ଏଇ ଭାରତରେ

ଦେଶୀ ଧାନ ଚାଷକୁ ବଞ୍ଚାଇ ରଖିବା ପାଇଁ କେରଳର ଚେରୁଭାୟାଲ ରମନଙ୍କ ପ୍ରୟାସ ପ୍ରଶଂସନୀୟ। ରମନଙ୍କ ବୟସ ଏବେ ୭୨। ପରିଣତ ବୟସରେ ବି ସେ ଧାନ ଚାଷରେ ପୂରା ସକ୍ରିୟ। ଦୀର୍ଘ ୨୦ ବର୍ଷ ସେ ଦେଶୀ ଧାନ ଚାଷରେ କଟାଇ ସାରିଲେଣି ଓ ଏହି ସମୟ ମଧ୍ୟରେ ୫୪ କିସମର ଧାନ ବିହନ ସଂରକ୍ଷଣ କରିବାରେ ସକ୍ଷମ ହୋଇପାରିଛନ୍ତି। ଓ୍ବାୟନାଡାରେ କୁରୁଚିୟା ଆଦାବାସୀ ସମ୍ପ୍ରଦାୟର ରମନ ୨୦୦୦ରେ ପ୍ରଥମେ ଦେଢ଼ ଏକର ଜମିରେ ଦେଶୀ ଧାନ ଚାଷ କରିବା ଆରମ୍ଭ କରିଥିଲେ। ଏବେ ସେ ୪୦ ଏକର ଜମିରେ ଧାନ ଚାଷ କରୁଛନ୍ତି। ବଡ଼ କଥା ହେଉଛି, ସେ ବିଭିନ୍ନ କିସମର ବାସନା ଦେଶୀ ଧାନ ବିହନ ସଂରକ୍ଷଣ କରିପାରିଛନ୍ତି। ସବୁ ବିହନକୁ ସେ ତାଙ୍କ ୧୫୦ ବର୍ଷର ପୁରୁଣା ପୈତୃକ ମାଟିଘରେ ସାଇତି ରଖୁଛନ୍ତି। ରମନ ଏହି ଧାନ ବିହନକୁ ବିକ୍ରି ନ କରି ଚାଷୀମାନଙ୍କୁ ଏକ ସର୍ତ୍ତରେ ଉଧାର ଦେଉଛନ୍ତି। ଯେଉଁମାନେ ତାଙ୍କଠାରୁ ଧାନ ବିହନ ନେଉଛନ୍ତି ସେମାନେ ଅମଳ ପରେ ସେହି ପରମାଣର ଧାନ ବିହନ ରମନଙ୍କୁ ଫେରାଉଛନ୍ତି। ରମନଙ୍କ ଦେଶୀ ଧାନ ଚାଷ ଦେଖିବା ଲାଗି ଦେଶ ବିଦେଶରୁ ବହୁ ଲୋକ ତାଙ୍କ କ୍ଷେତକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri