ଜାପାନ ସହ ସମ୍ପର୍କ ଜରୁରୀ କାହିଁକି

ଲଳିତେନ୍ଦୁ ପଲାଉରୀ

ବିଶ୍ବର ବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ଏସିଆର ଦ୍ରୁତ ବିକଶିତ ରାଷ୍ଟ୍ର ଜାପାନ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ବହୁ ପୁରୁଣା। ବୁଦ୍ଧଙ୍କ ଉପାସନାର ଦେଶ ଜାପାନରେ ବୁଦ୍ଧଂ ସରଣମ୍‌ ଗଚ୍ଛାମିର ବାର୍ତ୍ତା ପ୍ରଥମେ ଭାରତୀୟଙ୍କ ଦ୍ବାରା ହିଁ ପହଞ୍ଚିଥିଲା। କଳିଙ୍ଗ ସମ୍ରାଟ ଅଶୋକଙ୍କ ସୁପୁତ୍ର ମହେନ୍ଦ୍ର ହୁଅନ୍ତୁ ବା କନ୍ୟା ସଂଘମିତ୍ରା କିମ୍ବା ଜାପାନର ନାରା ସହରରେ ୭୫୨ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ଟୋଡାଇଜି ବୁଦ୍ଧ ମନ୍ଦିରରେ ଭାରତୀୟ ବୁଦ୍ଧ ସନ୍ନ୍ୟାସୀଙ୍କ ଦ୍ବାରା ସ୍ଥାପିତ ବୁଦ୍ଧ ମୂର୍ତ୍ତିକୁ ପ୍ରମାଣ ଭାବେ ନିଆଯାଇପାରେ। ସେହିଭଳି ସ୍ବାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭକରି ରବୀନ୍ଦ୍ରନାଥ ଟାଗୋର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଶିଳ୍ପପତି ଜେ.ଆର.ଡି ଟାଟାଙ୍କ ପର୍ଯ୍ୟନ୍ତ ଭାରତୀୟ ବିଦ୍ବାନ୍‌ମାନେ ଜାପାନ ସହ ଘନିଷ୍ଠ ସମ୍ପର୍କ ଯୋଡ଼ିଛନ୍ତି। ତେଣୁ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ୧୪ଶହ ବର୍ଷର ପୁରୁଣା। ଏଭଳି ଦୀର୍ଘ ଶତାବ୍ଦୀର ସମ୍ପର୍କ ମଧ୍ୟରେ ଉଭୟ ଦେଶ ମଧ୍ୟରେ ମତାନ୍ତର ନଗଣ୍ୟ ବରଂ ମିତ୍ରତାର ପରିଭାଷା ବିସ୍ତୀର୍ଣ୍ଣ । ଶକ୍ତିଶାଳୀ ଆମେରିକା ଓ ଅଷ୍ଟ୍ରେଲିଆ ସହ ମିଶି ଭାରତ ଓ ଜାପାନ କ୍ବାଡ୍‌ ସଂଗଠନରେ ରହିବା ସହ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ବିସ୍ତାରବାଦୀ ଚାଇନାକୁ ରୋକିବାରେ ସକ୍ଷମ ହୋଇଛି। ଜାପାନ ଓ ଭାରତ ମଧ୍ୟରେ ୧୯୦୩ ରେ ପ୍ରତିଷ୍ଠା ହୋଇଥିବା ଜାପାନ-ଇଣ୍ଡିଆ ଆସୋସିଏଶନ ବର୍ତ୍ତମାନ ସମୟରେ ଜାପାନର ସବୁଠାରୁ ପୁରୁଣା ଅନ୍ତର୍ଜାତୀୟ ବନ୍ଧୁତା ସଂଗଠନ ଭାବେ ଗଣାଯାଉଛି। ଜାପାନ ଭାରତରେ ତୃତୀୟ ବୃହତ୍‌ ନିବେଶକାରୀ ଦେଶ । ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ୨୦୦୦-୨୦୧୯ ମଧ୍ୟରେ ୩୦.୨୭ ବିଲିୟନ ଡଲାର ରହିଛି। ଭାରତରେ ମୋଟ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ୭.୫ପ୍ରତିଶତ ଜାପାନରୁ ହିଁ ଆସିଛି। ଭାରତର ସାମରିକ ବିକାଶ କ୍ଷେତ୍ରରେ ଜାପାନର ସହଯୋଗ, ଅନ୍ତର୍ଜାତୀୟ ସମୁଦ୍ର ପଥରେ ଅପରାଧ ରୋକିବା, ନକଲି ଚାଲାଣ, ଆତଙ୍କବାଦ ପ୍ରତିରୋଧ କ୍ଷେତ୍ରରେ ଉଭୟ ଦେଶ ମିଳିତ ସମରାଭ୍ୟାସ ନିୟମିତ ଜାରି ରଖିଛନ୍ତି।
୨୦୧୪ରୁ ଭାରତୀୟଙ୍କ ପାଇଁ ଜାପାନ ପକ୍ଷରୁ ମଲ୍ଟି ଏଣ୍ଟ୍ରି ଭିଜା ବ୍ୟବସ୍ଥା, ୨୦୧୭ରେ ଉତ୍ତରପୂର୍ବ ରାଜ୍ୟର ବିକାଶ ପାଇଁ ଜାପାନ-ଇଣ୍ଡିଆ କୋ-ଅପରେଶନର ଫୋରମ କାର୍ଯ୍ୟ କରୁଛି। ୨୦୦୭ରେ ଉଭୟ ଦେଶ ମଧ୍ୟରେ ଇଣ୍ଡୋ ଜାପାନ ସାଂସ୍କୃତିକ ରାଜିନାମା ସ୍ବରୂପ ପର୍ଯ୍ୟଟନ ବିକାଶ ଓ ପ୍ରୋତ୍ସାହନ, ସାଂସ୍କୃତିିକ ଆଦାନ ପ୍ରଦାନ ରାଜିନାମା ସ୍ବାକ୍ଷର ହୋଇଛି। ୨୦୧୪ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରାଷ୍ଟ୍ରୀୟ ଅତିଥି ହେବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୦୧୪ରେ ଜାପାନ ଗସ୍ତରେ ଯାଇ ସ୍ବତନ୍ତ୍ର ଦ୍ବିପାକ୍ଷିକ ବିଶ୍ବ ସହମତି ରାଜିନାମାରେ ସ୍ବାକ୍ଷର କରିବା ଓ ୨୦୧୬ରେ ପୁଣି ପ୍ରଧାନମନ୍ତ୍ରୀ ଜାପାନ ଗସ୍ତରେ ଯାଇ ଉଭୟ ଦେଶ ମଧ୍ୟରେ ସିଭିଲ ନ୍ୟୁକ୍ଲିୟର ରାଜିନାମା ସ୍ବାକ୍ଷର ଦ୍ୱିପାକ୍ଷିକ ସମ୍ପର୍କର ଗୋଟିଏ ଗୋଟିଏ ଉଦାହରଣ। ଏହାସହ ଦୁଇ ଦେଶ ମିଳିତ ଭାବେ ମହାକାଶ ଗବେଷଣା, ଭୂବିଜ୍ଞାନ, କୃଷି, ଜଙ୍ଗଲ ବିକାଶ, ଉନ୍ନତ ସହରୀକରଣ ନେଇ ରାଜିନାମା ସ୍ବାକ୍ଷର କରିଥିଲେ। ୨୦୨୩ ମାର୍ଚ୍ଚ ୧୯ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ମଧ୍ୟରେ ୪୨ ବିଲିୟନ ଡଲାର ଭାରତରେ ନିବେଶ ନେଇ ଚୁକ୍ତି ସ୍ବାକ୍ଷର ହୋଇଛି। ୧୯୫୭ରେ ଜାପାନର ପ୍ରଧାନମନ୍ତ୍ରୀ ନୋବୁସୁକେ କିସିଙ୍କ ଭାରତ ଗସ୍ତଠାରୁ ଆରମ୍ଭ କରି ବର୍ତ୍ତମାନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ଭାରତ ଗସ୍ତ ଉଭୟ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିଛି। ଜାପାନ ହିରୋସୀମାରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିଛି। ୧୯୮୦ରେ ଜାପାନ-ଭାରତ ମିଳିତ ସହଯୋଗରେ ମାରୁତି ସୁଜୁକିର ମେଗା ନିବେଶ ଭାରତୀୟ ଅଟୋ ମୋବାଇଲ ଶିଳ୍ପକୁ ବିକାଶର ନବଦିଗନ୍ତ ଦେଇଛି। ୧୯୯୧ ମସିହା ଭାରତୀୟ ଦୁର୍ବଳ ଅର୍ଥନୀତି ସ୍ଥିତିକୁ ସୁଧାର ଆଣିବାରେ ଜାପାନ ହିଁ ଏକମାତ୍ର ଦେଶ, ଯେକି ପ୍ରଚୁର ଅନୁଦାନ ପ୍ରଦାନ କରିଥିଲା। ୨୦୧୭ରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୁମ୍ବାଇ ଅହମଦାବାଦ ମଧ୍ୟରେ ବୁଲେଟ୍‌ ଟ୍ରେନ ଚଳାଚଳ ପାଇଁ ଐତିହାସିକ ରାଜିନାମା ସ୍ବାକ୍ଷର କରିଛନ୍ତି। ଭାରତ ବିକାଶ କାର୍ଯ୍ୟରେ ଜାପାନ ଅଫିସିଆଲ ଡେଭଲପମେଣ୍ଟର ସହଭାଗିତା ଓ ଋଣ ଅନୁଦାନ ୪,୧୦,୪୯୩ କୋଟି ରହିଛି। ଏହା ଭାରତର ୩୧୦ଟି ସର୍ବସାଧାରଣ ପରିଯୋଜନାରେ ବିନିଯୋଗ ହୋଇଛି। ଭାରତର ଦ୍ରୁତ ଅର୍ଥନୈତିକ ବିକାଶ, ଗରିବୀ ନିରାକରଣ ଏବଂ ପରିବେଶ ସୁରକ୍ଷା ପାଇଁ ଜାପାନ ପ୍ରଦତ୍ତ ଅଫିସିଆଲ ଡେଭଲପମେଣ୍ଟର ସହଭାଗିତା ଋଣ ଜିକା (ଜେଆଇସିଏ) ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। ଜାପାନର ଅଫିସିଆଲ ଡେଭଲପମେଣ୍ଟର ଅର୍ଥ ପାଖାପାଖି ୫୦,୦୦୦ କୋଟି ୩୦ ମିଲିୟନ ଭାରତୀୟଙ୍କୁ ପରିମଳ ଓ ପାନୀୟ ଜଳ ଯୋଗାଇବାରେ ଖର୍ଚ୍ଚ ହୋଇଛି। ଜାପାନ ସହ ଆମ ରାଜ୍ୟର ସମ୍ପର୍କ ମଧ୍ୟ ନିବିଡ଼। ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ ବେଳେ ଜାପାନରୁ ୨୬ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାରେ ପ୍ରବେଶ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ଜାପାନର ଷ୍ଟିଲ ଜ୍ୟାଣ୍ଟ ନିପନ୍‌ ଷ୍ଟିଲ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସର୍ବବୃହତ୍‌ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବାକୁ ରାଜିନାମା ସ୍ବାକ୍ଷର ହୋଇଛି
୪୨ ହଜାରରୁ ଅଧିକ ଭାରତୀୟ କୁଶଳୀ ବର୍ତ୍ତମାନ ଜାପାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନରେ କାର୍ଯ୍ୟ କରୁଛନ୍ତି। ଟୋକିଓର ନିଶିକାସେଇ ଅଞ୍ଚଳରେ ଏତେ ସଂଖ୍ୟାରେ ଭାରତୀୟ ବାସ କରୁଛନ୍ତି ଯେ, ଏହାକୁ ଜାପାନର ମିନି ଇଣ୍ଡିଆର ମାନ୍ୟତା ଦିଆଯାଇଛି। ଶେଷରେ ଏତିକି କୁହାଯାଇପାରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗିତା ଓ ସହଭାଗିତାର ଦୀର୍ଘ ସମ୍ପର୍କ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ସମସ୍ତ ଏସୀୟ ରାଷ୍ଟ୍ର ଏହାକୁ ଉଦାହରଣ ଭାବେ ନେଇ ମିଳିତ ସହଯୋଗିତାର ହାତ ବଢ଼ାଇଲେ ଏସିଆ ୟୁରୋପଠାରୁ ଅଧିକ ଶକ୍ତିଶାଳୀ ହୋଇପାରନ୍ତା।
ବାଲିପନ୍ତାଳ ନଗର, ଅସ୍ତରଙ୍ଗ, ପୁରୀ
ମୋ-୬୩୭୨୭୬୪୯୧୩


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?