ବିକାଶର ଅନ୍ୟ ନାମ ପିପିପି

ଡ.ଅରୁନ୍ଧତୀ ଦେବୀ

 

ଭାରତରେ ଅର୍ଥନୈତିକ ସଂସ୍କାର କହିଲେ ସମ୍ଭବତଃ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥା ସହଯୋଗରେ ସାମାଜିକ ବିକାଶ ଓ ଲୋକମାନଙ୍କୁ ସେବା ପ୍ରଦାନକୁ ବୁଝାଏ। ସାଧାରଣ ଜନତାଙ୍କୁ ଯେଉଁ ସେବା ସରକାରୀ କର୍ମଚାରୀମାନେ ପ୍ରଦାନ କରିବା କଥା, ସେହି ସେବା ପ୍ରଦାନ କରିଥାନ୍ତି ବେସରକାରୀ ସଂସ୍ଥା। ତେବେ ସରକାରୀ କର୍ମଚାରୀମାନଙ୍କ ନୈତିକ କର୍ତ୍ତବ୍ୟ କ’ଣ ହେବ ? ସେମାନେ କ’ଣ ହାତ ଯୋଡ଼ି ନୀରବରେ ବସି ରାଜକୋଷରୁ ଦରମା ନେବେ ? ବୋଧହୁଏ ନା। ସେମାନେ ବେସରକାରୀ ସଂସ୍ଥା ବା ପ୍ରତିଷ୍ଠାନମାନଙ୍କର କାର୍ଯ୍ୟଧାରାକୁ ନିରୀକ୍ଷଣ କରିବେ। ଲୋକମାନଙ୍କୁ ସରକାରୀ ସେବା ପ୍ରଦାନ କରିବା ନିମିତ୍ତ ଯୋଗ୍ୟ ବେସରକାରୀ ସଂସ୍ଥା ବା ପ୍ରତିଷ୍ଠାନଠାରୁ ପ୍ରସ୍ତାବମାନ ବିଜ୍ଞାପନ ଜରିଆରେ ସଂଗ୍ରହ କରାଯାଏ। ସେମାନଙ୍କ କର୍ମଚାରୀ ସଂଖ୍ୟା ଓ ସେବା ପ୍ରକ୍ରିୟା ସମୀକ୍ଷା କରିବା ପରେ ସରକାରୀ ବିଶେଷଜ୍ଞମଣ୍ଡଳୀ ରାଜିନାମା ପର୍ଯ୍ୟାୟକୁ ଯାଇଥାନ୍ତି।
ପ୍ରଥମେ ପ୍ରଥମେ ଏହି ପ୍ରକ୍ରିୟାଟି ଲୋକମାନଙ୍କୁ ସୁହାଇଲା। ସାଧାରଣ ଜନତା ତତ୍କାଳ ଭିତ୍ତିରେ ସରକାରୀ ସେବା ପାଇଲେ। ସର୍ବପ୍ରଥମେ ତତ୍କାଳୀନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦୀକ୍ଷିତ ସରକାର ପବ୍ଲିକ୍‌ ପ୍ରାଇଭେଟ ପାର୍ଟନରଶିପ୍‌ (ପିପିପି) ମଡେଲ ସ୍ବାଗତ କରିନେଲେ। ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ୍‌ (ସରକାରୀ- ବେସରକାରୀ ସହଭାଗିତା) ଯୋଜନା ଲାଗୁ କରି ମୁଖ୍ୟମନ୍ତ୍ରୀ ଶୀଲା ବେଶ୍‌ ଲୋକପ୍ରିୟତା ଲାଭ କଲେ। କେବଳ ଶୀଲା କାହିଁକି, ଓଡ଼ିଶା ଓ ଗୁଜରାଟରେ ମଧ୍ୟ ପିପିପି ମଡେଲକୁ ସ୍ବୀକୃତି ଦେଇ ଅର୍ଥନୈତିକ ସଂସ୍କାର ପର୍ବର ମୂଳଦୁଆ ପକାଯାଇଥିଲେ। ଲୋକମାନେ ଏହି ମଡେଲ ସେବାକୁ ସହଜରେ ଗ୍ରହଣ କରିନେଲେ କାରଣ ସେମାନଙ୍କୁ ସାମାନ୍ୟ ସରକାରୀ ସେବା ପାଇବା ପାଇଁ ସରକାରୀ ଅଧିକାରୀମାନଙ୍କ ନିକଟରେ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ିଲାନି। ସେମାନଙ୍କୁ ସରକାରୀ ଅଧିକାରୀମାନଙ୍କ କଦର୍ଯ୍ୟ ବ୍ୟବହାର ବା ନାସ୍ତିବାଣୀ ଶୁଣିବାକୁ ପଡ଼ିଲାନି। ଉଦାହରଣ ଭାବେ ଡ୍ରାଇଭିଂ ଲାଇସେନ୍ସ ବା ପିଲାଙ୍କ ଜନ୍ମ ପ୍ରମାଣ ପତ୍ର ପ୍ରକ୍ରିୟାକୁ ଧରି ନିଆଯାଉ। ସାମାନ୍ୟ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ସାଧାରଣ ଜନତାକୁ ସରକାରୀ କାର୍ଯ୍ୟାଳୟକୁ ଏକାଧିକବାର ଧାଇଁବାକୁ ପଡ଼େ। ସରକାରୀ ଅଧିକାରୀଙ୍କ ଇଛା ହେଲେ ଲାଇସେନ୍ସ ମିଳେ ନଚେତ ଖାଲି ହାତରେ ଫେରିବାକୁ ପଡ଼େ। ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ହେଉ କି କିରାଣିଙ୍କ ଅସହଯୋଗ କାରଣରୁ ହେଉ ସାଧାରଣ ଜନତାଟିର ଉଭୟ ସମୟ ଓ ଅର୍ଥ ବରବାଦ ହୁଏ। ହେଲେ ବେସରକାରୀ ପ୍ରତିଷ୍ଠାନମାନଙ୍କ ସକ୍ରିୟ ସହଯୋଗ ଫଳରେ ସହଜରେ ସରକାରୀ ସେବା ମିଳିଲା। ଏଇଠି ଅର୍ଥନୈତିକ ସଂସ୍କାର ଆଳରେ ଭିନ୍ନ ପ୍ରକ୍ରିୟା ଜନ୍ମ ହେଲା। ସରଳ ପ୍ରଶ୍ନଟିଏ ସମସ୍ତଙ୍କ ମନରେ ଉଠିବା ସ୍ବାଭାବିକ କ’ଣ ନା ଯେଉଁ ସେବା ପ୍ରଦାନ ପାଇଁ ସରକାରୀ ଅଧିକାରୀମାନେ ଇଚ୍ଛାଶକ୍ତି ହରାଇଥିଲେ, ସେମାନେ କିପରି ଇଚ୍ଛାଶକ୍ତି ଫେରିପାଇଲେ ? ଯେଉଁ କିରାଣିମାନେ ସାଧାରଣ ଜନତାଟିକୁ ସେବା ଦେବା ପାଇଁ ଧରାଛୁଅଁା ଦେଉ ନ ଥିଲେ ସେମାନେ ଚଉକିରୁ ଉଠିବା ନାଁ ଧରୁନାହାନ୍ତି। ଘଟଣା କ’ଣ ? ସରକାରଙ୍କ ସହ ରାଜିନାମାରେ ବନ୍ଧା ବେସରକାରୀ ପ୍ରତିଷ୍ଠାନମାନେ ସରକାରୀ ଅଧିକାରୀ ବା କିରାଣିମାନଙ୍କ ବିନା ସହାୟତାରେ କେବେ ବି ଡ୍ରାଇଭିଂ ଲାଇସେନ୍ସ କି ଶିଶୁର ଜନ୍ମଗତ ପ୍ରମାଣପତ୍ର ଦେଇପାରିବେ ନାହିଁ। ତେବେ ଚମତ୍କାର ହେଲା କେମିତି ? ଏଇଠି ଜନ୍ମ ହେଲା ପିପିପି ମଡେଲରେ ଦୁର୍ନୀତି। ଦିଲ୍ଲୀ ସରକାର ୫ ବର୍ଷ ପାଇଁ ଅଣବାଣିଜି୍ୟକ ଡ୍ରାଇଭିଂ ଲାଇସେନ୍ସ ବାବଦକୁ ମାତ୍ର ୨୭୦ ଟଙ୍କା ଦେୟ ନେଇଥାନ୍ତି। ସେହିପରି ବୈଦେଶିକ ମନ୍ତ୍ରଣାଳୟ ୧୦ ବର୍ଷ ପାଇଁ ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଦେବାକୁ ୧୫୦୦ ଟଙ୍କା ଦେୟ ନେଇଥାନ୍ତି। ଏହି ଦେୟ ଦଲାଲ୍‌ ତଥା ସେବା ପ୍ରଦାନ କରିବାକୁ ଅଙ୍ଗୀକାରବଦ୍ଧ ବେସରକାରୀ ସଂସ୍ଥାକୁ ଅନୀତିପୂର୍ଣ୍ଣ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଦେଇଥାଏ। ଆପଣ ଦଲାଲ୍‌ କି ବେସରକାରୀ ସଂସ୍ଥାକୁ ନିର୍ଦ୍ଧାରିତ ସରକାରୀ ଦେୟ ସମେତ କିଛି ଅଧିକ ଟଙ୍କା ପ୍ରଦାନ କଲେ, ସହଜରେ ସବୁ ସରକାରୀ ବାଧା ହଟିଯିବ। ଅବିଳମ୍ବେ ଡ୍ରାଇଭିଂ ଲାଇସେନ୍ସ କି ପାସ୍‌ପୋର୍ଟ ମିଳିଯିବ।
ପିପିପି ମଡେଲଭିତ୍ତିକ ଦୁର୍ନୀତିକୁ ରୋକା ନ ଗଲେ, ରାଜକୋଷକୁ ସରକାର ନିର୍ଦ୍ଧାରିତ ଅର୍ଥ ମିଳିବ ସତ; ତା’ ସହ ଦଲାଲ୍‌ ତଥା ବେସରକାରୀ ସଂସ୍ଥାମାନଙ୍କ ହାତକୁ ଅଧିକ ଅର୍ଥ ଚାଲିଯିବ ଅର୍ଥାତ୍‌ ଶୋଷକବର୍ଗ ହାତରେ ସାଧାରଣ ଜନତାଙ୍କ ଭାଗ୍ୟ ବନ୍ଧା ପଡ଼ିଯିବ। ସରକାରଙ୍କ ଦ୍ୱାହି ଦେଇ ବେସରକାରୀ କମ୍ପାନୀଗୁଡ଼ିକ ମାଲାମାଲ୍‌ ହୋଇ ରାଜନେତାଙ୍କ ଜରିଆରେ ସାଧାରଣ ଜନତାଙ୍କୁ ଲୁଟିଚାଲିବେ, ଯାହା ଆମ ରାଜ୍ୟର ବିଦ୍ୟୁତ୍‌ ଆବଣ୍ଟନ କ୍ଷେତ୍ରରେ ଘଟିଛି। ଏକଦା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ଼ ସରକାରଙ୍କ ନିୟନ୍ତ୍ରଣରେ ଥିବାବେଳେ ବିପୁଳ କ୍ଷତିଗ୍ରସ୍ତ ହେଲା। ଏହାର ଘରୋଇକରଣ ହେଲେ ଉଭୟ କମ୍ପାନୀ ଓ ସରକାର ଲାଭଜନକ ସ୍ଥିତିରେ ରହିବେ ବୋଲି ପ୍ରଚାର କରାଗଲା। ହେଲେ ଏବେ ଦେଖାଯାଉଛି ଯେ, ସରକାର ବିଦ୍ୟୁତ୍‌ ଉପତ୍ାଦନକାରୀ କମ୍ପାନୀଠାରୁ ଅଧିକ ମୂଲ୍ୟରେ ବିଦ୍ୟୁତ୍‌ କିଣି ଆବଣ୍ଟନକାରୀ ଘରୋଇ କମ୍ପାନୀକୁ କମ୍‌ ମୂଲ୍ୟରେ ବିକି ଗୋଟିଏ ପକ୍ଷରେ କ୍ଷତି ସହୁଥିବାବେଳେ ଅନ୍ୟ ପକ୍ଷରେ ପୁଞ୍ଜିବିନିଯୋଗ ନ କରି ଉପଭୋକ୍ତାଙ୍କଠାରୁ ଖୁଣ୍ଟପୋତାଠାରୁ ବିଦ୍ୟୁତ୍‌ ସଂଯୋଗ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଅର୍ଥ ଆଦାୟ କରି ଘରୋଇ କମ୍ପାନୀମାନେ ମାଲାମାଲ୍‌ ହେଉଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରି ଉପଭୋକ୍ତାଙ୍କ ତଣ୍ଟି ଚିପି ବିତରଣ କମ୍ପାନୀ ମାଲାମାଲ୍‌ ହେଉଛନ୍ତି। ଅର୍ଥନୈତିକ ସଂସ୍କାର ଆଳରେ ପିପିପି ମଡେଲ ଦୁର୍ନୀତିକୁ ଜନ୍ମ ଦେଇ ସରକାରଙ୍କ ବିକାଶ ରଥ କାଗଜକଲମରେ ରହିବା ନିଶ୍ଚିତ।
ଶୋଭନୀୟ ଆନ୍ଦୋଳନ, ଭୁବନେଶ୍ୱର
ମୋ -୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri