Posted inଖେଳ

ଜିମ୍ବାଓ୍ବେକୁ ୭୧ ରନ୍‌ରେ ପରାସ୍ତ କଲା ଭାରତ

ମେଲବୋର୍ନ,୬।୧୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ସୁପର-୧୨ ରାଉଣ୍ଡର ଶେଷ ଗ୍ରୁପ ମ୍ୟାଚରେ ଭାରତ ୭୧ ରନ୍‌ରେ ଜିମ୍ବାୱେକୁ ପରାସ୍ତ କରିଛି। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍‌-୨ରେ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ଆଠ ପଏଣ୍ଟ ସହ ଶୀର୍ଷରେ ରହିଛି।
ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା। କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଚମତ୍କାର ଇନିଂସ ଖେଳିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ୩୫ ବଲରେ ୫୧ ରନ ସଂଗ୍ରହ କରିଥିଲେ। ଏଥିସହିତ ସୂର୍ଯ୍ୟକୁମାର ୨୫ ବଲରେ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହାର ଜବାବରେ ଜିମ୍ବାୱେ ଦଳ ୧୭.୨ ଓଭରରେ ୧୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଆନ ବୁର୍ଲେ ସର୍ବାଧିକ ୩୫ ରନ ସ୍କୋର କରିଥିଲେ। ଏଥିସହିତ ସିକନ୍ଦର ରାଜା ୩୪ ରନର ଇନିଂସ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ୩ଟି ଉଇକେଟ ନେଇଥିଲେ। ଏଥି ସହ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଚମତ୍କାର ଇନିଂସ ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?