Posted inଖେଳ

ଜାଡେଜା-ପନ୍ତଙ୍କ ଉପରେ ସବୁ ଆଶା

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ଅନ୍ତିମ ତଥା ୬ଷ୍ଠ ଦିନର ପ୍ରଥମ ସେସନ ସୁଦ୍ଧା ଭାରତୀୟ ଦଳ ୫ ଉଇକେଟ ହରାଇ ୧୩୦ ରନ୍‌ କରିଛି। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ପାଳିରେ ମଧ୍ୟ ଅଧିନାୟକ ବିରାଟ କୋହଲି (୧୩), ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୧୫) ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୧୫) ଫେଲ୍‌ ମାରିଛନ୍ତି। ଏବେ ସବୁ କିଛି ରିଷଭ ପନ୍ତ (୨୮*) ଓ ରବୀନ୍ଦ୍ର ଜାଡେଜା(୧୨*)ଙ୍କ ଉପରେ ନିର୍ଭର କରେ। ଦଳ ମାତ୍ର ୯୮ ରନ୍‌ରେ ଆଗୁଆ ଥିବାବେଳେ ଆହୁରି ଦୁଇଟି ସେସନ ବାକି ରହିଛି। ଦୁଇ ଖେଳାଳିଙ୍କୁ ମ୍ୟାଚ୍‌ ବଞ୍ଚାଇବାକୁ ହେଲେ ଅତିକମ୍‌ରେ ଗୋଟିଏ ସେସନ ଖେଳିବାକୁ ପଡ଼ିବ।

ପ୍ରଥମ ଇନିଂସରେ ଭାରତ ୨୧୭ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୪୯ ରନ୍‌ରେ ଅଲଆଉଟ୍‌ ହୋଇ ୩୨ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଇନିଂସରେ ୫ ଉଇକେଟ ସଫଳତା ପାଇଥିବା କାଇଲ ଜେମିସନ ୨ ସଫଳତା ପାଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୋଟାସଙ୍କୁ ହ୍ୟାଟ୍ରିକ୍‌ ପୋଲ ପୋଜିଶନ

ମଣ୍ଟମେଲ୍‌(ସ୍ପେନ୍‌),୧୨ା୫(ଏଏଫ୍‌ପି)-ଚାମ୍ପିୟନଶିପ୍‌ ଲିଡର ଭାଲଟେରି ବୋଟାସ ଶନିବାର ହ୍ୟାଟ୍ରିକ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ସ୍ପାନିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଲାଗି ଏଠାରେ ଶନିବାର ଅନୁଷ୍ଠିତ...

ଓମାନ ଓପନ୍‌ ଫାଇନାଲରେ ଶରଥ୍‌

ମସ୍କଟ, ୧୫।୩ (ପି.ଟି.)- ଭାରତୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ୍‌ କମଲ ଏଠାରେ ଚାଳିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜର ପ୍ଲସ ଓମାନ୍‌ ଓପନ୍‌ର ଫାଇନାଲରେ...

ନିରପେକ୍ଷ ଭେନ୍ୟୁ ପ୍ରସ୍ତାବକୁ ପିସିବିର ଆଗ୍ରାହ୍ୟ

ଲାହୋର,୧୩।୯: ଶ୍ରୀଲଙ୍କା ଦଳର ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ ନେଇ ଅନିଶ୍ଚିତତା ଜାରି ରହିଛି। ଏହି ସିରିଜ୍‌କୁ କୌଣସି ନିରପେକ୍ଷ ଭେନ୍ୟୁରେ...

ଆଫଗାନିସ୍ତାନ ସହ ଦିନିକିଆ ସିରିଜ୍‌ ଖେଳିବ ଭାରତ

ମୁମ୍ବାଇ,୧୪।୧୨: ଆଗାମୀ ବର୍ଷ ଆଫଗାନିସ୍ତାନ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ ଭାରତୀୟ ଦଳ। ଏହି ସିରିଜ୍‌ ଆଗାମୀ ବର୍ଷ ମାର୍ଚ୍ଚରେ ଖେଳାଯିବ...

‘ଧୋନୀ ଆଉ ଦୁଇ ବର୍ଷ ଖେଳିବା ଉଚିତ’

ନୂଆଦିଲ୍ଲୀ,୫।୭- ଧିମା ବ୍ୟାଟିଂ ଲାଗି ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ସେ...

ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ଟପିଲେ ମେସି

ବାର୍ସିଲୋନା,୮।୧୨- ଲା ଲିଗା ଲିଗ୍‌ ଇତିହାସରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଲିଓନେଲ ମେସି। ଏଠାରେ ଆରସିଡି ମାଲୋର୍ସା ବିପକ୍ଷରେ ଖେଳାଯାଇଥିବା...

ବାରବାଟୀ ଦିନିକିଆ ଆଉ ୧୨ଦିନ

କଟକ ଅଫିସ,୧୦ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଆସନ୍ତା ୧୯ ଓ ୨୦ରେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରିର ମୋଟ୍‌...

ସୀମିତ ଓଭରରେ ସଫଳ ନ ହେଲେ ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ: କ୍ଲାର୍କ

ସିଡ୍‌ନୀ,୨୫।୧୧(ପି.ଟି.): ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ଅଧିନାକୟ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି୨୦ ସିରିଜରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସହ ଉତ୍କୃଷ୍ଟ ନେତୃତ୍ୱ ପ୍ରତିପାଦନ କରିବାକୁ...

Advertisement
Archives

Model This Week