ଏଇ ଭାରତରେ

ପ୍ରଶାସନିକ ସେବା ସହ ଦୃଷ୍ଟିବାଧିତ ପିଲାଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଇଏଏସ୍‌ ଅଧିକାରୀ ରିଚା ଚୌଧୁରୀଙ୍କ ପ୍ରୟାସ ପ୍ରେରଣାଦାୟୀ। ଛତିଶଗଡ଼ ଆଦିବାସୀ ଅଧ୍ୟୁଷିତ ଜିଲା ଗୌରେଲା ପାଣ୍ଡ୍ରି ମାରଓ୍ବିର ଜିଲାପାଳ ରିଚା ୨୦୨୨ରେ ଆଂଶିକ କିମ୍ବା ପୂର୍ଣ୍ଣ ଦୃଷ୍ଟିବାଧିତ ପିଲାମାନଙ୍କୁ ପ୍ରାଥମିକ ସ୍କୁଲରେ ନାମ ଲେଖାଇବା ଲାଗି ଅଭିଯାନ ଆରମ୍ଭ କରିଥିଲେ। ଆଦିବାସୀ ପରିବାରଗୁଡ଼ିକର ଅଭିଭାବକମାନେ ଏଭଳି ପିଲାମାନଙ୍କୁ ସ୍କୁଲ ନ ପଠାଇ ଘରେ ରଖୁଥିଲେ। ସ୍କୁଲରେ ଏଭଳି ପିଲାମାନଙ୍କ ନାମ ଲେଖାଇବା ଦ୍ୱାରା ସେମାନଙ୍କୁ ଅଭିଭାବକମାନେ ବୋଝ ମଣୁନାହାନ୍ତି ବୋଲି କହନ୍ତି ରିଚା। ଏହି କାର୍ଯ୍ୟରେ ‘ଏକ୍‌ କଦମ୍‌ ଫାଉଣ୍ଡେଶନ’କୁ ସେ ସାମିଲ କରିଛନ୍ତି। ଏବେ ସୁଦ୍ଧା ରିଚା ଜିଲାରେ ପ୍ରାଥମିକ ସ୍କୁଲ ବୟସ ବର୍ଗର ଆଂଶିକ କିମ୍ବା ପୂର୍ଣ୍ଣ ଦୃଷ୍ଟିବାଧିତ ୧୨୦ ପିଲାଙ୍କୁ ଚିହ୍ନଟ କରି ସ୍କୁଲରେ ନାମ ଲେଖାଇ ପାରିଛନ୍ତି। ଏହି ପିଲାମାନେ ଅନ୍ୟମାନଙ୍କ ଭଳି ସବୁଦିନ ସ୍କୁଲ ଯାଉଛନ୍ତି। ସରକାରୀ ସ୍କୁଲଗୁଡ଼ିକରେ ପାଠ୍ୟ ଉପକରଣ ସୁବିଧା ମଧ୍ୟ କରାଯାଇଛି। ସବୁ ପୁସ୍ତକର ବିଷୟଗୁଡ଼ିକୁ ବ୍ରେଲିକୁ ବଦଳାଇ ପଢ଼ିବାର ବ୍ୟବସ୍ଥା କରିଛନ୍ତି ରିଚା। ପିଲାମାନଙ୍କୁ ଅକ୍ଷର ଚିହ୍ନାଇବା ପାଇଁ ବ୍ରେଲି ପ୍ରଶିକ୍ଷଣ ଦିଆଯାଉଛି। ଏଥିନିମନ୍ତେ ଶିକ୍ଷକ, କର୍ମଚାରୀମାନଙ୍କୁ ନେଇ କର୍ମଶାଳା ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri