ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଜୈବିକ ପନିପରିବାର ଚାହିଦା ଏବେ କାହିଁରେ କ’ଣ। କିନ୍ତୁ ଏହାକୁ ବାଡ଼ିବଗିଚାରେ ଉପତ୍ାଦନ କରିବାରେ ଲୋକେ ପ୍ରାୟତଃ ଆଗ୍ରହ ପ୍ର୍ରକାଶ କରୁ ନ ଥିବାବେଳେ ହାଇଦ୍ରାବାଦର ଚନ୍ଦନା ଗାଡେ ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୩୮ ବର୍ଷୀୟା ଚନ୍ଦନା ଜୈବିକ ପଦ୍ଧତିରେ ଘରେ ଚାଷ କରି ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ସେଥିରୁ ମଞ୍ଜି ସଂଗ୍ରହ କରୁଛନ୍ତି। ଏଥିରୁ ସେ ବର୍ଷକୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ କିସମର ମଞ୍ଜି ସଂରକ୍ଷଣ କରିପାରିଛନ୍ତି। ଏହିସବୁ ମଞ୍ଜିକୁ ବାଣ୍ଟି ଅନ୍ୟମାନଙ୍କୁ ଉଦ୍ୟାନ କୃଷି ଲାଗି ପ୍ରେରିତ କରୁଛନ୍ତି। ଏହାସହ ବ୍ୟବସାୟିକଭିତ୍ତିରେ ବି ତାହାକୁ ବିକ୍ରିକରି ବର୍ଷକୁ ପାଖାପାଖି ୫୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ ତାଙ୍କ ଝିଅର ଜନ୍ମ ପରେ ସେ ନିଜ ବଗିଚାରେ ଦେଶୀ ବିହନର ଜୈବିକ ପନିପରିବା ଉପତ୍ାଦନ ଆରମ୍ଭ କରିଥିଲେ। ଦୀର୍ଘ ୯ ବର୍ଷ ମଧ୍ୟରେ ଏବେ ତାଙ୍କ ବଗିଚାରୁ ପାଖାପାଖି ୧୦୦ ପ୍ରକାରର ଉପତ୍ାଦ ପାଇପାରୁଛନ୍ତି। ସେ ଏହି ଚାଷ ଗ୍ରୋବ୍ୟାଗରେ କରୁଛନ୍ତି । ରୋଷେଇ ଘର ବର୍ଜ୍ୟ ଓ ଗୋବରରୁ ଖତ ପ୍ରସ୍ତୁତ ଏବଂ ସମ୍ପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ କୀଟନାଶକ ପ୍ରସ୍ତୁତ କରି ପ୍ରୟୋଗ କରୁଛନ୍ତି।
ଏଇ ଭାରତରେ
ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…
ରକ୍ତତୀର୍ଥ ଇରମ
ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…
ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ
ଖୁବ୍ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…
ଘୃଣିତ ଜ୍ଞାନେଶ
ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…
କ୍ଷମତାର ଦୁରୁପଯୋଗ
ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…
ମହଙ୍ଗା ମାଡ଼
ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…
କୁକି-ମେଇତି ହିଂସାର ଦିଗ
ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…
ଅଧିକାରୀଙ୍କ ପାଇଁ ଏଆଇ
ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

