କିଶୋର ନ୍ୟାୟ ବ୍ୟବସ୍ଥାରେ ପ୍ରାରମ୍ଭିକ ମୂଲ୍ୟାଙ୍କନ

ରାଜୀବ କୁମାର ନାୟକ

କିଛିଦିନ ପୂର୍ବରୁ କାଠୁଆ ଗଣବଳାତ୍କାର ଘଟଣାର ନାବାଳକ ଅଭିଯୁକ୍ତଙ୍କୁ କିଶୋର ନ୍ୟାୟ ପରିଷଦର ନିଷ୍ପତ୍ତି ବିରୋଧରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ବାସ୍ତବିକ ସ୍ବାଗତ ଯୋଗ୍ୟ। ଦିଲ୍ଲୀ ଗଣବଳାତ୍କାର ମାମଲାରେ ଜଣେ ନାବାଳକ ଜଡ଼ିତ ଥିବା ଏବଂ କିଶୋର ନ୍ୟାୟ ବୋର୍ଡର ଦଣ୍ଡ ଦେବାର କ୍ଷମତା ସର୍ବାଧିକ ତିନିବର୍ଷ ଥିବା କାରଣରୁ ସେତେବେଳେ ସମ୍ପୃକ୍ତ ଦୋଷୀ ମାତ୍ର ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିବାରୁ ସମଗ୍ର ଭାରତବର୍ଷରେ ଏଭଳି ଘଟଣା ସକାଶେ ଅଧିକରୁ ଅଧିକ ଦଣ୍ଡ ପ୍ରଦାନ ସକାଶେ ଦାବି ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଆଇନ ୨୦୧୨ ଏବଂ କିଶୋର ନ୍ୟାୟ(ଶିଶୁ ମାନଙ୍କ ଯତ୍ନ ଏବଂ ସୁରକ୍ଷା)ଅଧିନିୟମରେ ଆମୂଳଚୂଳ ପରିବର୍ତ୍ତନ ଅଣାଯାଇଥିଲା। ଏହି ଭିତ୍ତିରେ ପ୍ରଥମ ଥର ସକାଶେ ଅଭିଯୁକ୍ତଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ଥାଇ ସେ କୌଣସି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ଆସିଲେ କିଶୋର ନ୍ୟାୟ ପରିଷଦ ତରଫରୁ ମାମଲା ଆସିବାର ତିନିମାସ ମଧ୍ୟରେ ଏକ ପ୍ରାରମ୍ଭିକ ମୂଲ୍ୟାଙ୍କନ କରାଯିବାର ବ୍ୟବସ୍ଥା ସ୍ଥାନିତ ହେଲା। ବ୍ୟବସ୍ଥା ଅନୁଯାୟୀ ପ୍ରାରମ୍ଭିକ ଆକଳନ ସକାଶେ ଜଣେ ମନସ୍ତତ୍ତ୍ୱବିତ୍‌ ଆସି ଶିଶୁ ସହିତ ମତ ବିନିମୟ କରି ଏକ ରିପୋର୍ଟ ପ୍ରଦାନ କରିବେ। ଏଥିରେ ବିଶେଷତଃ ତିନୋଟି ବିଷୟ ଯଥା-୧. ସମ୍ପୃକ୍ତ ଶିଶୁ ଉକ୍ତ ଘଟଣା ଘଟାଇବା ସକାଶେ ଶାରୀରିକ ଏବଂ ମାନସିକ ଭାବରେ ସକ୍ଷମ କି ନା? ୨. ଶିଶୁଟି ଘଟଣାର ପରିଣାମ ସମ୍ବନ୍ଧରେ ଅବଗତ ଅଛି ନା ନାହିଁ? ଏବଂ ୩. ସେ କେଉଁ ପରିସ୍ଥିତିରେ ପଡ଼ି