ଏଇ ଭାରତରେ

ଜେଜେଙ୍କ ସ୍ବପ୍ନ ପୂରଣ କରିବା ଲାଗି ସାଇ ବିଗ୍ନେଶ ତାଙ୍କ ଘରକୁ ବିକ୍ରି କରିଦେଇ ପ୍ରାଣୀମାନଙ୍କୁ ଉଦ୍ଧାର କରୁଛନ୍ତି। ୨୨ ବର୍ଷୀୟ ସାଇ ତାମିଲନାଡୁର ତିରୁଭାଲ୍ଲୁରରେ ଆନିମଲ କେୟାର ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ୨୫୦ ପ୍ରାଣୀଙ୍କୁ ଉଦ୍ଧାର କରି ତାଙ୍କ ନିଜସ୍ବ ପ୍ରାଣୀ ଅଭୟାରଣ୍ୟରେ ରଖିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୮୦ କୁକର, ୨୫ ଛେଳି,୧୧୬ ଗାଈ, ମଇଁଷି ଓ ଷେଣ୍ଢ, ୪ ଘୁଷୁରି ,୨ ଘୋଡ଼ା ଏବଂ ଆଉ କିଛି ପ୍ରାଣୀ। ସାଇଙ୍କ ପିଲାଦିନ କଟିଥିଲା ଚେନ୍ନାଇରେ। ସେ ବହୁ ସମୟ ତାଙ୍କ ଜେବୋପା ଓ ପୋଶାକୁକୁର ସହ ଖେଳନ୍ତି। କିନ୍ତୁ ସେହି କୁକୁରଟି କ୍ୟାନ୍‌ସରରେ ମରିଯିବା ପରେ ବୁଲାକୁକୁରଙ୍କୁ ଖାଇବାକୁ ଦେଇ ସେମାନଙ୍କ ସହ ସମୟ କଟାଇବା ଲାଗି ତାଙ୍କ ଜେଜେ କହିଥିଲେ। ପରେ ସେ ତାଙ୍କ ଅଞ୍ଚଳରେ ବୁଲାପ୍ରାଣୀଙ୍କୁ ଖାଦ୍ୟ ଓ ଚିକିତ୍ସା ଯୋଗାଇବା ଆରମ୍ଭ କରିଦେଲେ। ଏବେ ସେ ଗୋରୁ, କୁକୁର, ଛେଳ, ଘୁଷୁରି ଓ ଘୋଡାଙ୍କୁ ଉଦ୍ଧାର କରି ରଖିଛନ୍ତି। ଆରମ୍ଭରୁ ତାଙ୍କ ଜେଜେବାପା ଏହି କାର୍ଯ୍ୟ ଲାଗି ମାସକୁ ସାଇଙ୍କୁ ୩୦,୦୦୦ ଟଙ୍କା ଦେଉଥିଲେ। ଏବେ ପ୍ରାଣୀ ଉଦ୍ୟାନରେ ଥିବା ଖାଦ୍ୟ ଓ ଚିକିତ୍ସା ବାବଦରେ ଦିନକୁ ସେ ଏବେ ୧୮,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ଏହି ଖର୍ଚ୍ଚ ବହନ କରିବା ଲାଗି ସେ ତାଙ୍କ ପୈତୃକ ସମ୍ପତ୍ତି ବି ବିକ୍ରି କରିଦେଇଛନ୍ତି। ପ୍ରତିଦିନ ଜଣେ ପ୍ରାଣୀ ଚିକିତ୍ସକ ଆସି ଏମାନଙ୍କୁ ପରୀକ୍ଷା ବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri