ଏଇ ଭାରତରେ

୧୦୦ ବର୍ଗଫୁଟ ଜାଗାରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ବିଷୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ୍ୟ। ନୋଏଡାର ଅବସରପ୍ରାପ୍ତ ଇଂ ରମେଶ ଗେରା ୧୦୦ ବର୍ଗଫୁଟ ଘରେ କେସର ଚାଷ କରି ଅନେକ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ଏହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ୧୯୮୦ରେ ଏନ୍‌ଆଇଟି କୁରୁକ୍ଷେତ୍ରରୁ ଇଲେକ୍‌ଟ୍ରିକାଲ ଇଞ୍ଜିନିଇରିଂରେ ଡିଗ୍ରୀ ହାସଲ କରିଛନ୍ତି। ଦୀର୍ଘ ୩୫ ବର୍ଷ ଚାକିରି କରିବା ପରେ ଅବସର ନେଇ ଏବେ ଏହି ଚାଷ କରୁଛନ୍ତି ୬୪ ବର୍ଷୀୟ ରମେଶ। ଭାରତର କଶ୍ମୀରରେ କେବଳ କେସର ଚାଷ ହେଉଛି। କିନ୍ତୁ ରମେଶଙ୍କ ଏହି ସଫଳତା ଅନେକଙ୍କୁ କୌଣସି ସ୍ଥାନରେ କେସର ଚାଷ କରିବାର ବାଟ ଦେଖାଇଛି। ସେ ଦକ୍ଷିଣ କୋରିଆରୁ ଅତ୍ୟାଧୁନିକ କୃଷି ସମ୍ପର୍କରେ ଶିକ୍ଷା କରିବା ପରେ ଏହି ଚାଷ କରୁଛନ୍ତି। କେସର ଚାଷ ପାଇଁ ଗୋଟିଏ ପର୍ଯ୍ୟାୟରେ ୪ ମାସ ସମୟ ଲାଗୁଛି ଓ ଏହି ସମୟରେ କେସର ଉତ୍ପାଦନ ହୋଇପାରୁଛି। ଚାଷ ପାଇଁ ଅଧିକ ଖର୍ଚ୍ଚ କହିଲେ କେବଳ ବିଦ୍ୟୁତ୍‌ ଖର୍ଚ୍ଚ ଯାହା ୪ରୁ ୫ ହଜାର ପଡୁଛି। ପ୍ରଥମେ ସେ ୪ ଲକ୍ଷ ମଞ୍ଜିକୁ ୨ ଲକ୍ଷ ଟଙ୍କା ଦେଇ କଶ୍ମୀରରୁ ଆଣିଥିଲେ। ଉତ୍ପାଦନ ପରେ ସେ ୧ କେଜି କେସରକୁ ୨.୫ ଲକ୍ଷ ଟଙ୍କାରେ ବିକୁଛନ୍ତି ଏବଂ ଖୁଚୁରାରେ ବିକିଲେ ୩.୫ ଲକ୍ଷ ଟଙ୍କା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri