ବାଫ୍‌ଟା ବିଜୟିନୀ

ମୀରା ସାୟଲ

ବ୍ରିଟିଶ୍‌ ଏକାଡେମୀ ଅଫ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଆଟର୍‌ସ (ବାଫ୍‌ଟା)। କଳାର ପ୍ରସାର କରୁଥିବା ବିଶ୍ୱର ଏହି ଅଗ୍ରଣୀ ସ୍ବାଧୀନ ଦାତବ୍ୟ ସଂସ୍ଥାର ପୁରସ୍କାର ଉତ୍ସବ ଉପରେ ସମସ୍ତଙ୍କ ନଜର ଥାଏ। ପୁରସ୍କାର ସମାରୋହ ସହିତ ବର୍ଷବ୍ୟାପୀ କଳା ଦ୍ୱାରା ଅନୁପ୍ରେରିତ ବିଶ୍ୱର ଶ୍ରେଷ୍ଠ ପ୍ରତିଭାଙ୍କୁ ବାଛି ସେମାନଙ୍କ ପାଇଁ କର୍ମଶାଳା, ମାଷ୍ଟରକ୍ଲାସେସ୍‌, ଲେକ୍‌ଚର୍ସ ଆୟୋଜନ କରି ଅନ୍ତର୍ଜାତୀୟସ୍ତରୀୟ ପ୍ରଶିକ୍ଷଣ ଦେବା ସହ ମେଧାବୃତ୍ତି ପ୍ରଦାନ କରୁଥିବା ବାଫ୍‌ଟା ନୂତନ ତଥା ଅଜଣା ମେଧାବୀଙ୍କ ପାଇଁ ଆଲୋକବର୍ତ୍ତିକା ପାଲଟିଯାଇଛି। ଚଳଚ୍ଚିତ୍ର, ଗେମ୍ସ ଓ ଟେଲିଭିଜନ ଶିଳ୍ପର ଭବିଷ୍ୟତ କଳାକାର ଓ କଳା ସମ୍ବନ୍ଧୀୟ ଉଚ୍ଚକୋଟୀର ବ୍ୟକ୍ତିତ୍ୱ ସୃଷ୍ଟି ଦିଗରେ ଏହି ସଂସ୍ଥାର ଉଦ୍‌ଯୋଗ ସର୍ବଦା ପ୍ରଶଂସନୀୟ। କଳା ଜଗତରେ ଖ୍ୟାତ ଏଭଳି ଅନନ୍ୟ ସଂସ୍ଥାର ଆୟ ଏହାର ସଦସ୍ୟତା ଗ୍ରହଣ, ବ୍ୟକ୍ତିଗତ ଦାନ, ଟ୍ରଷ୍ଟ, ଫାଉଣ୍ଡେଶନ ଏବଂ କର୍ପୋରେଟ୍‌ ସହଯୋଗରୁ ମିଳିଥାଏ। କଳାର ଏକ ମହାର୍ଘ ଆଭିମୁଖ୍ୟ ରଖି ଅନବରତ ପ୍ରତିଭା ଅନ୍ବେଷଣ କରୁଥିବା ବାଫ୍‌ଟାର ସମ୍ମାନ, ଫେଲୋଶିପ୍‌(ଅଧିସଦସ୍ୟତା) ଲାଭ କରୁଥିବା ବ୍ୟକ୍ତି ନିଜକୁ ଧନ୍ୟ ମନେକରିବା ସ୍ବାଭାବିକ। ବ୍ରିଟେନ୍‌ରେ ରହୁଥିବା ଭାରତୀୟ କଳାକାର ତଥା ଲେଖକ ମୀରା ସାୟଲ ବାଫ୍‌ଟା ଫେଲୋଶିପ୍‌ ପାଇବେ ବୋଲି ମେ’ ପହିଲାରେ ଘୋଷଣା ହେବା ପରେ ସେ ଅତ୍ୟନ୍ତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। କାରଣ ଚଳିତବର୍ଷର ସମ୍ମାନ ମେଣ୍ଟରମାନଙ୍କ ପାଇଁ ସୁଯୋଗ ଆଣିଦେବା ଓ ବାଫ୍‌ଟାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଅଂଶଗ୍ରହଣକାରୀଙ୍କୁ ସମର୍ଥନ କରିବାର ଏକ ଯୁଗଳ ଅବସର ସୃଷ୍ଟି କରିବାକୁ ଯାଉଛି। ଆଗାମୀ ସମାରୋହରେ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ କ୍ଷେତ୍ରକୁ ଉଲ୍ଲେଖନୀୟ ବ୍ୟକ୍ତିଗତ ଅବଦାନ ସକାଶେ ମିଳିବାକୁ ଥିବା ମାନ୍ୟତା ‘ବାଫ୍‌ଟା ଫେଲୋଶିପ୍‌’ର ଅଧିକାରୀ ହେବେ ମୀରା।
ଇଂଲିଶ୍‌ କମେଡ଼ିଆନ୍‌, ଔପନ୍ୟାସିକା, ନାଟ୍ୟକାର, ଗାୟିକା, ସାମ୍ବାଦିକା ତଥା ଅଭିନେତ୍ରୀ ଭାବେ ପରିଚିତ ମୀରା ସାୟଲ ୨୭ ଜୁନ୍‌ ୧୯୬୧ରେ ବ୍ରିଟେନ୍‌ର ଓ୍ବଲଭରହାମ୍ପଟନ୍‌ଠାରେ ଜନ୍ମ ଗ୍ରହଣ କରିଥିବା ବେଳେ ଷ୍ଟାଫୋର୍ଡଶାୟାର ଅନ୍ତର୍ଗତ ଏକ ଖଣି ଅଞ୍ଚଳ ଏସିଙ୍ଗଟନ୍‌ଠାରେ ବଢ଼ିଥିଲେ। ପଞ୍ଜାବୀ ପିତା ସୁରିନ୍ଦର ସାୟଲ ଓ ମାତା ସୁରିନ୍ଦର କୌର ନୂଆଦିଲ୍ଲୀରୁ ବ୍ରିଟେନ୍‌କୁ ଯାଇଥିଲେ। ଏସିଙ୍ଗଟନ୍‌ରେ ବାସ କରୁଥିବା ବର୍ଗଙ୍କ ମଧ୍ୟରେ ମୀରାଙ୍କ ପରିବାର ଗୋଟିଏ ମାତ୍ର ଏସୀୟ ପରିବାର ଥିଲା। ସେଠାରେ କଟିଥିବା ସମୟ ଓ ଭୌଗୋଳିକ ସ୍ଥିତି ଆଧାରରେ ରଚିତ ‘ଅନିତା ଆଣ୍ଡ୍‌ ମି’ ହେଉଛି ମୀରାଙ୍କ ଅନ୍ୟତମ ଶ୍ରେଷ୍ଠ କୃତି। ୨୦୦୩ରେ ବିବିସିକୁ ଏକ ସାକ୍ଷାତକାର ଦେବାବେଳେ ଏହି ପୁସ୍ତକକୁ ସେ ତାଙ୍କର ଏକ ଅଧା ଆତ୍ମଜୀବନୀ ବୋଲି ଉଲ୍ଲେଖ କରିଥିଲେ। ତାଙ୍କ ପାଠପଢ଼ା ଜୀବନ କହିଲେ ସେ ଓ୍ବାଲ୍‌ସାଲର କୁଇନ୍‌ ମେରୀ ହାଇସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଶେଷ କରିଥିଲେ। ତା’ ପରେ ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରୁ ଇଂଲିଶ ସାହିତ୍ୟ ଓ ଡ୍ରାମାରେ ଦୁଇଟି ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଡ୍ରାମା ବିଷୟରେ ପଢ଼ୁଥିବାବେଳେ ମୀରା ଷ୍ଟିଫେନ୍‌ ଯୋଶେଫ୍‌ ଷ୍ଟୁଡିଓରେ ଯୋଗଦେଇଥିଲେ। ସେଠାରେ ସେ ଅଭିନୟରେ କ୍ୟାରିୟର ଗଢ଼ିବା ସହ ମଞ୍ଚ ନାଟକ ଲେଖିବା ଆରମ୍ଭ କରିଥିଲେ। ସ୍ନାତକବେଳେ କଳା ପ୍ରତି ଗଭୀର ମନନଶୀଳ ଓ ଦକ୍ଷତା ପ୍ରଦର୍ଶନ ତାଙ୍କୁ ୟୁନିଭର୍ସିଟି ଅଫ୍‌ ଲିଡ୍‌ସରେ ଡ୍ରାମା ଓ ସାଇକୋଥିରାପିରେ ସ୍ନାତକୋତ୍ତର ପଢ଼ିବା ଲାଗି ଯୋଗ୍ୟ କରାଇଦେଇଥିଲା। ଏହାପରେ କଳା ପ୍ରଶିକ୍ଷଣ ଦେବା ସକାଶେ ପୋଷ୍ଟଗ୍ରାଜୁଏଟ୍‌ ସାର୍ଟିଫିକେଟ୍‌ ଅଫ୍‌ ଏଜୁକେଶନ (ପିଜିସିଇ) ପଢ଼ିଥିଲେ। ସେହି ସମୟରେ ସେ ଜାକି ସାପିରୋଙ୍କ ସହ ମିଶି ଜଣେ ମହିଳାଙ୍କ ଜୀବନୀ ଉପରେ ଆଧାରିତ-ଓ୍ବାନ୍‌ ଅଫ୍‌ ୟୁ’ଜ୍‌- ରଚନା କରିଥିଲେ। ଏଥିରେ ଓ୍ବେଷ୍ଟ ମିଡ୍‌ଲାଣ୍ଡସରେ ଜନ୍ମିତ ଜଣେ ଭାରତୀୟ ଝିଅ ଅଭିନେତ୍ରୀ ହେବା ପାଇଁ ଘର ଛାଡ଼ି ପଳାଇଯାଇଥିବା ଚରିତ୍ରକୁ ଚିତ୍ରଣ କରାଯାଇଥିଲା। ମୀରା ସମୁଦାୟ ୧୫ଟି ଏପିସୋଡ୍‌ରେ ମଧ୍ୟ ଅଭିନୟ କରିଥିଲେ। ପ୍ରଥମେ ଷ୍ଟିଫେନ୍‌ ଯୋଶେଫ୍‌ ଷ୍ଟୁଡିଓ ଏବଂ ପରେ ତାହାକୁ ସେ ନ୍ୟାଶନାଲ ଷ୍ଟୁଡେଣ୍ଟ ଡ୍ରାମା ଫେଷ୍ଟିଭାଲରେ ପ୍ରଦର୍ଶନ କରିଥିଲେ। ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ତାଙ୍କୁ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା। ଫଳସ୍ବରୂପ ମୀରାଙ୍କୁ ରୟାଲ କୋର୍ଟ ଥିଏଟରର ନିର୍ଦ୍ଦେଶକ ଯୋଗାଯୋଗ କରି ତାଙ୍କ ସଂସ୍ଥାରେ କାର୍ଯ୍ୟ କରିବା ଲାଗି ୩ ବର୍ଷ ପାଇଁ ଚୁକ୍ତି କରିଥିଲେ। ଏହାପରେ ତାଙ୍କ ପ୍ରତିଭା ଆହୁରି ବିକଶିତ ହୋଇଥିଲା। ୧୯୯୩ରେ ସେ ବ୍ରିଟିଶ ଫିଲ୍ମ ନିର୍ଦ୍ଦେଶକ ଗୁରିନ୍ଦର ଚଢାଙ୍କ ନିର୍ଦ୍ଦେଶିତ ‘ଭାଜି ଅନ୍‌ ଦି ବିଚ୍‌’ର ଚିତ୍ରନାଟ୍ୟ କରିଥିଲେ। ବିବିସିର ଲୋକପ୍ରିୟ କମେଡି ଶୋ ‘ଗୁଡ୍‌ନେସ୍‌ ଗ୍ରେସିଅସ୍‌ ମି’ (୧୯୯୬ରୁ ୨୦୦୧)ର ଲେଖକ ଟିମ୍‌ରେ ମୀରା ଥିବାବେଳେ ଅଭିନୟ ମଧ୍ୟ କରିଥିଲେ। ଏହା ପ୍ରଥମେ ରେଡିଓ ଏବଂ ପରେ ଟେଲିଭିଜନରେ ତାହା ପ୍ରଦର୍ଶିତ ହୋଇଥିଲା। ଏ. ଆର୍‌. ରହମନ ଓ ଆଣ୍ଡ୍ରି ଲୟଡ୍‌ ଓ୍ବେବରଙ୍କ ‘ବମ୍ବେ ଡ୍ରିମ୍ସ’ର ସଂଳାପ ଲେଖକ ରହିବା ସହ ସେଥିରେ ସେ ଅଭିନୟ କରିଥିଲେ। ଅନ୍ତର୍ଜାତୀୟ ଏମ୍ମି ପୁରସ୍କାର ପାଇଥିବା ଏହି ସିରିଜ୍‌ରେ ତାଙ୍କ ଅଭିନୟ କଳା ଜଗତର ଦୃଷ୍ଟି ଆକର୍ଷଣ କରିଥିଲା। ମୀରା ମଧ୍ୟ ସାମୟିକ ଗାୟିକା ଭାବେ କାର୍ଯ୍ୟ କରିଛନ୍ତି। ସାମ୍ବାଦିକା ଭାବେ ‘ଗାର୍ଡିଆନ୍‌’ରେ ତାଙ୍କ ଲେଖା ପ୍ରକାଶ ପାଇ ପ୍ରଶଂସିତ ହୋଇଛି। କଳାର ବିବିଧ ବିଭାଗରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିଥିବାରୁ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
ବ୍ୟକ୍ତିଗତ ଜୀବନରେ ସେ ୧୯୮୯ରେ ସାମ୍ବାଦିକ ଶେଖର ଭାଟିଆଙ୍କୁ ବିବାହ କରିଥିଲେ ହେଁ ୨୦୦୨ରେ ବିଚ୍ଛେଦ ଘଟିଥିଲା। ସେମାନଙ୍କଠାରୁ ଝିଅ ମିଲି ଭାଟିଆ ଅଛନ୍ତି, ଯିଏ ରୟାଲ କୋର୍ଟ ଥିଏଟରରେ ଆସୋସିଏଟ୍‌ ଡାଇରେକ୍ଟର ଭାବେ କାର୍ଯ୍ୟରତ। ତେବେ ୨୦୦୫ରେ ମୀରା ବ୍ରିଟିଶ ଅଭିନେତା ସଞ୍ଜୀବ ଭାସ୍କରଙ୍କୁ ବିବାହ କରିଥିଲେ। ସେମାନଙ୍କଠାରୁ ପୁଅଟିଏ ଅଛି। ମୀରାଙ୍କ ଭାଇ ରାଜୀବ ସାୟଲ ‘ଦି ଗାର୍ଡିଆନ୍‌’ର ଜଣେ ଅନୁସନ୍ଧାୟୀ ସାମ୍ବାଦିକ ଭାବେ ଜଣାଶୁଣା। ଦେଖିବାକୁ ଗଲେ ପରିବାରର ସଦସ୍ୟମାନେ କଳାନୁଗ୍ରାହୀ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?