ଏ ଘଟଣା ଘଟାଇ ଥାଇପାରେ? ଆକଳନ କରିବାର ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ମନସ୍ତତ୍ତ୍ୱବିତ୍‌ଙ୍କ ରିପୋର୍ଟ, ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ରେ ଅବସ୍ଥାପିତ ଲିଗାଲ କମ୍‌ ପ୍ରୋବେଶନ ଅଫିସର୍‌ଙ୍କ ଦ୍ୱାରା ପ୍ରଦତ୍ତ ସାମାଜିକ ଅନୁସନ୍ଧାନ ରିପୋର୍ଟ ଇତ୍ୟାଦି ଆଧାରରେ କିଶୋର ନ୍ୟାୟ ବୋର୍ଡ ଉକ୍ତ କେସ୍‌ଟିକୁ ନିଜ ପାଖରେ ରଖିବ କିମ୍ବା ସାବାଳକ ହିସାବରେ ତା’ର ବିଚାର କରାଯିବା ନିମିତ୍ତ ଚିଲେଡ୍ରନ୍‌ସ କୋର୍ଟକୁ ପଠାଇ ଦେବ। ଏଠାରେ କିଶୋର ନ୍ୟାୟ ବୋର୍ଡର ନିଷ୍ପତ୍ତି ଅନେକ ଗୁରୁତ୍ୱ ବହନ କରେ। ଯଦି କେସ୍‌ଟି ବୋର୍ଡରେ ରହିଲା ଏବଂ ଶିଶୁଟି ଅନୁସନ୍ଧାନ ପରେ ଦୋଷୀସାବ୍ୟସ୍ତ ହେଲା ତାକୁ ଅତିବେଶିରେ ତିନି ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଦିଆଯାଇ ପାରିବ କିନ୍ତୁ କେସ୍‌ଟି ଯଦି ଚିଲ୍‌ଡ୍ରେନ୍‌ସ କୋର୍ଟକୁ ଯାଉଛି ସେଠାରେ ତାକୁ ବୟସ୍କ ଲୋକ ଭଳି ଧରା ଯାଇ ବିଚାର ହେବ ଏବଂ ସେଠାରେ ଦୋଷୀସାବ୍ୟସ୍ତ ହେଲେ ଘଟଣାର ଗଭୀରତାକୁ ଭିତ୍ତିକରି ଦୀର୍ଘବର୍ଷ ସକାଶେ କାରାଦଣ୍ଡର ଆଦେଶ ହୋଇପାରେ। ଏହି ପ୍ରସଙ୍ଗରେ କାଠୁଆ ଗଣବଳାତ୍କାର ମାମଲା ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ବେଶ୍‌ ଗୁରୁତ୍ୱ ବହନ କରେ।
ସୁପ୍ରିମକୋର୍ଟଙ୍କ କହିବା କଥା ହେଲା ଏହା ଯେହେତୁ ମାତ୍ର ଆଠବର୍ଷର ଜଣେ ଝିଅ ଉପରେ ଏକ ଗଣବଳାତ୍କାର ମାମଲା ଛୋଟ ଘଟଣା ନୁହେଁ ଏବଂ ଏହା ଯୋଜନାବଦ୍ଧ ଭାବରେ ହୋଇଥିବା କଥାକୁ ଅସ୍ବୀକାର କରାଯାଇ ନ ପାରେ। ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାର ଅଭିଯୁକ୍ତ ନାବାଳକ ହୋଇଥିଲେ ହେଁ ତା’ର ବିଚାର ଚିଲ୍‌ଡ୍ରେନ୍‌ସ କୋର୍ଟରେ ହେବା ବାଞ୍ଛନୀୟ। କିଶୋର ନ୍ୟାୟ ପରିଷଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ଶିଶୁର ବିଚାର ବୋର୍ଡରେ କରାଯିବାକୁ ସେ ନାପସନ୍ଦ କରିଛନ୍ତି। ଏଠାରେ ନ୍ୟାୟାଳୟଙ୍କ କଥା ଠିକ୍‌ କିନ୍ତୁ ଅନେକ ସ୍ଥାନରେ ଦେଖାଯାଉଛି ଅଭିଯୁକ୍ତ ଶିଶୁର ବୟସ ଯଦି ୧୬ରୁ ୧୮ମଧ୍ୟରେ ରହୁଛି ଏବଂ ଅଭିଯୋଗଟି ଜଘନ୍ୟ ଅପରାଧ ଶ୍ରେଣୀୟ ତା’ହେଲେ କିଶୋର ନ୍ୟାୟ ବୋର୍ଡ କାଳବିଳମ୍ବ ନ କରି କେସ୍‌ଟିକୁ ଉଚିତ ତର୍ଜମା ନ କରି ସିଧାସଳଖ ଚିଲ୍‌ଡ୍ରେନ୍‌ସ କୋର୍ଟକୁ ପଠାଇ ଦେଉଛି। ଅନେକ ସ୍ଥଳରେ ପୁଅଝିଅ ପରସ୍ପରର ବୁଝାମଣା କ୍ରମେ ଶାରୀରିକ ସମ୍ପର୍କ ସ୍ଥାପନ କରି ଗର୍ଭଧାରଣ ହେଉ ବା ପଳାୟନ କରି ଏକତ୍ର ବସବାସ କରୁଥାନ୍ତି ଏବଂ ଝିଅର ପରିବାର ତରଫରୁ ମାମଲାଟି ପଞ୍ଜୀକୃତ ହୋଇଥାଏ କେସ୍‌ଟି ଚିଲ୍‌ଡ୍ରେନ୍‌ସ କୋର୍ଟକୁ ଚାଲିଯାଉଛି। ଏଭଳି କ୍ଷେତ୍ରରେ କିଛି ଜାଗାରେ ବୋର୍ଡ ଭାବୁଛି ଆମ ପାଖରୁ କେସ୍‌ଟେ ସରିଗଲେ ରକ୍ଷା , ଅଯଥା ମାମଲାର ସଂଖ୍ୟା ବଢ଼ାଇ ଲାଭ କ’ଣ ବରଂ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଶିଶୁ ଯଦି ନିର୍ଦ୍ଦୋଷରେ ଖଲାସ ହେଉଛି ହେଉ। ଆଉ କିଛି ଜାଗାରେ ବୋର୍ଡ/କୋର୍ଟର ନାଁ ଶୁଣି ଶିଶୁଟି ଭୟ ପାଇଯାଉଛି, ଶିଶୁକୁ ସୁହାଇଲା ଭଳି ପରିବେଶ ଯେତେ ଦେଲେ ମଧ୍ୟ ସେ ମୁକ୍ତି ପାଇବ ଭାବି ସତକଥାକୁ ସାମନା ନ କରିବା ଫଳରେ ବୋର୍ଡର ହୃଦ୍‌ବୋଧ ହେଉଛି ଯେ ସେ ବୟସ୍କ ଲୋକ ଭଳି ବ୍ୟବହାର କରୁଛି ଏବଂ ଘଟଣାକୁ ଲୁଚାଇବାର ପ୍ରୟାସ କରୁଛି। ତେଣୁ ଆପଣା ହସ୍ତେ ଜିହ୍ବା ଛେଦି ଭଳି ନିଜ ଭୁଲ୍‌ ଯୋଗୁ କେସ୍‌ଟି ଚିଲ୍‌ଡ୍ରେନ୍‌ସ କୋର୍ଟକୁ ସ୍ଥାନାନ୍ତରିତ ହେଉଛି। ଏଠି ପ୍ରରମ୍ଭିକ ମୂଲ୍ୟାଙ୍କନ ବେଳେ କିଶୋର ନ୍ୟାୟ ବୋର୍ଡର ଯଥେଷ୍ଟ କ୍ଷମତା ରହିଥିବାବେଳେ ଏହା ଏକ ଗୁରୁ ଦାୟିତ୍ୱ । ଏହାକୁ ସମ୍ବେଦନତାର ସହିତ ବିଚାର ନ କଲେ ଭୁଲ୍‌ ନିଷ୍ପତ୍ତି ହେବାର ସମ୍ଭାବନାକୁ ଅସ୍ବୀକାର କରା ଯାଇ ନ ପାରେ, ଫଳତଃ ଅଭିଯୁକ୍ତ ଶିଶୁ ବା ପୀଡ଼ିତା ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇପାରନ୍ତି। ମନସ୍ତତ୍ତ୍ୱବିତ୍‌ ମଧ୍ୟ ଉପଯୁକ୍ତ ବର୍ଗର ଶିଶୁଙ୍କ ସକାଶେ ଉଦ୍ଦିଷ୍ଟ ସୂଚକାଙ୍କଭିତ୍ତିରେ ମୂଲ୍ୟାଙ୍କନ କରିବାରେ ବିଫଳ ହେଲେ ଉପଯୁକ୍ତ ଫଳ ପାଇ ନ ପାରନ୍ତି। ଠିକ୍‌ ସେହିପରି ସାମାଜିକ ଅନୁସନ୍ଧାନ ରିପୋର୍ଟ ପ୍ରସ୍ତୁତ କରିବା ନିମିତ୍ତ ଲିଗାଲ କମ୍‌ ପ୍ରୋବେଶନ ଅଫିସର କ୍ଷେତ୍ର ପରିଦର୍ଶନ କରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବାରେ ବିଫଳ ହେଲେ କେସ୍‌ର ଗତି ଅନ୍ୟ ପ୍ରକାର ହେବା ସମ୍ଭାବନାକୁ ଅସ୍ବୀକାର କରା ଯାଇ ନ ପାରେ। ଏ ଉଭୟଙ୍କ ରିପୋର୍ଟକୁ ଆଧାର କରି ବୋର୍ଡ ଯେତେବେଳେ ନିଷ୍ପତ୍ତି ନେଉଛି ଉଭୟ ରିପୋର୍ଟର ଗୁଣବତ୍ତା ବେଶ୍‌ ଗୁରୁତ୍ୱ ବହନ କରେ। ଏତଦ୍‌ଭିନ୍ନ ବୋର୍ଡ ପାଖରେ ଦାଖଲ ହୋଇଥିବା ଅନ୍ୟାନ୍ୟ କାଗଜପତ୍ର ଯଥା- ପ୍ରାଥମିକ ସୂଚନା ରିପୋର୍ଟ, ଫାଇନାଲ ଫର୍ମ/ଚାର୍ଜଶିଟ୍‌, ଡାକ୍ତରୀ ପରୀକ୍ଷା ରିପୋର୍ଟ ଇତ୍ୟାଦି ସହ ଶିଶୁ ସହିତ ହୋଇଥିବା ବାର୍ତ୍ତାଳାପକୁ ଭିତ୍ତିକରି ବୋର୍ଡ ନିଜ ନିଷ୍ପତ୍ତି ନେବ।
ତେଣୁ ପ୍ରାରମ୍ଭିକ ଆକଳନରେ ଜଡିତ ପ୍ରତ୍ୟେକ ଗୋଷ୍ଠୀ ଯଥା ଅଭିଯୁକ୍ତ ଶିଶୁ ତଥା ତା’ର ମାତାପିତା, ପୀଡିତା, ଓକିଲ, ମନସ୍ତତ୍ତ୍ୱବିତ୍‌, ଲିଗାଲ କମ୍‌ ପ୍ରୋବେଶନ୍‌ ଅଫିସର, କିଶୋର ନ୍ୟାୟ ବୋର୍ଡର ସମସ୍ତ ସଦସ୍ୟ ସଚେତନ ହେବା ଆବଶ୍ୟକ। ଏହି ବ୍ୟବସ୍ଥାଟି କେଉଁଥିପାଇଁ ଉଦ୍ଦିଷ୍ଟ ତାହା ହୃଦୟଙ୍ଗମ କରିବା ଆବଶ୍ୟକ। ବିଶେଷକରି କିଶୋର ନ୍ୟାୟ ବୋର୍ଡ ଏହାକୁ ସମ୍ବଦନଶୀଳତାର ସହିତ ବିଚାର କଲେ ଏହାର ମହତ୍‌ ଉଦ୍ଦେଶ୍ୟ ସାଧିତ ହୋଇପାରିବ।
ପଦରପଡା, ଜି.-ବୌଦ୍ଧ
ମୋ- ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?