ଓଡ଼ିଶା ପୋଲିସକୁ ପ୍ରଶଂସା କଲେ ବିପିନ ରାଓ୍ବତ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ସୁରକ୍ଷାର ଅଗ୍ରଦୂତ ହେଉଛି ପୋଲିସ। ଯେକୌଣସିି ସଙ୍କଟ କାଳରେ ସରକାରଙ୍କ ସବୁଠାରୁ ଅଧିକ ଦୃଶ୍ୟମାନ ଓ ପ୍ରଥମ ପ୍ରତିକ୍ରିୟା ଦେଉଥିବା ପ୍ରତିନିଧି ହେଉଛି ପୋଲିସ ବୋଲି ଭାରତର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ କହିଛନ୍ତି। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ଚାଲିଥିବା ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେଇ ଜେନେରାଲ ରାଓ୍ବତ ଏହା କହିଥିଲେ। ଏହି ଅବସରରେ ସେ ଓଡ଼ିଶା ପୋଲିସକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଅପରାଧ ହାର ଯଥେଷ୍ଟ କମ୍‌ ଓ ଆଇନଶୃଙ୍ଖଳା ଅତି ଉଚ୍ଚମାନର ବୋଲି କହିଥିଲେ। ସମସ୍ତ ଆହ୍ବାନକୁ ପ୍ରତିହତ କରି ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ସଫଳ ହୋଇଛି। ମାଓବାଦୀ ଅଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ କେନ୍ଦ୍ରୀୟ ପୋଲିସ ବାହିନୀର ସମନ୍ବୟ ଯୋଗୁ ଏହା ସମ୍ଭବ ହୋଇଥିବା ସେ କହିଥିଲେ।
ଜିଓ ଷ୍ଟ୍ରାଟେଜିକ୍‌ ପରିବେଶର ଦ୍ରୁତ ପରିବର୍ତ୍ତନ ବାବଦରେ ଜେନେରାଲ ରାଓ୍ବତ କହିଲେ, ଜଳବାୟୁ ପରିବର୍ତ୍ତନ, ଆଞ୍ଚଳିକୀକରଣ, ଜଗତୀକରଣ, ସାଧାରଣ ବିରୋଧାଭାସ, ବାଣିଜି୍ୟକ ଯୁଦ୍ଧ ଏଭଳି ଅନ୍ୟାନ୍ୟ କ୍ରମୋନ୍ନତି ସବୁ ଅସ୍ଥିରତା, ଅନିଶ୍ଚିତତା ଓ ବ୍ୟାଘାତ ସୃଷ୍ଟି କରୁଛି। ଏଥିସହିତ ଅପ୍ରତିସମ ଯୁଦ୍ଧ ସ୍ଥିତି ଆମ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ଆଭ୍ୟନ୍ତରୀଣ ସ୍ଥିରତାକୁ ସୁନିଶ୍ଚିତ କରିବାରେ ପୋଲିସର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମ୍ମିଳନୀରେ ହୋଇଥିବା ବିଚାରବିମର୍ଶ ପୋଲିସ ମୁଖିଆଙ୍କୁ ଭବିଷ୍ୟତରେ ଆଭ୍ୟନ୍ତରୀଣ ନିରାପତ୍ତାର ଅଭିଭାବକ ଭାବେ ଦେଖିବାରେ ସାହାଯ୍ୟ କରିବ ବୋଲି ଜେନେରାଲ ରାଓ୍ବତ ମତ ରଖିଥିଲେ।
ସେହିପରି ପ୍ରଖ୍ୟାତ ଲେଖକ, ସାମାଜିକ କର୍ମୀ ଓ ସମାଜଶାସ୍ତ୍ରୀ କମଳା ଭାସିନ ଲିଙ୍ଗ ସମ୍ବେଦନଶୀଳ ପୋଲିସିଂ ଉପରେ ବକ୍ତବ୍ୟ ରଖିଥିଲେ। ସମାଜ ତଥା ପୋଲିସର ଆଚରଣକୁ ପ୍ରଭାବିତ କରୁଥିବା କୁସଂସ୍କାର ଓ ପକ୍ଷପାତିତା ବାବଦରେ ଆଲୋଚନା କରିଥିଲେ। ରାଜ୍ୟ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ପୋଲିସ ବିଭାଗର ବିଭିନ୍ନ ଆଇନଗତ ପ୍ରସଙ୍ଗ ଉପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଅନ୍ୟଏକ ଅଧିବେଶନରେ ‘୫-ଟି’କୁ ସହଜ କରିବା ପାଇଁ କମ୍ପ୍ୟୁଟରୀକରଣ, ତଥ୍ୟ ବିଶ୍ଳେଷଣ ଓ ପେପର ଲେସ୍‌ ପୋଲିସିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଡାଟାବେଶ ପ୍ରତିଷ୍ଠା, ଆରକ୍ଷୀ ଆପ୍‌, ଅନୁସୂଚିତ ଜାତି, ଜନଜାତି, ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତଦନ୍ତରେ ଅଧିକ ଉନ୍ନତି ଆଣିବା, ପୋଲିସ ଥାନା ଓ ପୋଲିସର କାର୍ଯ୍ୟ ପ୍ରଦର୍ଶନ, ଉପକୂଳ ସୁରକ୍ଷା, ଗୃହ, ପୋଲିସ ଆଧୁନିକୀକରଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ପୋଲିସ ଡିଜି ଅଭୟଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?