ଏଇ ଭାରତରେ

ସବୁ କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ନିର୍ଭର ନ କରି ନିଜସ୍ବ ଉଦ୍ୟମରେ ତାହାକୁ ଏକ ନୂତନ ରୂପ ଦେଇଛନ୍ତି ସିଭିଲ୍‌ ସର୍ଭିସ୍‌ ଅଧିକାରୀମାନେ। ଅରୁଣାଚଳପ୍ରଦେଶର ଏହି ଅଧିକାରୀମାନେ ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ଜରାଜୀର୍ଣ୍ଣ ସ୍କୁଲ, ଲାଇବ୍ରେରି, ରାସ୍ତା ଓ ସାଇନ୍‌ପୋଷ୍ଟଗୁଡ଼ିକୁ ମରାମତି କରୁଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାପରେ ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି। ଆଇଏଏସ୍‌ ଅଫିସର ଟୁଡକ୍‌ଙ୍କ ନେତୃତ୍ୱରେ ଏହା କରାଯାଇଛି। ସେ ପ୍ରଥମେ ତାଙ୍କ ଚେଷ୍ଟାରେ ହେଡ୍‌କ୍ୱାର୍ଟରଠାରୁ ୩୬ କିମି ଦୂର ଏକ ସ୍କୁଲର ମରାମତି କରିଥିଲେ। ଏଥିରେ ଯେଉଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ତାହାକୁ ଟୁଡକ୍‌ ଏବଂ ତାଙ୍କ କ୍ୟାଡରର ବ୍ୟାଚ୍‌ମେଟମାନେ ହିଁ ଦେଇଥିଲେ। ଏହାପରଠାରୁ ସେମାନେ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ପ୍ରୋଜେକ୍ଟ ୩୭’ ଆରମ୍ଭ କରିଥିଲେ। ଅଧିକାରୀମାନେ ଅରୁଣାଚଳପ୍ରଦେଶରେ ନିଯୁକ୍ତି ପାଇବା ପରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ପାଣ୍ଠିର ଅଭାବ ହେଉଥିବାରୁ ସେମାନେ ଏଭଳି ଏକ ଯୋଜନା କରିଛନ୍ତି ବୋଲି କହନ୍ତି ଟୁଡକ୍‌। ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ସେମାନେ ମାସକୁ ୧୫୦୦ ଟଙ୍କା ଜମା କରୁଛନ୍ତି ଓ ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟୁଛି। ପରେ ଏହାକୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟୟ କରୁଛନ୍ତି। ସେମାନେ ୨ ମାସରେ ଥରେ ନିଜ ଅଞ୍ଚଳରେ ଥିବା ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକୁ ଲଟେରି ଦ୍ୱାରା ଚୟନ କରୁଛନ୍ତି ଓ କେଉଁ କାର୍ଯ୍ୟ ପ୍ରଥମେ କରାଯିବ ତାହାର ନିଷ୍ପତ୍ତି ନେଇଛନ୍ତି ଅଧିକାରୀମାନେ ଭୋଟିଂ ପଦ୍ଧତିରେ। ଏଭଳି କାର୍ଯ୍ୟକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ବି ଏଥିପାଇଁ ଆର୍ଥତ୍କ ସହାୟତା ଦେଉଛନ୍ତି। ଯେଉଁ କାର୍ଯ୍ୟଶେଷ ହେଉଛି ସେଠାରେ (ସ୍କୁଲ କିମ୍ବା ରାସ୍ତାକଡ଼) ଲୋକମାନେ ଗଛ ଲଗାଇବା ସହ ସେହି ଜାଗାକୁ ସଫା କରୁଛନ୍ତି। ଏବେ ସିଭିଲ୍‌ ସର୍ଭିସ ଅଧିକାରୀମାନେ ଏକ ଗାଲର୍‌ସ ହଷ୍ଟେଲ୍‌ର ମରାମତି ତଥା ପିଲାମାନଙ୍କ ପାଇଁ କମ୍ପ୍ୟୁଟର କିଣିବା ଭଳି କାର୍ଯ୍ୟ ହାତକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର କୁଆ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୁଣି ଥରେ ମୋ ପ୍ରିୟ ବିଷୟକୁ ଆସୁଛି: କୁଆ। ସେମାନେ ଏବେ କ୍ରମଶଃ ଅନ୍ତର୍ଦ୍ଧାନ ହେବାରେ ଲାଗିଛନ୍ତି, ତେଣୁ ସେମାନଙ୍କ...

ୟୁଏନ୍‌ ଓମେନ୍‌ ମୁଖ୍ୟ

ଜିତେନ୍ଦ୍ର କୁମାର ନାୟକ   ୟୁଏନ୍‌ ଓମେନ୍‌ ହେଉଛି ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଦିଗରେ ଉତ୍ସର୍ଗୀକୃତ ଜାତିସଂଘର ଏକ ସଙ୍ଗଠନ। ଏହି ବିଶ୍ୱ...

‘ଆକସ୍ମିକମ୍‌’ର ନାୟକ

ନାଟକରେ ନିର୍ଭୀକ ପରୀକ୍ଷଣ ଓ ଅନେକ ବିଷୟବସ୍ତୁରେ ଅସାଧାରଣ ଦୃଶ୍ୟ ଅନ୍ତର୍ନିହିତ ଥିବା ଦେଖିବାକୁ ମିଳୁଥିବାରୁ ଓମ୍‌ଚେରି ଏନ୍‌.ଏନ୍‌. ପିଲାଇଙ୍କ ନାଟ୍ୟ ରଚନା ମାଲାୟଲୀ ସାହିତ୍ୟରେ...

ଆତ୍ମହତ୍ୟା କାହିଁକି

ଡା. ସମ୍ରାଟ କର ଆମ ଦେଶରେ ପ୍ରତିଦିନ ଅନେକ ବ୍ୟକ୍ତି କୌଣସି କାରଣରୁ ଆତ୍ମହତ୍ୟା କରିଥାନ୍ତି। ଆତ୍ମହତ୍ୟା ଏକ ଅପରାଧ। ଏଭଳି ଏକ ଘୃଣ୍ୟ ମାନସିକତାକୁ...

ଯଶୋଧାରାଙ୍କ ତ୍ୟାଗ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ରାଜପୁତ୍ର ଗୌତମ ସତ୍ୟର ସନ୍ଧାନ କରିବା ପାଇଁ କପିଳବାସ୍ତୁ ରାଜପ୍ରାସାଦର ବିଳାସବ୍ୟସନ, ସୁଖସ୍ବାଚ୍ଛନ୍ଦ୍ୟ, ସ୍ତ୍ରୀ ଯଶୋଧାରାଙ୍କ ଅନାବିଳ ପ୍ରେମ ଓ ସୁକୁମାର...

ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ

ସୁମନ୍ତ କୁମାର ଭୂୟାଁ   ଭାରତୀୟ ସଂସ୍କୃତିରେ ଏକ ମୂଲ୍ୟବାନ୍‌ ଉପଦେଶ ରହିଆସିଛି- ତାହା ହେଲା, ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଜ୍ୟେଷ୍ଠମାନଙ୍କୁ, ଶ୍ରେଷ୍ଠମାନଙ୍କୁ ନମସ୍କାର।...

ଚାଲ ସ୍କୁଲ ଯିବା

ଘାସିରାମ ପଣ୍ଡା ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମାଧ୍ୟମିକ ଓ ତଦୂର୍ଦ୍ଧ୍ୱ ଶ୍ରେଣୀଗୁଡ଼ିକ ୭ ଫେବୃୟାରୀରୁ ଖୋଲିଛି। ସେହିପରି ପ୍ରାଥମିକ...

ମଣ୍ଟ୍ରିଲ ପ୍ରୋଟୋକଲର ତିରିଶ ବର୍ଷ

ଇଂ. ମାୟାଧର ସ୍ବାଇଁ ପୃଥିବୀର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ହୋଇଥିବା ମଣ୍ଟ୍ରିଲ ପ୍ରୋଟୋକଲକୁ ୩୦ବର୍ଷ ପୂରିଲା। ଓଜୋନ କ୍ଷୟକାରୀ ପଦାର୍ଥଗୁଡ଼ିକର ଉତ୍ପାଦନ...

Advertisement
Archives

Model This Week