ବୟସ ୬୦। କିନ୍ତୁ ବେଙ୍ଗାଲୁରୁରେ ଏକ ଶୁଷ୍କ ହ୍ରଦକୁ ପୁନରୁଦ୍ଧାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରେବତୀ କମାଥ। ସେ ଜଳ ସମସ୍ୟା ସୁଧାରିବା ଲାଗି ସଂଗ୍ରାମ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରୁଛନ୍ତି। ବେଙ୍ଗାଲୁରୁର ୨୫ ଏକର ପରିମିତ ସୋମାନହାଲ୍ଲିି ହ୍ରଦ ଶୁଖିଯିବା ଫଳରେ ତା’କଡ଼ରେ ଥିବା ରାଜା କେନାଲ ବନ୍ଦ ହୋଇଯାଇଥିଲା। ଏବେ ଏହି ହ୍ରଦର ପୁନରୁଦ୍ଧାର ହେବା ଫଳରେ କେନାଲରେ ପାଣିଯାଉଛି ଓ କୃଷକମାନେ ଉପକୃତ ହେଉଛନ୍ତି। ୪୫ ବର୍ଷ ପରେ ସ୍ଥାନୀୟ ଲୋକେ ହ୍ରଦରୁ ପାନୀୟ ଜଳ ପାଇପାରୁଛନ୍ତି। ଆର୍ଥମୁଭର ଦ୍ୱାରା ଏହି କାର୍ଯ୍ୟ କରିବାକୁ ରେବତୀଙ୍କୁ ୬ ମାସ ଲାଗିଥିଲା। ସେ ମଧ୍ୟ ନଦୀ ସଂରକ୍ଷଣ ପାଇଁ ଏକ ପ୍ରୋଜେକ୍ଟ ଚଳାଉଛନ୍ତି। ଏହି ପ୍ରୋଜେକ୍ଟକୁ ସ୍ବୀକୃତି ମିଳିବା ପରେ ସେ ଏଯାବତ ୪,୦୦୦ ଗଛ ଲଗାଇ ସାରିଲେଣି। ଆଗକୁ ପିଲାମାନଙ୍କୁ ପରିସଂସ୍ଥା ସୁରକ୍ଷା ଲାଗି ସଚେତନ କରିବା ସହ ପ୍ରଶିକ୍ଷିତ କରିବା ସକାଶେ ଯୋଜନା ପ୍ରସ୍ତୁତ କରୁଥିବା କହନ୍ତି ରେବତୀ।
ପୁଣି ମୁଣ୍ଡ ନୁଆଁଇବେ
ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…
ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ
ଦହିବରା-ଆଳୁଦମ୍, ଘୁଗୁନି, ଚାଟ୍, ଗୁପ୍ଚୁପ୍, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…
ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ
ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…
ବଦଳିର ବାର୍ତ୍ତା
ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…
ଏଇ ଭାରତରେ
ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…
ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା
ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…
ନିର୍ମୂଳୀ ଚେର
ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…
ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି
ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହିଁ।…

