ଏଇ ଭାରତରେ

ହାଇଦ୍ରାବାଦର ୫ ଜଣ ସାଥୀ ବର୍ଜ୍ୟ ମାର୍କେଟିଂ କ୍ଷେତ୍ରରେ ଅପୂର୍ବ ପରିବର୍ତ୍ତନ ଆଣିପାରିଛନ୍ତି। ସେମାନେ ବର୍ଜ୍ୟ ସଂଗ୍ରହକାରୀ ଓ ଡିଲରମାନଙ୍କୁ ଅଧିକ ଲାଭ ପାଇବାର ବାଟ ଦେଖାଇଛନ୍ତି। ଦେଶପାଣ୍ଡେ ଓ ତାଙ୍କ ସାଥୀ ପୂର୍ବରୁ ଚାଲିଆସିଥିବା ଅନୌପଚାରିକ ବର୍ଜ୍ୟ ଯୋଗାଣ ଶୃଙ୍ଖଳକୁ ଭାଙ୍ଗି ଏକ ନୂଆ ପଦ୍ଧତି ସାମ୍ନାକୁ ଆଣିଛନ୍ତି। ହାଇଦ୍ରାବାଦ ବାସିନ୍ଦା ଅଭୟ ଦେଶପାଣ୍ଡେ ଅନ୍‌ଲାଇନ ରିସାଇକେଲ ମାର୍କେଟପ୍ଲେସ୍‌ ଆରମ୍ଭ କରି ଏହି କାର୍ଯ୍ୟ କରୁଛନ୍ତି। ଫଳରେ ବର୍ଜ୍ୟ ସଂଗ୍ରହକାରୀ ଓ ଡିଲରମାନେ ସିଧାସଳଖ ରିସାଇକେଲ କେନ୍ଦ୍ରକୁ ପଠାଇପାରୁଛନ୍ତି। ୨୦୧୬ରେ ସେ ଏହି ଅନ୍‌ଲାଇନ ମାର୍କେଟ ବ୍ୟବସ୍ଥା ଆରମ୍ଭ କରିଥିଲେ। ପରେ ତାଙ୍କ ସହ ସାମିଲ ହୋଇଛନ୍ତି ବିକ୍ରମ ପ୍ରଭାକର, ଅଭିଷେକ ଦେଶପାଣ୍ଡେ, ଅନିରୁଦ୍ଧ ଜଲାନ ଏବଂ ଏକତା ନରିନ। ପାଞ୍ଚଜଣଙ୍କ ଦ୍ୱାରା ପରିଚାଳିତ ଏହି ଅନ୍‌ଲାଇନ ମାର୍କେଟରେ ଏବେ ସୁଦ୍ଧା ଦେଶରେ ୪,୦୦୦ କବାଡିବାଲା ଯୋଡ଼ି ହୋଇଛନ୍ତି। ସେମାନେ ରିସାଇକେଲର୍‌ଙ୍କ ସହ ଯୋଗାଯୋଗ କରି ଭଲ ଲାଭ ପାଉଛନ୍ତି। ସେମାନଙ୍କ ଆୟ ଏବେ ପୂର୍ବାପେକ୍ଷା ୩୬% ଅଧିକ ହୋଇଛି। ଏପରି କି ଜଣେ ବର୍ଜ୍ୟ ଡିଲର ରିସାଇକେଲ ଆପ୍‌ ମାଧ୍ୟମରେ ମାସକୁ ୧୫୦-୨୦୦ ଟନ ବର୍ଜ୍ୟ ବିକ୍ରି କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri