କିଶୋର ନ୍ୟାୟ ବ୍ୟବସ୍ଥାରେ ପ୍ରାରମ୍ଭିକ ମୂଲ୍ୟାଙ୍କନ

ରାଜୀବ କୁମାର ନାୟକ

କିଛିଦିନ ପୂର୍ବରୁ କାଠୁଆ ଗଣବଳାତ୍କାର ଘଟଣାର ନାବାଳକ ଅଭିଯୁକ୍ତଙ୍କୁ କିଶୋର ନ୍ୟାୟ ପରିଷଦର ନିଷ୍ପତ୍ତି ବିରୋଧରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ବାସ୍ତବିକ ସ୍ବାଗତ ଯୋଗ୍ୟ। ଦିଲ୍ଲୀ ଗଣବଳାତ୍କାର ମାମଲାରେ ଜଣେ ନାବାଳକ ଜଡ଼ିତ ଥିବା ଏବଂ କିଶୋର ନ୍ୟାୟ ବୋର୍ଡର ଦଣ୍ଡ ଦେବାର କ୍ଷମତା ସର୍ବାଧିକ ତିନିବର୍ଷ ଥିବା କାରଣରୁ ସେତେବେଳେ ସମ୍ପୃକ୍ତ ଦୋଷୀ ମାତ୍ର ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବାରୁ ସମଗ୍ର ଭାରତବର୍ଷରେ ଏଭଳି ଘଟଣା ସକାଶେ ଅଧିକରୁ ଅଧିକ ଦଣ୍ଡ ପ୍ରଦାନ ସକାଶେ ଦାବି ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଆଇନ ୨୦୧୨ ଏବଂ କିଶୋର ନ୍ୟାୟ(ଶିଶୁ ମାନଙ୍କ ଯତ୍ନ ଏବଂ ସୁରକ୍ଷା)ଅଧିନିୟମରେ ଆମୂଳଚୂଳ ପରିବର୍ତ୍ତନ ଅଣାଯାଇଥିଲା। ଏହି ଭିତ୍ତିରେ ପ୍ରଥମ ଥର ସକାଶେ ଅଭିଯୁକ୍ତଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ଥାଇ ସେ କୌଣସି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ଆସିଲେ କିଶୋର ନ୍ୟାୟ ପରିଷଦ ତରଫରୁ ମାମଲା ଆସିବାର ତିନିମାସ ମଧ୍ୟରେ ଏକ ପ୍ରାରମ୍ଭିକ ମୂଲ୍ୟାଙ୍କନ କରାଯିବାର ବ୍ୟବସ୍ଥା ସ୍ଥାନିତ ହେଲା। ବ୍ୟବସ୍ଥା ଅନୁଯାୟୀ ପ୍ରାରମ୍ଭିକ ଆକଳନ ସକାଶେ ଜଣେ ମନସ୍ତତ୍ତ୍ୱବିତ୍‌ ଆସି ଶିଶୁ ସହିତ ମତ ବିନିମୟ କରି ଏକ ରିପୋର୍ଟ ପ୍ରଦାନ କରିବେ। ଏଥିରେ ବିଶେଷତଃ ତିନୋଟି ବିଷୟ ଯଥା-୧. ସମ୍ପୃକ୍ତ ଶିଶୁ ଉକ୍ତ ଘଟଣା ଘଟାଇବା ସକାଶେ ଶାରୀରିକ ଏବଂ ମାନସିକ ଭାବରେ ସକ୍ଷମ କି ନା? ୨. ଶିଶୁଟି ଘଟଣାର ପରିଣାମ ସମ୍ବନ୍ଧରେ ଅବଗତ ଅଛି ନା ନାହିଁ? ଏବଂ ୩. ସେ କେଉଁ ପରିସ୍ଥିତିରେ ପଡ଼ି ଏ ଘଟଣା ଘଟାଇ ଥାଇପାରେ? ଆକଳନ କରିବାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ମନସ୍ତତ୍ତ୍ୱବିତ୍‌ଙ୍କ ରିପୋର୍ଟ, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅବସ୍ଥାପିତ ଲିଗାଲ କମ୍‌ ପ୍ରୋବେଶନ ଅଫିସର୍‌ଙ୍କ ଦ୍ୱାରା ପ୍ରଦତ୍ତ ସାମାଜିକ ଅନୁସନ୍ଧାନ ରିପୋର୍ଟ ଇତ୍ୟାଦି ଆଧାରରେ କିଶୋର ନ୍ୟାୟ ବୋର୍ଡ ଉକ୍ତ କେସ୍‌ଟିକୁ ନିଜ ପାଖରେ ରଖିବ କିମ୍ବା ସାବାଳକ ହିସାବରେ ତା’ର ବିଚାର କରାଯିବା ନିମିତ୍ତ ଚିଲେଡ୍ରନ୍‌ସ କୋର୍ଟକୁ ପଠାଇ ଦେବ। ଏଠାରେ କିଶୋର ନ୍ୟାୟ ବୋର୍ଡର ନିଷ୍ପତ୍ତି ଅନେକ ଗୁରୁତ୍ୱ ବହନ କରେ। ଯଦି କେସ୍‌ଟି ବୋର୍ଡରେ ରହିଲା ଏବଂ ଶିଶୁଟି ଅନୁସନ୍ଧାନ ପରେ ଦୋଷୀସାବ୍ୟସ୍ତ ହେଲା ତାକୁ ଅତିବେଶିରେ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଇ ପାରିବ କିନ୍ତୁ କେସ୍‌ଟି ଯଦି ଚିଲ୍‌ଡ୍ରେନ୍‌ସ କୋର୍ଟକୁ ଯାଉଛି ସେଠାରେ ତାକୁ ବୟସ୍କ ଲୋକ ଭଳି ଧରା ଯାଇ ବିଚାର ହେବ ଏବଂ ସେଠାରେ ଦୋଷୀସାବ୍ୟସ୍ତ ହେଲେ ଘଟଣାର ଗଭୀରତାକୁ ଭିତ୍ତିକରି ଦୀର୍ଘବର୍ଷ ସକାଶେ କାରାଦଣ୍ଡର ଆଦେଶ ହୋଇପାରେ। ଏହି ପ୍ରସଙ୍ଗରେ କାଠୁଆ ଗଣବଳାତ୍କାର ମାମଲା ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ବେଶ୍‌ ଗୁରୁତ୍ୱ ବହନ କରେ।
ସୁପ୍ରିମକୋର୍ଟଙ୍କ କହିବା କଥା ହେଲା ଏହା ଯେହେତୁ ମାତ୍ର ଆଠବର୍ଷର ଜଣେ ଝିଅ ଉପରେ ଏକ ଗଣବଳାତ୍କାର ମାମଲା ଛୋଟ ଘଟଣା ନୁହେଁ ଏବଂ ଏହା ଯୋଜନାବଦ୍ଧ ଭାବରେ ହୋଇଥିବା କଥାକୁ ଅସ୍ବୀକାର କରାଯାଇ ନ ପାରେ। ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାର ଅଭିଯୁକ୍ତ ନାବାଳକ ହୋଇଥିଲେ ହେଁ ତା’ର ବିଚାର ଚିଲ୍‌ଡ୍ରେନ୍‌ସ କୋର୍ଟରେ ହେବା ବାଞ୍ଛନୀୟ। କିଶୋର ନ୍ୟାୟ ପରିଷଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ଶିଶୁର ବିଚାର ବୋର୍ଡରେ କରାଯିବାକୁ ସେ ନାପସନ୍ଦ କରିଛନ୍ତି। ଏଠାରେ ନ୍ୟାୟାଳୟଙ୍କ କଥା ଠିକ୍‌ କିନ୍ତୁ ଅନେକ ସ୍ଥାନରେ ଦେଖାଯାଉଛି ଅଭିଯୁକ୍ତ ଶିଶୁର ବୟସ ଯଦି ୧୬ରୁ ୧୮ମଧ୍ୟରେ ରହୁଛି ଏବଂ ଅଭିଯୋଗଟି ଜଘନ୍ୟ ଅପରାଧ ଶ୍ରେଣୀୟ ତା’ହେଲେ କିଶୋର ନ୍ୟାୟ ବୋର୍ଡ କାଳବିଳମ୍ବ ନ କରି କେସ୍‌ଟିକୁ ଉଚିତ ତର୍ଜମା ନ କରି ସିଧାସଳଖ ଚିଲ୍‌ଡ୍ରେନ୍‌ସ କୋର୍ଟକୁ ପଠାଇ ଦେଉଛି। ଅନେକ ସ୍ଥଳରେ ପୁଅଝିଅ ପରସ୍ପରର ବୁଝାମଣା କ୍ରମେ ଶାରୀରିକ ସମ୍ପର୍କ ସ୍ଥାପନ କରି ଗର୍ଭଧାରଣ ହେଉ ବା ପଳାୟନ କରି ଏକତ୍ର ବସବାସ କରୁଥାନ୍ତି ଏବଂ ଝିଅର ପରିବାର ତରଫରୁ ମାମଲାଟି ପଞ୍ଜୀକୃତ ହୋଇଥାଏ କେସ୍‌ଟି ଚିଲ୍‌ଡ୍ରେନ୍‌ସ କୋର୍ଟକୁ ଚାଲିଯାଉଛି। ଏଭଳି କ୍ଷେତ୍ରରେ କିଛି ଜାଗାରେ ବୋର୍ଡ ଭାବୁଛି ଆମ ପାଖରୁ କେସ୍‌ଟେ ସରିଗଲେ ରକ୍ଷା , ଅଯଥା ମାମଲାର ସଂଖ୍ୟା ବଢ଼ାଇ ଲାଭ କ’ଣ ବରଂ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଶିଶୁ ଯଦି ନିର୍ଦ୍ଦୋଷରେ ଖଲାସ ହେଉଛି ହେଉ। ଆଉ କିଛି ଜାଗାରେ ବୋର୍ଡ/କୋର୍ଟର ନାଁ ଶୁଣି ଶିଶୁଟି ଭୟ ପାଇଯାଉଛି, ଶିଶୁକୁ ସୁହାଇଲା ଭଳି ପରିବେଶ ଯେତେ ଦେଲେ ମଧ୍ୟ ସେ ମୁକ୍ତି ପାଇବ ଭାବି ସତକଥାକୁ ସାମନା ନ କରିବା ଫଳରେ ବୋର୍ଡର ହୃଦ୍‌ବୋଧ ହେଉଛି ଯେ ସେ ବୟସ୍କ ଲୋକ ଭଳି ବ୍ୟବହାର କରୁଛି ଏବଂ ଘଟଣାକୁ ଲୁଚାଇବାର ପ୍ରୟାସ କରୁଛି। ତେଣୁ ଆପଣା ହସ୍ତେ ଜିହ୍ବା ଛେଦି ଭଳି ନିଜ ଭୁଲ୍‌ ଯୋଗୁ କେସ୍‌ଟି ଚିଲ୍‌ଡ୍ରେନ୍‌ସ କୋର୍ଟକୁ ସ୍ଥାନାନ୍ତରିତ ହେଉଛି। ଏଠି ପ୍ରରମ୍ଭିକ ମୂଲ୍ୟାଙ୍କନ ବେଳେ କିଶୋର ନ୍ୟାୟ ବୋର୍ଡର ଯଥେଷ୍ଟ କ୍ଷମତା ରହିଥିବାବେଳେ ଏହା ଏକ ଗୁରୁ ଦାୟିତ୍ୱ । ଏହାକୁ ସମ୍ବେଦନତାର ସହିତ ବିଚାର ନ କଲେ ଭୁଲ୍‌ ନିଷ୍ପତ୍ତି ହେବାର ସମ୍ଭାବନାକୁ ଅସ୍ବୀକାର କରା ଯାଇ ନ ପାରେ, ଫଳତଃ ଅଭିଯୁକ୍ତ ଶିଶୁ ବା ପୀଡ଼ିତା ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇପାରନ୍ତି। ମନସ୍ତତ୍ତ୍ୱବିତ୍‌ ମଧ୍ୟ ଉପଯୁକ୍ତ ବର୍ଗର ଶିଶୁଙ୍କ ସକାଶେ ଉଦ୍ଦିଷ୍ଟ ସୂଚକାଙ୍କଭିତ୍ତିରେ ମୂଲ୍ୟାଙ୍କନ କରିବାରେ ବିଫଳ ହେଲେ ଉପଯୁକ୍ତ ଫଳ ପାଇ ନ ପାରନ୍ତି। ଠିକ୍‌ ସେହିପରି ସାମାଜିକ ଅନୁସନ୍ଧାନ ରିପୋର୍ଟ ପ୍ରସ୍ତୁତ କରିବା ନିମିତ୍ତ ଲିଗାଲ କମ୍‌ ପ୍ରୋବେଶନ ଅଫିସର କ୍ଷେତ୍ର ପରିଦର୍ଶନ କରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବାରେ ବିଫଳ ହେଲେ କେସ୍‌ର ଗତି ଅନ୍ୟ ପ୍ରକାର ହେବା ସମ୍ଭାବନାକୁ ଅସ୍ବୀକାର କରା ଯାଇ ନ ପାରେ। ଏ ଉଭୟଙ୍କ ରିପୋର୍ଟକୁ ଆଧାର କରି ବୋର୍ଡ ଯେତେବେଳେ ନିଷ୍ପତ୍ତି ନେଉଛି ଉଭୟ ରିପୋର୍ଟର ଗୁଣବତ୍ତା ବେଶ୍‌ ଗୁରୁତ୍ୱ ବହନ କରେ। ଏତଦ୍‌ଭିନ୍ନ ବୋର୍ଡ ପାଖରେ ଦାଖଲ ହୋଇଥିବା ଅନ୍ୟାନ୍ୟ କାଗଜପତ୍ର ଯଥା- ପ୍ରାଥମିକ ସୂଚନା ରିପୋର୍ଟ, ଫାଇନାଲ ଫର୍ମ/ଚାର୍ଜଶିଟ୍‌, ଡାକ୍ତରୀ ପରୀକ୍ଷା ରିପୋର୍ଟ ଇତ୍ୟାଦି ସହ ଶିଶୁ ସହିତ ହୋଇଥିବା ବାର୍ତ୍ତାଳାପକୁ ଭିତ୍ତିକରି ବୋର୍ଡ ନିଜ ନିଷ୍ପତ୍ତି ନେବ।
ତେଣୁ ପ୍ରାରମ୍ଭିକ ଆକଳନରେ ଜଡିତ ପ୍ରତ୍ୟେକ ଗୋଷ୍ଠୀ ଯଥା ଅଭିଯୁକ୍ତ ଶିଶୁ ତଥା ତା’ର ମାତାପିତା, ପୀଡିତା, ଓକିଲ, ମନସ୍ତତ୍ତ୍ୱବିତ୍‌, ଲିଗାଲ କମ୍‌ ପ୍ରୋବେଶନ୍‌ ଅଫିସର, କିଶୋର ନ୍ୟାୟ ବୋର୍ଡର ସମସ୍ତ ସଦସ୍ୟ ସଚେତନ ହେବା ଆବଶ୍ୟକ। ଏହି ବ୍ୟବସ୍ଥାଟି କେଉଁଥିପାଇଁ ଉଦ୍ଦିଷ୍ଟ ତାହା ହୃଦୟଙ୍ଗମ କରିବା ଆବଶ୍ୟକ। ବିଶେଷକରି କିଶୋର ନ୍ୟାୟ ବୋର୍ଡ ଏହାକୁ ସମ୍ବଦନଶୀଳତାର ସହିତ ବିଚାର କଲେ ଏହାର ମହତ୍‌ ଉଦ୍ଦେଶ୍ୟ ସାଧିତ ହୋଇପାରିବ।
ପଦରପଡା, ଜି.-ବୌଦ୍ଧ
ମୋ- ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri