Posted inଖେଳ

ଭାରତର ଐତିହାସିକ ବିଜୟ

ମେଲବୋର୍ନ,୨୯।୧୨: ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଦଳ। ଟିମ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ଉଇକେଟରେ ଜିତି ନେଇଥିଲା। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯାଇଥିଲା। ଭାରତୀୟ ଦଳ ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରେ ରଖିଥିଲା। ଏହା ପରେ ସେ ୩୨୬ ରନ ସ୍କୋର କରି ୧୩୧ ରନର ଅଗ୍ରଣୀ ନେଇଥିଲେ। ଅଷ୍ଟ୍ରେଲିଆ ଦଳ କେବଳ ଦ୍ୱିତୀୟ ଇନିଂସରେ ୨୦୦ ରନ ସ୍କୋର କରିପାରିଥିଲା। ଏହି ପରିପ୍ରେକ୍ଷୀରେ ଭାରତ ଜିତିବା ପାଇଁ ୭୦ରନ ଲକ୍ଷ୍ୟ ହାସଲ କରିଥିଲା। ଭାରତୀୟ ଦଳ ୧୫.୫ ଓଭରରେ ୨ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହା ୧୦୦ ତମ ଟେଷ୍ଟ ମ୍ୟାଚ ଥିଲା। ଭାରତ ଏହି ମ୍ୟାଚ ମଧ୍ୟରୁ ୨୯ଟି ଜିତିଥିବାବେଳେ ୪୩ ରେ ପରାଜୟର ସମ୍ମୁଖୀନ ହୋଇଛି। ଦୁଇ ଦଳ ମଧ୍ୟରେ ଏକ ମ୍ୟାଚ ଟାଇ ଏବଂ ୨୭ ମ୍ୟାଚ ଡ୍ର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ପାଇଁ ୪୫ ବର୍ଷର ପୁରୁଣା ଶପଥ ଭାଙ୍ଗିଲେ ଟ୍ରମ୍ପ, ଖୁସିରେ ଷ୍ଟେଜ ଉପରେ ପିଇଲେ ମଦ! ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୪।୫:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ମଦ୍ୟପାନ କରୁଥିବାର ଦେଖାଯାଇଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ…

ପେଟ୍ରୋଲ-ଡିଜେଲକୁ ନେଇ ଭାରତର ଚିନ୍ତାର କାରଣ ନାହିଁ! ରୁଷିଆ ଯୋଗାଇବ…

ନୂଆଦିଲ୍ଲୀ/ମସ୍କୋ,୧୪।୫: ପଶ୍ଚିମ ଏସିଆରେ ସଂଘର୍ଷ ଆଉ ଅସ୍ତ୍ରଶସ୍ତ୍ର ସହିତ ଲଢ଼ାଯାଉନାହିଁ, ବରଂ ଅହଂକାର ସହିତ ଲଢ଼ାଯାଉଛି ଏବଂ ସମଗ୍ର ବିଶ୍ୱକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଅନେକ…

ଓକିଲଙ୍କ ପୋଷାକରେ ହାଇକୋର୍ଟରେ ନଜର ଆସିଲେ ମମତା, ବାର କାଉନସିଲ ଉଠାଇଲା ଏମିତି ପ୍ରଶ୍ନ ସଭିଏଁ ଆଶ୍ଚର୍ଯ୍ୟ!

କୋଲକାତା,୧୪।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ହାଇକୋର୍ଟରେ ଓକିଲଙ୍କ ପୋଷାକ ପିନ୍ଧି ହାଜର ହେବା ପରେ, ବାର୍‌ କାଉନସିଲ ଅଫ ଇଣ୍ଡିଆ (BCI) ପଶ୍ଚିମବଙ୍ଗ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ ସ୍ଥାନ, IPL ୨୦୨୬ ମଧ୍ୟରେ BCCIର ବଡ଼ ଘୋଷଣା

ନୂଆଦିଲ୍ଲୀ,୧୪।୫: ଆଇପିଏଲ ୨୦୨୬ ପରେ ଭାରତ ଏ ଦଳ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ଏକ ଦିନିକିଆ ତ୍ରି-ସିରିଜ ଖେଳିବ। ପ୍ରଥମ ମ୍ୟାଚ ଜୁନ ୯ ତାରିଖରେ…

ଜୁନ୍ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ନିରାଡମ୍ବର ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…

ଛତ୍ରପୁରରେ ତେଲ ସଙ୍କଟ: ବାଇକ୍‌କୁ ୨୦୦, କାର୍‌କୁ ୫୦୦ ଟଙ୍କାର ତେଲ

ଛତ୍ରପୁର,୧୪ା୫(ଦିଲ୍ଲୀପ ସାମଲ): ଇରାନ ସହ ଆମେରିକାର ଓ ଇସ୍ରାଏଲର ଯୁଦ୍ଧ ପାଇଁ ଫେବୃଆରୀ ୨୮ ପରଠାରୁ ସାରା ବିଶ୍ୱରେ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି। ବିଶେଷକରି…

ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ ମୋରମ ଚୋରାଚାଲାଣ: ପ୍ରତିବାଦରେ ଧାରଣାରେ ବସିଲେ ସରପଞ୍ଚ

ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲରୁ କିଛି ମାଫିଆ ଲଗାତର ଭାବେ ମୋରମ ଚୋରା…

ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଲେ ଯୋଗାଣ ସଚିବ: ରାଜ୍ୟରେ ନାହିଁ…

ଭୁବନେଶ୍ୱର, ୧୪।୫: ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି, ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri