ଏହିପରି ଭାବେ ଦୀପିକା-ରଣବୀର କରିପାରିଛନ୍ତି ସମ୍ପର୍କକୁ ସୁଦୃଢ଼

ଦୀପିକା ଏବଂ ରଣବୀର ସିଂ ବଲିଉଡ ଜଗତର ଲୋକପ୍ରିୟ ପାର୍ଟନରଙ୍କ ମଧ୍ୟରେ ଅନ୍ୟତମ। ଉଭୟଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ବାସ୍ତବ ଜୀବନରେ ମଧ୍ୟ ସେମାନଙ୍କୁ ପ୍ରାୟ ସମସ୍ତେ ଭଲପାଇଥାନ୍ତି। ଦୀର୍ଘ ଦିନ ସେମାନେ ଏକାଠି ସମ୍ପର୍କରେ ରହିବା ପରେ ୨୦୧୮ରେ ବିବାହ କରିଥିଲେ। ବିବାହକୁ ୨ ବର୍ଷ ବିତିଥିଲେ ମଧ୍ୟ ସେମାନେ ତାଙ୍କ ଦାମ୍ପତ୍ୟ ଜୀବନକୁ ଖୁବ୍‌ ଉପଭୋଗ କରୁଛନ୍ତି। ତେବେ ସେମାନଙ୍କଠୁ ଜାଣନ୍ତୁ ଦାମ୍ପତ୍ୟ ଜୀବନକୁ ସୁଦୃଢ଼ କରିବା ଲାଗି କେତେକ ଉପାୟ।

ଦୀପିକା ଏବଂ ରଣବୀରଙ୍କ ଭଳି ସମ୍ପର୍କରେ ଉଭୟ ପରସ୍ପରକୁ ଗୁରୁତ୍ୱ ଦେବା ଉଚିତ୍‌। ସେମାନେ ସର୍ବଦା ପରସ୍ପରକୁ ଗୁରୁତ୍ୱ ଦେଇଥାନ୍ତି। ଦୁହେଁ ଯେତେବେଳେ ସଂପର୍କରେ ଥିଲେ ପରସ୍ପର ବହୁତ ସମୟ ବିତାଉଥିଲେ ଏବଂ ପରସ୍ପର ପ୍ରତି ଧ୍ୟାନ ଦେଇଥିଲେ। ଏହା ଦୀପିକା ନିଜେ ସ୍ବୀକାର କରିଥିଲେ ଯେ, ରଣବୀର ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଗୁରୁତ୍ୱ ଦେଇଥାନ୍ତି।

ସବୁ ସମ୍ପର୍କ ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବା ଉଚିତ୍‌। ଏପରି କରିବାଦ୍ୱାରା ଉଭୟ ଅନ୍ୟର ବିଷୟରେ ଜାଣିପାରିବେ। ଦୀପିକା ଓ ରଣବୀର ଅଧିକ ସମୟ ବିତାଇଥାନ୍ତି।

ସମ୍ପର୍କରେ ପରସ୍ପର ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଫଳରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏପରି ଦୀପିକା ଓ ରଣବୀର କରିଥାନ୍ତି।

ଦୀପିକା ଏବଂ ରଣବୀରଙ୍କଠାରୁ ଏହା ଶିଖିପାରିବେ ଯେ, ପରିସ୍ଥିତି ଯାହା ହେଉନା କାହିଁକି, ସମ୍ପର୍କରେ କେବେ ବି ଇଗୋ ଆଣିବା ଉଚିତ ନୁହେଁ। ଅନେକ ସମୟରେ ଇଗୋ ସମ୍ପର୍କକୁ ନଷ୍ଟ କରିଥାଏ। ଦୀପିକା ଏବଂ ରଣବୀର ଦୀର୍ଘ ଦିନ ଧରି ପରସ୍ପର ସହ ସମ୍ପର୍କ ରଖିଥିଲେ, ପରେ ସେମାନେ ବିବାହ କରିଥିଲେ। ଯଦି ସେ ଇଗୋକୁ ତାଙ୍କ ସମ୍ପର୍କ ମଧ୍ୟକୁ ଆଣିଥାନ୍ତେ, ତେବେ ଏହି ସମ୍ପର୍କ କେବେବି ବିବାହରେ ପରିଣତ ହୋଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

କ୍ରିକେଟ୍‌ରେ ଚାମ୍ପିୟନ୍‌ ହେଲା ଆମେରିକା: ଭାରତୀୟ ବଂଶୋଦ୍ଭବ କଲେ କମାଲ

ଡଲାସ,୮।୧୦:ଭାରତୀୟ ବଂଶୋଦ୍ଭବ ଅଧିନାୟକ ମୋନାଙ୍କ ପଟେଲଙ୍କ ଧମାକାଦାର ଶତକ ବଳରେ ନାମ୍ବିଆକୁ ୪ ଉଇକେଟରେ ପରାସ୍ତ କରି ICC Cricket World Cup League Two 2023-27ର…

କୋହଲିଙ୍କୁ ପିଛା ଛାଡ଼ୁନି ବିବାଦ: ଆଗେ ଫସୁଛନ୍ତି ପରେ ଦେଉଛନ୍ତି ସଫେଇ

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟର ତାରକା ବିରାଟ କୋହଲିଙ୍କୁ ନେଇ ପୁଣିଥରେ ଏକ ବିବାଦ ଚର୍ଚ୍ଚାକୁ ଆସିଛି। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ…

ଗୁଡ଼ାରୀବାସୀଙ୍କ ପାଇଁ ବଡ଼ ଖବର: ଗୁଡ଼ାରୀ-ଢେପାଗୁଡ଼ା-କର୍ଲାଘାଟି ରାସ୍ତା ପ୍ରଶସ୍ତୀକରଣକୁ ମଞ୍ଜୁରି, ବିଧାୟକ କହିଲେ….

ଗୁଡାରି,୮ା୧୦(ପ୍ରମୋଦ କୁମାର ପତି ): ରାୟଗଡା ଜିଲାର ଗୁଡାରି – ଢେପାଗୁଡା – କର୍ଲାଘାଟି ରାସ୍ତାର ପ୍ରଶସ୍ତୀକରଣ ପ୍ରକଳ୍ପ ମଞ୍ଜୁର ହୋଇଛି । ଏନେଇ ପୂର୍ତ୍ତ ବିଭାଗ…

କଂଗ୍ରେସର ବନ୍ଦ ଡାକରା: ରାଜ୍ୟ ରାଜପଥ ଅବରୋଧ କଲେ ବିକ୍ଷୋଭକାରୀ

ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ…

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?