Posted inଜାତୀୟ

ପ୍ରବାସୀ ଭୋଟରଙ୍କ ଲାଗି ରିମୋଟ୍‌ ଭୋଟିଂ ମେଶିନ

ନୂଆଦିଲ୍ଲୀ,୩୦ା୧୨:ଦେଶର ବିଭିନ୍ନ ଭାଗରେ ରହୁଥିବା ପ୍ରବାସୀମାନଙ୍କ ମତଦାନ ପାଇଁ ନିର୍ବାଚନ କମିଶନ (ଇସି) ଏକ ରିମୋଟ୍‌ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଆର୍‌ଭିଏମ୍‌)ର ମଡେଲ ବିକଶିତ କରିଥିବା ରବିବାର କହିଛନ୍ତି। ନିର୍ବାଚନମଣ୍ଡଳୀଠାରୁ ଦୂରରେ ଥିବା ଭୋଟରମାନଙ୍କ ଲାଗି ମଲ୍ଟି-କନ୍‌ଷ୍ଟିଚ୍ୟୁଏନ୍ସି ଇଭିଏମ୍‌ ପ୍ରୋଟୋଟାଇପ୍‌ର ପ୍ରଦର୍ଶନ ନିମନ୍ତେ ଇସି ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ନିର୍ବାଚନରେ ଭୋଟରମାନଙ୍କ ଯୋଗଦାନ ବଢ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଜାନୁୟାରୀ ୧୬ରେ ଏହି ପ୍ରଦର୍ଶନ କରାଯିବ। ଏହା କାର୍ଯ୍ୟକାରୀ ହେଲେ ପ୍ରବାସୀ ଭୋଟରମାନଙ୍କୁ ମତଦାନ ପାଇଁ ଆଉ ନିଜ ଜିଲାକୁ ଆସିବାକୁ ପଡ଼ିବ ନାହିଁ। ରିମୋର୍ଟ ଭୋଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ନିର୍ବାଚନ କମିଶନ ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ମତାମତ ଏବଂ ପ୍ରୋଟୋଟାଇପ୍‌ ପ୍ରଦର୍ଶନ ଆଧାରରେ ନିଷ୍ପତ୍ତି ନେବେ ବୋଲି ଏକ ବିବୃତିରେ କୁହାଯାଇଛି। ଏଥିସହିତ ରାଜନୈତିକ ଦଳଗୁଡ଼ିକଠାରୁ ଏନେଇ ଆଇନଗତ, ପ୍ରଶାସନିକ ଏବଂ ବୈଷୟିକ ଚ୍ୟାଲେଞ୍ଜକୁ ନେଇ ମତାମତ ଲୋଡ଼ାଯାଇଛି।
ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଏହି ମଲ୍ଟି-କନ୍‌ଷ୍ଟିଚ୍ୟୁଏନ୍ସି ରିମୋର୍ଟ ଇଭିଏମ୍‌ ବିକଶିତ କରିଛି। ଏହି ମେଶିନ ସହାୟତାରେ ଗୋଟିଏ ରିମୋଟ୍‌ ପୋଲିଂ ବୁଥ୍‌ରୁ ଏକସଙ୍ଗେ ୭୨ଟି ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ପ୍ରବାସୀ ଭୋଟରଙ୍କ ଭୋଟ ଗ୍ରହଣ କରାଯାଇପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଯୁବ ଭୋଟର ଏବଂ ସହରାଞ୍ଚଳ ଭୋଟରଙ୍କ ମତଦାନ ପ୍ରତି ବୀତସ୍ପୃହତାକୁ ଦୃଷ୍ଟିରେ ରଖି ରିମୋଟ ଭୋଟିଂ ବ୍ୟବସ୍ଥା କରିବା ଲାଗି ନିର୍ବାଚନ କମିଶନ ଆଗ୍ରହ ପ୍ରକାଶ କରିଛନ୍ତି। ନିର୍ବାଚନ ଗଣତନ୍ତ୍ରରେ ଭାଗୀଦାରି ବଢ଼ାଇବାରେ ଏହା ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?