ଏଇ ଭାରତରେ

ପୂର୍ବେ ପିଲାମନେ କାଠ ଖେଳନାକୁ ବେଶି ଭଲ ପାଉଥିଲେ। ଏହା ତାଙ୍କ ମାନସିକ ବିକାଶରେ ପ୍ରମୁଖ ଭୂମିକା ନେଉଥିଲା। କିନ୍ତୁ ପ୍ଲାଷ୍ଟିକ ଖେଳନା ଆସିବା ପରେ କାଠ ଖେଳନାର ଚାହିଦା କମିଛି। ଅପରପକ୍ଷେ ପ୍ଲାଷ୍ଟିକ ଖେଳନା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାମତ୍କ ପ୍ରଭାବ ପକାଉଛି। ଏଣୁ ପିଲାମାନଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେମାନଙ୍କ ମାନସିକ ଦକ୍ଷତା ବୃଦ୍ଧି କରିବା ଲାଗି ପୁଣେର ଦୁଇ ସ୍ଥପତି ପ୍ରିୟଙ୍କା ମନଗାଁଓକର ବୈଦ୍ୟ ଏବଂ ଅଜୟ ବୈଦ୍ୟ ପରିବେଶ ଉପଯୋଗୀ ଖେଳନା ତିଆରି କରୁଛନ୍ତି। ଉଚ୍ଚବେତନର ଚାକିରି କରିବା ପରିବର୍ତ୍ତେ ଏମାନେ ପିଲାମାନଙ୍କ ପାଇଁ କାଠ ଖେଳନା ତିଆରି କରିବାକୁ ପସନ୍ଦ କରିଛନ୍ତି। ସେମାନେ ପରମ୍ପରିକ କାରିଗରମାନଙ୍କ ଦ୍ୱାରା ପରିବେଶ ଉପଯୋଗୀ କାଠ ଓ ଲାଖ ବ୍ୟବହାର କରି ଏହା ତିଆରି କରୁଛନ୍ତି। ସେଥିରେ କେବଳ ଉଦ୍ଭିଦରୁ ପ୍ରସ୍ତୁତ ଜୈବ ରଙ୍ଗ ବ୍ୟବହାର ହେଉଛି। ସେମାନେ ୨୦୨୧ରେ ‘ଟୟ ଟ୍ରଙ୍କ’ ଷ୍ଟାର୍ଟଅପ ଆରମ୍ଭ କରି ତା’ ମାଧ୍ୟରେ ଏହି ଖେଳନା ତିଆରି କରୁଛନ୍ତି। ମୁଖ୍ୟତଃ ପିଲାମାନଙ୍କ ପାଇଁ କାଠରେ କିଚେନ ସେଟ୍‌ ଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକାର ଖେଳନା ତିଆରି କରାଯାଉଛି। ଏବେ ଏହି କାର୍ଯ୍ୟରେ ୩୦ ଜଣ କାରିଗର ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ୨୪ ପ୍ରକାର ଖେଳନା ପ୍ରସ୍ତୁତ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳର ରାଜବଂଶ ଓ ବାଇଶି ପାହାଚ

ବୈକୁଣ୍ଠନାଥ ମିଶ୍ର ଭୌମକର ବଂଶର ଶାସକମାନେ କଳିଙ୍ଗକୁ ଶାସନ କରୁଥିବା ସମୟରେ ସୋମବଂଶୀମାନେ କୋଶଳର ଶାସନକର୍ତ୍ତା ଥିଲେ। ନବମ ଶତାବ୍ଦୀର ଶେଷଭାଗରେ ଭୌମକର ଶାସନର ପତନ...

ଜାତୀୟତାର ଯଜ୍ଞପୀଠ: ଉତ୍କଳ ସମ୍ମିଳନୀ

ଡ. ପ୍ରଫୁଲ୍ଲ କୁମାର ସାହୁ   ଆଜି ଡିସେମ୍ବର ୩୦, ଓଡ଼ିଆ ଜାତି ପାଇଁ ଏକ ଐତିହାସିକ ଦିବସ। ଉତ୍କଳୀୟତାର ମୁଗ୍‌ଧ ଅନୁଭବରେ ଜଡ଼ସଡ଼ ବା...

ସଙ୍ଗରୋଧରେ ସଙ୍ଗତ୍ୟାଗ

ରଂଜନ କୁମାର ଦାସ ଏ କଥା ଅନସ୍ବୀକାର୍ଯ୍ୟ ଯେ କରୋନା ଆମ ସମସ୍ତଙ୍କ ଜୀବନଶୈଳୀକୁ ବଦଳେଇ ଦେଇଚି। ସମାଜର ଚଳଣି, ପ୍ରଥା, ସବୁ ବଦଳିଯାଉଚି। ସମ୍ପର୍କ...

ଏବେ ସମବାୟ ଉପରେ ଆଖି

କିଶୋର ଜେନା ୭ବର୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ପୋରେଟ୍‌ ଋଣକୁ ଲିଭାଇଦେବା ନାମରେ ୯ଲକ୍ଷ ୪ହଜାର କୋଟି ଟଙ୍କାରୁ...

ଏଇ ଭାରତରେ

ହିମାଳୟ ପାର୍ବତ୍ୟାଞ୍ଚଳରେ ଝରଣାଗୁଡ଼ିକର ପୁନରୁଦ୍ଧାର କରି ଲୋକମାନଙ୍କୁ ପାଣି ଯୋଗାଇ ଦେଉଛନ୍ତି ଭାରତୀୟ ବନସେବା ଅଧିକାରୀ(ଆଇଏଫ୍‌ଏସ୍‌) ଧରମ ସିଂ ମିନା। ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡ ତେହେରି...

ଏଇ ଭାରତରେ

ଭାରତ-ଚାଇନା-ତିବ୍ବତ- ସୀମାକୁ ଲାଗି ରହିଥିବା ଚମେଲି ଜିଲା(ଉତ୍ତରାଖଣ୍ଡ)ର ସବାଡ଼ ଗାଁର ଗ୍ରାମବାସୀଙ୍କ ଦେଶ ସେବା ମନୋଭାବ ଖୁବ୍‌ ନିଆରା। ଏହି ଗାଁରେ ଏବେ ୧୪୦୦ ଲୋକ...

ଜଳୁଛି ଜଙ୍ଗଲ

ରାଧାମୋହନ ମହାପାତ୍ର   କଥାରେ ଅଛି, ଘରପୋଡ଼ିଠାରୁ ବିପତ୍ତି ନାହିଁ। କିନ୍ତୁ ଘରପୋଡ଼ିଠାରୁ ଜଙ୍ଗଲ ପୋଡ଼ି ଆହୁରି ମାରାତ୍ମକ। ଘରଟିଏ ପୋଡ଼ିଗଲେ ମାସେ, ଦୁଇମାସ, ଛ’ମାସ...

ଅବେଳରେ ସାକ୍ଷାତ୍‌କାର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବର ଘଟଣା, ଯେଉଁଥିରୁ ସୂଚନା ମିଳୁଛି ଯେ, ମୋଦି ସରକାର ପୁଣିଥରେ କ୍ଷମତାକୁ...

Advertisement
Archives

Model This Week