୧୦ ପିଲା ଡ୍ରପ୍‌ଆଉଟ ଚିହ୍ନଟ

ଯାଜପୁର,୧୧ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସମଗ୍ର ଶିକ୍ଷା ୨୦୨୩-୨୪ ବର୍ଷରେ ପ୍ରବନ୍ଧ(ପ୍ରୋଜେକ୍ଟ ଏପ୍ରାଇଜାଲ ବଜେଟିଂ ଆଚିଭ୍‌ମେଣ୍ଟ ଏଣ୍ଡ ଡାଟା ହ୍ୟାଣ୍ଡଲିଂ) ସିଷ୍ଟମ ପୋର୍ଟାଲରେ ୧୦ ଜଣ ଡ୍ରପ୍‌ଆଉଟ(ଅଧାରୁ ସ୍କୁଲ ଛାଡିଥିବା) ପିଲାଙ୍କୁ ଚିହ୍ନଟ କରି ଅପ୍‌ଲୋଡ କରାଯାଇଛି। ଜୁଲାଇ ୨୬ ତାରିଖ ସୁଦ୍ଧା ଏଥିରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ୫ ଜଣ ଲେଖାଏଁ ପିଲା ରହିଛନ୍ତି। ସେଥିରୁ ମାତ୍ର ଜଣେ ବାଳିକାଙ୍କ ନାମ ଥିବା ଜଣାପଡିଛି। ପ୍ରାଥମିକ ଶିକ୍ଷାରେ ଜିଲାର ଦାନଗଦି ବ୍ଳକର ଜଣେ (ବାଳିକା) ଓ ବ୍ୟାସନଗର ପୌରାଞ୍ଚଳର ୪ ଜଣଙ୍କ ନାମ ରହିଥିବାବେଳେ ମାଧ୍ୟମିକ ଶିକ୍ଷାରେ ଯାଜପୁର ବ୍ଲକର ଜଣେ ଓ ବ୍ୟାସନଗର ପୌରାଞ୍ଚଳର ୪ ଜଣ ପିଲା ରହିଛନ୍ତି। ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ନିକଟସ୍ଥ ବିଦ୍ୟାଳୟଗୁଡିକରେ ଦାଖଲ କରାଯାଇଥିବା ନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେଇଥିବା ପତ୍ରରେ ଯାଜପୁର ଜିଲା ଶିକ୍ଷାଧିକାରୀ ଏହା ଦର୍ଶାଇଛନ୍ତି। ବାସ୍ତବରେ ଜିଲାରେ ଡ୍ରପ୍‌ଆଇଟ ପିଲା ପ୍ରାୟ ୫ ହଜାର ହେବେ ବୋଲି ବେସରକାରୀ ସୂତ୍ରରୁ ସୂଚନା ମିଳିଛି। ନିକଟରେ ଏକ ବେସରକାରୀ ଭାବେ ହୋଇଥିବା ତଥ୍ୟରେ କେବଳ ଦାନଗଦି ବ୍ଲକରେ ସ୍କୁଲ ବାରଣ୍ଡା ମାଡ଼ି ନ ଥିବା ୬ ରୁ ୧୪ ବର୍ଷ ମଧ୍ୟରେ ୬୫୪ ଜଣ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ରାସ୍ତାକଡରେ ହାଣ୍ଡିଆ ବିକ୍ରୀ ସହ ହୋଟେଲ, ଗ୍ୟାରେଜ ଆଦି ସ୍ଥାନରେ ପିଲାମାନେ କାର୍ଯ୍ୟ କରୁଥିବା ଦୃଷ୍ଟିଗୋଚର ହେଉଛି। ଏହି କ୍ରମରେ ଉପରୋକ୍ତ ପିଲାମାନଙ୍କ ସ୍କୁଲରେ ନାମ ଲେଖା ହୋଇଥିଲେ ହେଁ ପ୍ରାୟ ସମୟରେ ସ୍କୁଲକୁ ଯାଉ ନ ଥିବା ସରକାରୀ ଡ୍ରପ୍‌ଆଉଟ ରିପୋର୍ଟରୁ ସନ୍ଦେହ ଘନୀଭୂତ ହେଉଛି।
ସୂଚନାଯୋଗ୍ୟ, ୨୦୦୪ରୁ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହୋଇଛି। ୬ରୁ ୧୪ବର୍ଷର ବାଳିକାବାଳକଙ୍କୁ ବାଧ୍ୟତାମୂଳକ ଏବଂ ଗୁଣାମତ୍କ ଶିକ୍ଷା ଯୋଗାଇ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହାର ଏକ ଶାଖା ହେଉଛି ବାଳିକା ଶିକ୍ଷା କାର୍ଯ୍ୟକ୍ରମ। ପରବର୍ତ୍ତୀ ସମୟରେ ସର୍ବଶିକ୍ଷା ଅଭିଯାନକୁ ବଦଳାଇ ସମଗ୍ର ଶିକ୍ଷା କରାଯାଇଛି। ସମଗ୍ର ଶିକ୍ଷାରୁ ମିଳିଥିବା ରିପୋର୍ଟ ଅନୁସାରେ ଜିଲାରେ ୯୫୯ ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ୭୫୭ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। ଏହି ବିଦ୍ୟାଳୟଗୁଡିକରେ ୨,୦୨,୭୪୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। କିନ୍ତୁ ଏଥିରୁ ପ୍ରାୟ ୨୦ ପ୍ରତିଶତ ପିଲା ସ୍କୁଲକୁ ଯାଉ ନ ଥିବା ଅଭିଯୋଗ ହେଉଛି। ସ୍କୁଲ ଉପସ୍ଥାନ ରେଜିଷ୍ଟରରେ ନାମ ରହିଛି, ହେଲେ ଜିଲାର ବିଶେଷକରି ଦାନଗଦି, ସୁକିନ୍ଦା, କୋରେଇ ଓ ଧର୍ମଶାଳା ବ୍ଲକର ସ୍କୁଲ ପିଲାମାନେ ବିଭିନ୍ନ ପଥର ଖାଦାନ, କ୍ରସର, ହୋଟେଲ, ଗ୍ୟାରେଜ ଏବଂ ହାଣ୍ଡିଆ ବିକ୍ରୀରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି। ଦାରିଦ୍ର୍ୟତା କିମ୍ବା ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ପାଠପଢା ପ୍ରତି ଅନାଗ୍ରହ ଏହାର ପ୍ରମୁଖ କାରଣ ବୋଲି ମତ ପ୍ରକାଶ ପାଇଛି। ସମଗ୍ର ଶିକ୍ଷା ପକ୍ଷରୁ ପିଲାମାନଙ୍କୁ ସ୍କୁଲକୁ ଆକର୍ଷିତ କରାଇବାକୁ ଏକାଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ବିପୁଳ ଅର୍ଥ ବ୍ୟୟବରାଦ ହେଉଛି। ହେଲେ ସମଗ୍ର ଶିକ୍ଷା ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଏହି ଯୋଜନା ସବୁ ଫସର ଫାଟିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଯାଜପୁର ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ୨୦୨୨-୨୩ରେ ହୋଇଥିବା ଘରକୁ ଘର ସର୍ଭେ ଅନୁସାରେ ଦାନଗଦି ବ୍ଲକର ଧନୀ ମାରାଣ୍ଡି(୧୩), ଯାଜପୁର ବ୍ଲକର ଧନ ମଲିକ(୧୬), କୋରେଇ ବ୍ଲକର ଦୀପକ ସାମଲ(୧୧), ଗଣେଶ ପୂର୍ତ୍ତି(୧୧), ରାହୁଲ ଛତର(୧୧), ସୁଖ ହାନ୍‌ସଦା(୯), ବାପୁନି ବେହେରା(୧୪), ଦୀପା ସାମଲ(୧୩), ନିରଞ୍ଜନ ଗାଗାରାଇ(୧୪) ଓ ସିକନ୍ଦର ଗୁଇ(୧୪) ଡ୍ରପ୍‌ଆଉଟ ଭାବେ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ୨୦୨୩-୨୪ ବର୍ଷରେ ପ୍ରବନ୍ଧ ପୋର୍ଟାଲରେ ଅପ୍‌ଲୋଡ କରାଯାଇ କିଆଝର ୟୁଜିଏମ୍‌ଇ ସ୍କୁଲ, ପରମେଶ୍ୱର ହାଇସ୍କୁଲ, ଏନ୍‌ସି ହାଇସ୍କୁଲ, ଚୂନଭାଟି ପ୍ରୋଜେକ୍ଟ ପ୍ରାଥମିକ ସ୍କୁଲରେ ବିଭିନ୍ନ ଶ୍ରେଣୀରେ ନାମ ଲେଖାଯାଇଛି। କିନ୍ତୁ ବାସ୍ତବରେ ଅଭାବ ଅନାଟନ ଯୋଗୁ ୪ର୍ଥ, ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢି ପ୍ରାୟ ଛାତ୍ରୀଛାତ୍ର ଅଧାରୁ ପାଠ ବନ୍ଦ କରି ଦେଉଛନ୍ତି। ସେମାନଙ୍କ ନାମକୁ ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖା ଯାଉଛି ସତ ହେଲେ ସେହି ବାଳିକାବାଳକମାନେ ଘର କାମ କିମ୍ବା ଶିଶୁ ଶ୍ରମିକ ଭାବେ ନିୟୋଜିତ ରହୁଛନ୍ତି। ପିଲାମାନଙ୍କୁ ସ୍କୁଲକୁ ଆକୃଷ୍ଟ କରିବାକୁ ସରକାରଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସ୍କୁଲ ପୋଷାକ ଯୋଗାଇ ଦିଆଯାଉଛି। ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ ହେଉଛି। ହେଲେ ଅଧିକ ଉପସ୍ଥାନ ଦର୍ଶାଉଥିବା ସ୍କୁଲ କର୍ତ୍ତୃପକ୍ଷ ଏହି ସବୁ ଯୋଜନା ଅନ୍ତର୍ଗତ ଅନୁଦାନକୁ ଅତି ସହଜରେ ବାଟମାରଣା କରୁଥିବା ମତପ୍ରକାଶ ପାଇଛି। ପ୍ରତ୍ୟେକ ସ୍କୁଲରେ ସରପ୍ରାଇଜ ଭିଜିଟ କରି ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଏଡିଇଓ(ସ୍କିମ) ଶଶିଧର ସିଂଙ୍କୁ ପଚାରିବାରେ ସେ କହିଛନ୍ତି, ସଂପୃକ୍ତ ସିଆରସିସିଙ୍କ ରିପୋର୍ଟ ଆଧାରରେ ଡ୍ରପ୍‌ଆଉଟ ତାଲିକା କରାଯାଇ ପ୍ରବନ୍ଧ ପୋର୍ଟାଲରେ ଅପ୍‌ଲୋଡ କରାଯାଇଛି। ଆଗାମୀ ଦିନରେ ଆବଶ୍ୟକ ତଦନ୍ତ କରି ଡ୍ରପ୍‌ଆଉଟ ପିଲାଙ୍କ ଚିହ୍ନଟ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?