ପାଖକୁ ଆସି ହାତରେ ରହୁନାହିଁ କି ଟଙ୍କା: ଆପଣାନ୍ତୁ ଏହି ଉପାୟ

ଟଙ୍କା ସଞ୍ଚୟ କରିବା ମଧ୍ୟ ଏକ କଳା, ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା ସେମାନଙ୍କ ହାତକୁ ଆସିଲେ ମଧ୍ୟ ସେ ତାକୁ ରଖିପାରୁ ନାହାନ୍ତି। ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଭବିଷ୍ୟତକୁ କୌଣସି ଯୋଜନା କରିବାକୁ ମଧ୍ୟ ଆପଣ ସକ୍ଷମ ହୋଇପାରିବେ ନାହିଁ । କିମ୍ବା ଭବିଷ୍ୟତରେ ସଞ୍ଚୟ କରିବାକୁ ଅସମର୍ଥ ହେବେ।

ଯଦି ଆପଣଙ୍କ ସମସ୍ତ ଟଙ୍କା ମାସ ଶେଷକୁ ଖର୍ଚ୍ଚ ହୋଇଯାଉଛି , ତେବେ ଏପରି କିଛି ଉପାୟ ଅଛି ଯାହାକୁ ଗ୍ରହଣ କରି ଟଙ୍କା ସଞ୍ଚୟ କରିପାରିବେ। ଜାଣନ୍ତୁ ସେ ସମ୍ପର୍କରେ

ଖର୍ଚ୍ଚର ତାଲିକା ପ୍ରସ୍ତୁତ

ଛୋଟରୁ ଅତି ଛୋଟ ଖର୍ଚ୍ଚର ମଧ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବ। ଏପରି କରିବା ଦ୍ୱାରା ଟଙ୍କା ବଞ୍ଚିଥାଏ।

କ୍ରେଡିଟ କାର୍ଡ ଖର୍ଚ୍ଚ ନିୟନ୍ତ୍ରଣ

କିଛିଲୋକ ଯେକୌଣସି ଖର୍ଚ୍ଚ ପାଇଁ କେବଳ କ୍ରେଡିଟ କାର୍ଡ ଉପରେ ନିର୍ଭର କରନ୍ତି, ଯାହା ଏକ ଖରାପ ଅଭ୍ୟାସ। କ୍ରେଡିଟ କାର୍ଡରେ ସେତିକି ପରିମାଣର ଖର୍ଚ୍ଚ କରନ୍ତୁ ଯେପରି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଅଛି।

କରଜ ରଖନ୍ତୁ ନାହିଁ

କୌଣସି ପ୍ରକାର ଋଣ ନିଅନ୍ତୁ ନାହିଁ ଯଦି ଋଣ ନେଇଛନ୍ତି ତେବେ ଯଥା ଶୀଘ୍ର ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ଯଦି କେଉଁଠାରୁ ବି ଅଧିକ ଟଙ୍କା ଆସୁଛି ସେହି ସମୟରେ ଅନ୍ୟ କିଛି ଭାବିବା ପୂର୍ବରୁ କରଜରେ ଆଣିଥିବା ଟଙ୍କା ଶୁଝନ୍ତୁ।

ଜରୁରୀକାଳୀନ ପାଣ୍ଠି ତିଆରି କରନ୍ତୁ

ସଞ୍ଚୟ ସହିତ ଆର୍ଥିକ ନିରାପତ୍ତାର ଯତ୍ନ ନେବା ଜରୁରୀ ଅଟେ। ଆପଣ ପ୍ରଥମେ ନିଜ ପାଇଁ ଏକ ଜରୁରୀକାଳୀନ ପାଣ୍ଠି କରନ୍ତୁ। ଯେ କୌଣସି ଖରାପ ପରିସ୍ଥିତିରେ, ଏହି ପାଣ୍ଠି ଆପଣଙ୍କ ପାଇଁ ଉପଯୋଗୀ ହେବ। ଜରୁରୀକାଳୀନ ପାଣ୍ଠି ଥିବାରୁ ଋଣର ଆବଶ୍ୟକ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri