Odisha Elections 2024

ଏଇ ଭାରତରେ

‘ଜୀବେ ଦୟା’ ଭାବରେ ବୟସ ବାଧକ ସାଜେନାହିଁ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର କନକ ସକ୍ସେନା। ଏବେ ସେ ୯୦ ବର୍ଷ ବୟସରେ ବି ସକ୍ରିୟ ଭାବେ ବୁଲା କୁକୁରଙ୍କ ସେବାରେ ସମୟ ଦେଉଛନ୍ତି। ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ନାତୁଣୀ ସାନା। କନକ ଏହି ୨୦୨୦ରେ ଆରମ୍ଭ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଗୋଟିଏ ବୁଲା କୁକୁରର ମୃତ୍ୟୁ ଦେଖି ସାନା ଦୁଃଖିତ ହେବାପରେ ତାଙ୍କ ଦାଦି ମା’ କନକ ପ୍ରାଣୀଙ୍କ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହି ସେବାରେ ପୂରା ସକ୍ସେନା ପରିବାର ଲାଗିପଡିଛନ୍ତି। ପ୍ରଥମେ ଗାଜିଆବାଦ ବୈଶାଳୀର ଏକ ରାସ୍ତାରେ ବୁଲୁଥିବା ୧୦-୨୦ କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଏବେ ଏହି ସଂଖ୍ୟା ୧୨୦ରେ ପହଞ୍ଚି ସାରିଲାଣି। କେବଳ ଏତିକି ନୁହଁ ଆହତ କୁକୁରଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା କରିବା ସହ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖୁଛନ୍ତି। ଦାଦି ଭୋର୍‌ ୪.୩୦ରୁ ଉଠି କୁକୁରଙ୍କ ପାଇଁ ରୋଷେଇ କରନ୍ତି। ୧୦ କେଜି ଚାଉଳର ଭାତ ରାନ୍ଧନ୍ତି। ଏହା ସହ ଚିକେନ ମଧ୍ୟ କରୁଛନ୍ତି। ପ୍ରତିଟି କୁକୁର ପାଇଁ ମାସକୁ ୩୫୦ ଟଙ୍କା ଖର୍ଚ୍ଚ ହିସାବରେ ୧୨୦ଟି କୁକୁରଙ୍କ ପାଇଁ ୪୨,୦୦୦ ଟଙ୍କା ଦରକାର ହେଉଛି। ଏ ସମସ୍ତ ଖର୍ଚ୍ଚ ସକ୍ସେନା ପରିବାର ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ଧ୍ୱନିର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି ପଞ୍ଜାବର ପୂର୍ବତନ ସେନା ଅଧିକାରୀ ହରିଶ ଚନ୍ଦ୍ର...

ନିର୍ବାଚନରେ ଏଆଇ

ସୌରଜିତ ପ୍ରଧାନୀ ଭାରତ ବିକଶିତ ହେଉଥିବାରୁ ନିର୍ବାଚନ ପଦ୍ଧତି ମଧ୍ୟ ଅନୁରୂପ ଭାବେ ପରିଚାଳିତ ହେଉଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକ ଶକ୍ତିଶାଳୀ...

ଦେବତାର ଆସନରେ ମଣିଷର ଅଭିଷେକ

ଡ. ହୃଷୀକେଶ ମଲ୍ଲିକ କବି କାଳିନ୍ଦୀଚରଣ ପାଣିଗ୍ରାହୀ ନିଜ କବିତାରେ ବ୍ୟକ୍ତିମନ ଓ ବିଶ୍ୱମନର ପରିପ୍ରକାଶ କରିଛନ୍ତି। ତାଙ୍କ କବିତାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ।...

ଶିକ୍ଷାରେ ଇଚ୍ଛାଶକ୍ତି

ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଅଷ୍ଟାଦଶ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ସହ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ...

ଏଇ ଭାରତରେ

ଇସ୍ରାଏଲର ମୂଳ ବାସିନ୍ଦା ମିଚେଲ ହାରିସନ ୧୯୮୪ରେ କୋଲକାତାକୁ ଆସିବା ପରେ ଜଣେ ଅସହାୟ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କର ଜଣେ ଜନ୍ମିତ...

ଦାର୍ଶନିକ ଭାଷଣ

ହରେକୃଷ୍ଣ ଦାସ   ପରମ ଜ୍ଞାନୀ ରାଜା ଭର୍ତ୍ତୃହରି ମାନବ ଜୀବନ ତଥା ସଂସାରର ଅଳୀକତା ବିଷୟରେ ଯଥେଷ୍ଟ ସଚେତନ ଥିଲେ ମଧ୍ୟ ସନ୍ନ୍ୟାସୀ ଗୋରେଖନାଥଙ୍କ...

ଶାସ୍ତ୍ର ଦୃଷ୍ଟିରେ ନେତା ଓ ଜନତା

ଡ. ଭାରତ ଭୂଷଣ ରଥ   ଆସିଛି ନିର୍ବାଚନ। ଆମେ ଯେମିତି ନେତା ଚୟନ କରିବା, ସେମିତି ଆମର ଶାସନ ବ୍ୟବସ୍ଥା ପରିଚାଳିତ ହେବ। କେହିକେହି...

ଶିକ୍ଷା ନାହିଁ ଇସ୍ତାହାରରେ

ଆର୍ଥିକ, ସାମାଜିକ, ବୌଦ୍ଧିକ ତଥା ବିଜ୍ଞାନ ଆଧାରିତ ଏକ ସଶକ୍ତ ସମାଜ ଗଠନରେ ଶିକ୍ଷାର ଭୂମିକା ମହତ୍ତ୍ୱପୂର୍ଣ୍ଣ। ଏହାକୁ ଲକ୍ଷ୍ୟକରି ଛାତ୍ରୀଛାତ୍ରମାନଙ୍କ ଶିକ୍ଷାର ମୂଳଦୁଆ ସ୍କୁଲରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri