ମେଷ


ଆଜି ରାଶିରେ ଚନ୍ଦ୍ର ସହ ରାହୁଙ୍କ ଅବସ୍ଥାନ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ମାନସିକ ସ୍ଥିତି ଭଲ ନ ଥିବା କାରଣରୁ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦର ସମ୍ମୁଖୀନ ହୋଇପାରନ୍ତି। ପୂର୍ବରାଗକୁ ସ୍ମରଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ପଡ଼ୋଶୀଙ୍କ ସହାନୁଭୂତି ଓ ସାହାଯ୍ୟ କେତେକାଂଶରେ ସ୍ଥିତିକୁ ସୁଧାରିପାରେ।
ବୃଷ


ସ୍ବଗୃହୀ ଶୁକ୍ର ପ୍ରଭାବରୁ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ


ଲାଭାଧିପ ମଙ୍ଗଳ ରାଶିରେ ରହି ଅର୍ଥପ୍ରାପ୍ତିର ମାର୍ଗକୁ ସୁଗମ କରାଇବେ। ବିବାଦୀୟ ଘଟଣାକୁ ନେଇ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ କେତେକ କାମ କରିବାକୁ ବାଧ୍ୟ ହେବେ। ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
କର୍କଟ


ରାଶ୍ୟାଧିପତିଙ୍କ କର୍ମଭାବ ସଂସ୍ଥାନରୁ ଅର୍ଥ ଓ ସମ୍ମାନ ଲାଭ କରି ଉତ୍ଫୁଲ୍ଲିତ ହେବେ। ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। କେତେକ ଅନୁଚିତ କାମ ସକାଶେ ନିଜ ପରିସରର ବ୍ୟକ୍ତିବିଶେଷ ସମାଲୋଚନା କରିପାରନ୍ତି।
ସି˚ହ


ରବିଙ୍କ ନୀଚତ୍ୱ କାରଣରୁ ସ୍ବାସ୍ଥ୍ୟ ବିଗିଡ଼ିବା ସମ୍ଭାବନା ରହିଛି। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସକାଳ ସମୟଟି ପ୍ରାୟତଃ ଭଲ ରହିବ।
କନ୍ୟା


ରାହୁଙ୍କ କୁଦୃଷ୍ଟି ହେତୁ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ସୁଯୋଗର ସଦ୍ବ୍ୟବହାର କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡ଼ିପାରେ। ପୁରାତନ ଜିନିଷ ବିକ୍ରୟକରି ଅର୍ଥ ପାଇବେ କିନ୍ତୁ ଅନ୍ୟ ମାଧ୍ୟମରେ ଏହା ସମ୍ପନ୍ନ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ତୁଳା


ଚତୁର୍ଥସ୍ଥ ଶନି ହେତୁ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ସାୟାହ୍ନେ ମନ ଭଲ ରହିବ ନାହିଁ। ଆଜିର ଫେରନ୍ତା ରାସ୍ତାରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ। ପ୍ରତ୍ୟେକ କ୍ଷେତ୍ରରେ ମନୋବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିବେ।
ବିଛା


ବକ୍ରୀ ମଙ୍ଗଳଙ୍କ ସୁପ୍ରଭାବରେ କୂଟନୈତିକ କାର୍ଯ୍ୟାନୁସରଣରେ ସାମାଜିକ ପ୍ରତିଷ୍ଠା ବଢ଼ିବ। ସମସ୍ୟା ଜଡିତ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ। ଉଚ୍ଚବର୍ଗଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି। ମିତ୍ର, ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ।
ଧନୁ


ବକ୍ରୀ ବୃହସ୍ପତିଙ୍କ କେନ୍ଦ୍ରାଧିପତିତ୍ୱ ଦୋଷରୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବାର ସମ୍ଭାବନା ରହିଛି। ସମସ୍ୟା ଲାଗି ରହିବା କାରଣରୁ ସହଜରେ କାମ ହାସଲ ହେବା କଷ୍ଟକର ହେବ। ଆର୍ଥିକ ସ୍ଥିତି ଭଲ ଥିଲେ ମଧ୍ୟ ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ।
ମକର


ଚତୁଃଗ୍ରହ ଦ୍ୱାରା ରାଜଯୋଗ କାରଣରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସଭାସମିତି, ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ । ତଥାପି ସାମୟିକ ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ।
କୁମ୍ଭ


ସ୍ବଗୃହରୁ ଷଷ୍ଠସ୍ଥ ଶୁକ୍ର ହେତୁ ବିଭିନ୍ନ ପ୍ରକାର ପାରିବାରିକ ବିଷୟକୁ ନେଇ ମନ ଭାରାକ୍ରାନ୍ତ ରହିବ। ଶିକ୍ଷାକ୍ଷେତ୍ର,ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ।
ମୀନ

ଦୁଃସ୍ଥାନସ୍ଥ ଏକାଧିକ ଗ୍ରହ କାରଣରୁ ହଠାତ୍ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।

