତର ବୃଦ୍ଧି ପାଉଛି। ସମସ୍ତ ମହିଳାଙ୍କ ପକ୍ଷରୁ ଆମେ ଗୋଟିଏ ହତ୍ୟା ପାଇଁ ଦଣ୍ଡ କ୍ଷମା କରିବାକୁ ଦାବି କରୁଛୁ।
କହିବାକୁ ଗଲେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)-ଶରଦଚନ୍ଦ୍ର ପାୱାରଙ୍କ ଦଳ ଦ୍ୱାରା ଲେଖାଯାଇଥିବା ଏହି ଚିଠିର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା। ଦଳ ଚିଠିରେ ଏକ ସର୍ଭେ ରିପୋର୍ଟ ମଧ୍ୟ ଉଲ୍ଲେଖ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ଦୃଷ୍ଟିରୁ, ଭାରତ ମହିଳାମାନଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ଦେଶ, କାରଣ ସେମାନଙ୍କ ବିରୁଦ୍ଧରେ ଅପହରଣ ଏବଂ ଘରୋଇ ହିଂସା ଭଳି ଅନେକ ଅପରାଧ ଘଟୁଛି। ରୋହିଣୀ ଖଡସେ ଚିଠିରେ ଲେଖିଛନ୍ତି ଯେ ଆଶା କରାଯାଉଛି ଯେ ରାଷ୍ଟ୍ରପତି ମୁର୍ମୁ ସେମାନଙ୍କ ଦାବିକୁ ଗମ୍ଭୀରତାର ସହ ବିଚାର କରିବେ ଏବଂ ଦଳର ଏହି ଦାବିକୁ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?