ବିବାହରେ ବରଣମାଳା ବଦଳରେ ବର-କନ୍ୟା ପରସ୍ପରକୁ ପିନ୍ଧାଇଲେ ମାସ୍କ: ଲୋକେ କହିଲେ…

ନୂଆଦିଲ୍ଲୀ,୧୬।୬: ପ୍ରାୟ ସମୟରେ ସୋସିଆଲ ମିଡିଆରେ ବିବାହକୁ ନେଇ କେତେକ ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ। ଆଉ ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାର ଅଧିକ ପଭାବ ବିବାହ ଉପରେ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। କାରଣ କରୋନା ଯୋଗୁ ଏବେ ସମସ୍ତ ବିବାହ ନିରାଡ଼ମ୍ବରରେ ହେଉଛି। ନା ଅଛି ବ୍ୟାଣ୍ଡବାଜା ନା ଅଛି ରୋଷଣୀ। ଏତଦ୍‌ ବ୍ୟତୀତ ବିବାହରେ ଆଉ ଲୋକଙ୍କ ଭିଡ଼ ମଧ୍ୟ ଜମୁନାହିଁ। କେହି ଯଦି ଲୁଚିଛପି ଆଡ଼ମ୍ବରରେ ବିବାହ କରୁଛନ୍ତି ତେବେ ସେମାନଙ୍କୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଫାଇନ ଦେବାକୁ ପଡ଼ଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକଙ୍କୁ ଏକ ଶିକ୍ଷା ମିଳିବା ସହ ନବଦମ୍ପତି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଆଇପିଏସ୍‌ ଅଧିକାରୀ ରୁପିନ ଶର୍ମା ଶେୟାର କରିଛନ୍ତି। ଭିଡିଓକୁ ଶେୟାର କରିବା ସହ ସେ ଏକ ମଜାଳିଆ କ୍ୟାପସନ୍‌ ଲେଖିଛନ୍ତି, ‘ବରଣମାଳା ବଦଳରେ ମାସ୍କ ମାଳା’। ରୁପିନ ଶର୍ମା ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବର ଓ କନ୍ୟା ମଞ୍ଚ ଉପରେ ଠିଆ ହୋଇଛନ୍ତି। ଦୁହେଁ ପରିସ୍ପରଙ୍କୁ ବରଣମାଳା ପିନ୍ଧାଇବା ବଦଳରେ ମାସ୍କ ପିନ୍ଧାଉଥିବା ନଜର ଆସିଛି। ଏହି ଭିଡିଓଟି ଖୁବ୍‌ ମଜାଳିଆ ଦେଖାଯାଉଥିବା ସହ କେଉଁଠି ନା କେଉଁଠି ଏହା କରୋନା ପ୍ରତି ଏକ ସଚେତନତା ବାର୍ତ୍ତା ମଧ୍ୟ ଦେଉଛି। ଦେଶରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ନିଜକୁ କିଭଳି ସୁରକ୍ଷିତ ରଖିବା ସେନେଇ ଏହି ବିବାହରେ ସଚେତନତା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣବିବାହରେ କନ୍ୟାଙ୍କୁ କଣ୍ଡୋମ,ଗର୍ଭନିରୋଧକ ବଟିକା ବାଣ୍ଟିଲେ ଶିବରାଜଙ୍କ ସରକାର : କଂଗ୍ରେସର କଡ଼ା ସମାଲୋଚନା…

ଭୋପାଳ,୩୦।୫ : ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲା ଝାବୁଆରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି।...

ଏମ୍‌ପିଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିବାରୁ କହିଲେ, ମୁଁ ତୁମ ପିତାଙ୍କ ଚାକର ନୁହେଁ

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶର ପିଲିଭିତର ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓରେ ବରୁଣ ଗାନ୍ଧୀ ଜଣେ ବ୍ୟକ୍ତିଙ୍କୁ ଗାଳି ଦେଉଥିବାର...

ରାଜଧାନୀରେ ଏନ୍‌ଆଇଏର ଚଢାଉ, ୩ ଆଇଏସଆଇଏସ୍‌ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ

ନୂଆଦିଲ୍ଲୀ,୩୦।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀରେ ଆଇଏସଆଇଏସ୍‌ ଆତଙ୍କବାଦୀଙ୍କୁ ଖୋଜୁଛି। ୩ ଜଣ ଆତଙ୍କବାଦୀ ରାଜଧାନୀରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗଣମାଧ୍ୟମ ରିପୋର୍ଟ...

ଜିଲା ଅଧ୍ୟକ୍ଷ ବୈଠକ ଡକାଇଲେ ଉଦ୍ଧବ: ବିଧାନସଭା କାର୍ଯ୍ୟାଳୟକୁ ଦଖଲ କଲେ ଶିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୦।୨: ମହାରାଷ୍ଟ୍ର ବର୍ତ୍ତମାନ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଇତିମଧ୍ୟରେ ସୋମବାର ଉଦ୍ଧବ ଠାକରେ  ଜିଲା ଅଧ୍ୟକ୍ଷଙ୍କ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ଉଦ୍ଧବ  କହିଛନ୍ତି,...

ଦେଶର ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ: ନରାଓ୍ବଣେ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ନୂଆ ସେନାମୁଖ୍ୟ ଲ୍ୟୁଟ୍‌ନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ନ୍ୟାସନାଲ ଓ୍ବାର ମେମୋରିଆଲ୍‌ରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶବାସୀଙ୍କୁ...

ପାର୍ଲାମେଣ୍ଟ ଆଗରେ ଏମ୍‌ପି ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ: ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୬।୭: ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଛି। ଏହି ଘଟଣାର ଫଟୋ...

୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୧୫ହଜାର ଟପିଲା

ନୂଆଦିଲ୍ଲୀ,୨୬।୬: ଦେଶରେ ଲକ୍‌ଡାଉନ୍‌ ଖୋଲିବାର ୨୫ ଦିନ ବିତିଯାଇଛି। ଇତି ମଧ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

କରୋନା ସଂକ୍ରମଣ: ରାସ୍ତାରେ ପଡ଼ିଥିବା ୫୦୦ ଟଙ୍କିଆ ନୋଟ୍‌କୁ ବି ଛୁଇଁଲେନି ଲୋକେ !

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲୋକେ ରାସ୍ତାଘାଟରେ ପଡ଼ିଥିବା କୌଣସି ସନ୍ଦିଗ୍ଧ ବସ୍ତୁକୁ ଛୁଇଁବାକୁ ମଧ୍ୟ ଚାହୁଁ ନାହାଁନ୍ତି। ଦିଲ୍ଲୀର...

Advertisement
Archives

Model This Week