Posted inଖେଳ

ବିଶ୍ୱର ପ୍ରଥମ ଦଳ ଭାବେ T20Iରେ ଏମିତି ରେକର୍ଡ କଲା ଭାରତ: ଚାହିଁରହିଗଲା କ୍ରିକେଟ୍‌ ଦୁନିଆ

ହାଇଦ୍ରାବାଦ,୧୫।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ ଭାରତୀୟ କ୍ରିକେଟ ଦଳ ନିଜ ନାଁରେ ଏକ ବଡ଼ ରେକର୍ଡ କରିଛି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୦୦୦ କିମ୍ବା ତା’ଠାରୁ ଅଧିକ ଛକା ମାରିବାରେ ଭାରତ ବିଶ୍ୱର ଦ୍ୱିତୀୟ ଦଳ ହୋଇଛି। ଏହା ସହ ଅନ୍ତର୍ଜାତୀୟ ଟି-୨୦ରେ ୪୦୦୦ ଚୌକା ମାରିବାରେ ମଧ୍ୟ ଭାରତ ପ୍ରଥମ ଦଳ ହେବାର ଗୌରବ ହାସଲ କରିଛି।

ଅକ୍ଟୋବର ୧୪ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ୨୪ ରନ୍ରେ ପରାସ୍ତ ହୋଇଥିଲେ ମଧ୍ୟ ଛକା ସଂଖ୍ୟାରେ ୨୦୦୦ ଅତିକ୍ରମ କରିଛି।

ଉପଲବ୍ଧ ତଥ୍ୟ ଅନୁସାରେ, ଭାରତ ୨୯୭ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ମୋଟ ୨୦୧୦ଟି ଛକା ମାରିଛି। ଏହି ତାଲିକାରେ ୱେଷ୍ଟଇଣ୍ଡିଜ ୨୦୨୬ଟି ଛକା ସହ ପ୍ରଥମ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୧୫୮୫ଟି ଛକା ସହ ତୃତୀୟ ସ୍ଥାନରେ ଅଛି।

ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଛକା ମାରିଥିବା ଦଳ
– ୱେଷ୍ଟଇଣ୍ଡିଜ ୨୦୨୬ ଛକା
– ଭାରତ ୨୦୧୦ ଛକା
– ନ୍ୟୁଜିଲାଣ୍ଡ ୧୫୮୫ ଛକା
– ପାକିସ୍ତାନ ୧୫୦୭ ଛକା
– ଦକ୍ଷିଣ ଆଫ୍ରିକା ୧୪୦୭ ଛକା

ଛକା ରେକର୍ଡ ସହ ଭାରତୀୟ ଦଳ ଚୌକା କ୍ଷେତ୍ରରେ ମଧ୍ୟ ଇତିହାସ ରଚିଛି। ଅନ୍ତର୍ଜାତୀୟ ଟି-୨୦ରେ ୪୦୦୦ ଚୌକା ପୂରଣ କରିବାରେ ଭାରତ ପ୍ରଥମ ଦଳ ହୋଇଛି। ଏହି ତାଲିକାରେ ପାକିସ୍ତାନ ୩୭୨୨ଟି ଚୌକା ସହ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପଟେ, ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ ୨୪ ରନ୍‌ରେ ବିଜୟୀ ହେବା ପରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରଜ୍‌ରେ ଉଭୟ ଦଳ ୨-୨ରେ ସମାନ ସ୍ଥିତିରେ ରହିଛନ୍ତି। ତେଣୁ ଶେଷ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?